ଫ୍ୟାକ୍ଟ ଚେକ୍: ବ୍ୟବସାୟୀଙ୍କୁ ଯୁବଗୋଷ୍ଟି ଆକ୍ରମଣ କରୁଥିବା ଭିଡିଓଟି ଦିଲ୍ଲୀର ଅଟେ, ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ

Update: 2025-12-07 09:27 GMT


ମା ଦୁର୍ଗାଙ୍କ ଭସାଣି ସମୟରେ କଟକ ସହରରେ ଗଣ୍ଡଗୋଳ ଘଟିଥିଲା । ଇତିମଧ୍ୟରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖା ଦେଇଥିଲା । ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଦିଆଯାଇଥିବା ବନ୍ଦ ଡକରାକୁ ସମର୍ଥନ କରି ଅନେକ ସଂଗଠନ ରାଲି ବାହାର କରିଥିଲେ । ରାଲି ପାଇଁ ପୋଲିସ ଅନୁମତି ନ ଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଦରଘା ବଜାରରେ ଉତ୍ତେଜନା ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡିଥିଲା । ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୬୩ ଜାରି ହୋଇଥିବା ବେଳେ, ଅର୍ଦ୍ଧ ସାମରିକ ବାହିନୀ ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ୟୁଜର୍ସ ଦାବି କରିଛନ୍ତି ଯେ, ଏହା ହେଉଛି ପଶ୍ଚିମବଙ୍ଗର ଯେଉଁଥିରେ କିଛି ବ୍ୟକ୍ତି ମାଂସ ଦୋକାନ ମାଲିକଙ୍କୁ ଧମକ ଦେଉଛନ୍ତି ।

ଉକ୍ତ ଭିଡିଓରେ, ଜଣେ ବ୍ୟକ୍ତି ଜଣେ ମାଛ ବିକ୍ରେତାଙ୍କ ଦୋକାନରେ ଯୁବକ ଭଙ୍ଗାରୁଜା କରିବା ଆରମ୍ଭ କରୁଛନ୍ତି, ଧମକ ଦେଉଛନ୍ତି: "ଆଖପାଖରେ କୌଣସି ମାଂସ ଦୋକାନ ଦେଖାଯିବା ଉଚିତ୍ ନୁହେଁ ବୋଲି ଯୁବକ ଜଣଙ୍କ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଗୁଣ୍ଡାମାନଙ୍କର ଏକ ଦଳ ବଙ୍ଗଳାର ଏକ ମାଛ ବଜାରରେ ପ୍ରବେଶ କରି ଅନେକ ସ୍ଥାନୀୟ ମାଛ ଦୋକାନରେ ଭଙ୍ଗାରୁଜା କରିଛନ୍ତି । ତେଣୁ ଏବେ ସେମାନେ ବଙ୍ଗୀୟମାନଙ୍କୁ ମଧ୍ୟ ମାଛ ଖାଇବାରୁ ବନ୍ଦ କରିବାକୁ ଚାହୁଁଛନ୍ତି ? ବୋଲି ଭିଡିଓ ସେୟାର କରି ଲେଖିଛନ୍ତି ୟୁଜର୍ସ ।


ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି । 




 


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ବହୁ ପୁରୁଣା ଏବଂ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଅଟେ, ପଶ୍ଚିମବଙ୍ଗ ସହ ଉକ୍ତ ଭିଡିଓ ସହ ନାହିଁ କୌଣସି ସମ୍ପର୍କ ।

ଭାଇରାଲ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ଅନୁସନ୍ଧାନ କରିଥିଲୁ । ଏଭଳି କୌଣସି ଘଟଣା ନିକଟ ଦିନରେ ଏଭଳି ଉଦେଶ୍ୟ ସହ ଘଟିନଥିବାର ଜାଣିବାକୁ ପାଇଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ନିଶ୍ଚିତ ହୋଇଥାନ୍ତା ।

ଅଧିକ ତଦନ୍ତ କରିବାକୁ ଯାଇ ସ୍ଥାନୀୟ ଏକ ଡିଜିଟାଲ ଗଣମାଧ୍ୟମର ପ୍ରତିନିଧି ଅଗ୍ନିଶ୍ଵର ସର୍ଦାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଭିଡିଓ ଦେଖି ଅଗ୍ନିଶ୍ଵର ଏହା ନିକଟ ଦିନର ଘଟଣା ନୁହେଁ ବୋଲି ଦାବି କରିଛନ୍ତି । ଏଭଳି କୌଣସି ଘଟଣା ନିକଟରେ ଘଟିଥିଲା ଆମେ ନିଶ୍ଚିତଭାବେ ଖବରଟି ପ୍ରସାରିତ କରିଥାନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗର ଘଟଣା ନହୋଇଥାଇପାରେ ବୋଲି ଅନୁମାନ କରିଛନ୍ତି ଅଗ୍ନିଶ୍ଵର ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର ଏକ ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ୟୁଟ୍ୟୁବରେ ଅପଲୋଡ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଭିଡିଓଟି ୨୮ ନଭେମ୍ବର ୨୦୨୫ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ, ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । 

ସେହିପରି ଆଉ କିଛି ସୋସିଆଲ ମିଡିଆରେ ଉକ୍ତ ଭିଡିଓଟି ଏହା ଗୋକୁଳପୁରୀ ଅଞ୍ଚଳର ଲେଖି ସେୟାର କରାଯାଇଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଅନୁଧ୍ୟାନ କରି ଦେଖିବାରୁ କିଛି ସ୍ଥାନରେ ଏହା ଗୋକୁଳପୁରୀ ବୋଲି ଉଲ୍ଲେଖ ରହିଛି ।




 


ଅନ୍ୟପଟେ ଦ ଅବସର୍ଭର ପୋଷ୍ଟ ନାମକ ଏକ ଡିଜିଟାଲ ମିଡିଆ ମଧ୍ୟ ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ଗୋକୁଳପୁର ଦିଲ୍ଲୀରେ କିଛି ହିନ୍ଦୁ ସପୋର୍ଟର ମନ୍ଦିର ନିକଟରେ ଥିବା କିଛି ମାଛ ଦୋକାନକୁ ବନ୍ଦ୍ କରୁଥିବାର ଦେଖିବାକୁ ମିଳିଛି ।


ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଗୋକୁଳପୁରୀ ଦିଲ୍ଲୀର ଅଟେ । ଯେଉଁଥିରେ ମନ୍ଦିର ନିକଟରେ ଥିବା କିଛି ମାଂସ ଦୋକାନକୁ ବିରୋଧ କରାଯାଇଥିଲା । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ । 


Claim :  ପଶ୍ଚିମବଙ୍ଗରେ ମାଂସ ମାର୍କେଟରେ ହଙ୍ଗାମା, ଦୋକାନିକୁ ଧମକାଇଲେ ଯୁବଗୋଷ୍ଟି
Claimed By :  Social Media User
Fact Check :  Unknown
Tags:    

Similar News