ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ୨୦୨୫ର ଅଟେ, ଖାମେନିଙ୍କ ମୃତ୍ୟୁ ସହ ନାହିଁ କୌଣସି ସମ୍ପର୍କ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଆୟାତୋଲ୍ଲା ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ ନେଇଛି ଇରାନ। ଯୁଦ୍ଧର ତୃତୀୟ ଦିନରେ ଇରାନ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍ ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଅଲି ଖାମେନିଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଥିବା ଇରାନ ଦୂତାବାସ ଏହାର ପତାକା ଅର୍ଦ୍ଧନମିତ କରିଛି। ଇସ୍ରାଏଲ ଏବଂ ଆମେରିକାରେ ହୋଇଥିବା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି ଏବଂ ଦିବଂଗତ ଇରାନ ସର୍ବୋଚ୍ଚ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ନୂଆଦିଲ୍ଲୀ ପକ୍ଷରୁ ଇରାନ ରାଷ୍ଟ୍ରଦୂତଙ୍କୁ ସମବେଦନା ଜଣାଇଥିଲେ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଗୋଟିଏ ପଟେ ଜନତା ଏବଂ ଆଉ ଗୋଟିଏ ପଟେ ପୋଲିସ ଥିବାର ଦେଖିବାକୁ ମିଳିଛି । ପରିସ୍ଥିତିଟି ଅପ୍ରୀତିକର ଦେଖା ଯାଉଥିବା ବେଳେ ବଚସା ଏତେ ମାତ୍ରାରେ ବଢିଯାଇଛି ଯେ, ପୋଲିସ ବାଡ଼ିରେ ମାଡ଼ ମାରୁଥିବାର ଦେଖୁବାକୁ ମିଳିଛି ।
ଖାମେନିଙ୍କ ମୃତ୍ୟୁରେ ଏକ ଶୋକଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଏହାକୁ ପୋଲିସ ଦ୍ୱାରା ବିରୋଧ କରାଯାଇଛି ବୋଲି ଦାବି କରାଯାଇଛି । ଉକ୍ତ ଘଟଣାଟି ୟୁପିର ବୋଲି ଦାବି କରିଛନ୍ତି ୟୁଜର୍ସ ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ୨୦୨୫ ସେପ୍ଟେମ୍ବର ମାସର ଉତ୍ତରପ୍ରଦେଶର ଅଟେ । ଉକ୍ତ ଭିଡିଓ ସହ ଖାମେନିଙ୍କ ମୃତ୍ୟୁ ସହ ନାହିଁ କୌଣସି ସମ୍ପର୍କ ।
ଖାମେନିଙ୍କ ମୃତ୍ୟୁ ନେଇ ୟୁପିରେ ଶୋକ ନେଇ ଅନୁସନ୍ଧାନ କରିବାରୁ କିଛି ସ୍ଥାନରେ କିଛି ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ । କିନ୍ତୁ କୌଣସି ସ୍ଥାନରେ ଶୋଭାଯାତ୍ରାକୁ ପୋଲିସର ବିରୋଧ ପ୍ରଦର୍ଶନ ନେଇ କୌଣସି ଭିଡିଓ, ଫଟୋ କିମ୍ବା ସୂଚନା ହସ୍ତଗତ ହୋଇନଥିଲା ।
ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ନିୟୁଜ ୯ ଲାଇଭର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
୨୬ ସେପ୍ଟେମ୍ବର ୨୦୨୫ରେ ଉକ୍ତ ଭିଡିଓକୁ ଅପଲୋଡ଼ କରି ନିୟୁଜ୯ ଶୀର୍ଷକରେ ଉଲ୍ଲେଖ କରିଛି, ଆଇ ଲଭ ମହମ୍ମଦ ଯାତ୍ରା ସମୟରେ ପଥର ମାଡ଼ ଏବଂ ଲାଠିଚାର୍ଜ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁ ସମାନତା ଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ୨୦୨୫ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଇରାନ ଯୁଦ୍ଧ କିମ୍ବା ଖାମେନିଙ୍କ ମୃତ୍ୟୁ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ୟୁଟ୍ୟୁବ ଭିଡିଓରେ ଲେଖା ହୋଇଥିବା ଶୀର୍ଷକ ନେଇ ଅନୁସନ୍ଧାନ କରିଥିଲୁ ।
୨୬ ସେପ୍ଟେମ୍ବର ୨୦୨୫ରେ ହିନ୍ଦୁସ୍ତାନ ଟାଇମ୍ସ ଏକ ବିଶୃତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଉତ୍ତର ପ୍ରଦେଶର ବରେଲିର ଘଟଣା ଯେତେବେଳେ ବହୁ ସଂଖ୍ୟକ ଆଇ ଲଭ ମହମ୍ମଦ ର ସମର୍ଥକ ଏକଜୁଟ ହୋଇଥିଲେ । ପୋଲିସ ଏବଂ ସେଠାର ଲୋକଙ୍କ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।
ଲେଖାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ପୋଲିସ ସହ ବହୁ ଜୋରସେ ବଚସା ହୋଇଥିଲା । ପରେପରେ ବଚସା ଉଗ୍ରରୂପ ଧାରଣ କରି ମାରପିଟ ଆଡ଼କୁ ଗତି କରିଥିଲା । ପଥର ମାଡ଼ ଆରମ୍ଭ ହେବାରୁ ଏହାକୁ ଆୟତ୍ତ କରିବାକୁଯାଇ ପୋଲିସ ଲାଠିଚାର୍ଜ କରିଥିଲେ ।
ସେହିପରି ଉକ୍ତ ଖବରକୁ ସମାନ ସୂଚନା ସହ ଆଉ କିଛି ପ୍ରମୁଖ ଗଣମାଧ୍ୟମ ପ୍ରସାରିତ କରିଥିଵାର ଦେଖିବାକୁ ପାଇଥିଲୁ । କିଛି ଗଣମାଧ୍ୟମରେ
ପ୍ରସାରିତ ଖବରରେ ଯେଉଁ ଭିଡିଓ ରହିଛି ସେହି ଭିଡିଓର କିଛି ଅଂଶ କିମ୍ବା ଫଟୋ ସ୍ଥାନ ପାଇଥିବାର ଭି ଯାହାର ଲିଙ୍କ୍ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ୨୦୨୫ ସେପ୍ଟେମ୍ବର ମାସର ଉତ୍ତରପ୍ରଦେଶର ବରେଲିର ଅଟେ । ଉକ୍ତ ଭିଡିଓ ସହ ଖାମେନିଙ୍କ ମୃତ୍ୟୁ ସହ ନାହିଁ କୌଣସି ସମ୍ପର୍କ ।