ଫ୍ୟାକ୍ଟ ଚେକ୍: ୧୫ ଦିନରେ ୮୦୦ ବ୍ୟକ୍ତି ନିରୁଦିଷ୍ଟ ହୋଇଥିବା ଦାବିକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ

Update: 2026-02-12 18:36 GMT

ସବୁ ବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ ଦେଶର ରାଜଧାନୀ ଦିଲ୍ଲୀ । କେତେବେଳେ ସରଗରମ ରାଜନୈତିକ ମାହୋଲ ତ କେତେବେଳେ କୌଣସି ଅପରାଧ ଜନିତ ଖବର । ସେହିପରି କିଛିଦିନ ତଳେ ଦିଲ୍ଲୀକୁ ବୋମା ଧମକର ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଆସିଥିଲା, ଯାହା ଫଳରେ ସ୍କୁଲ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଗଲେ। ସୂଚନା ପାଇବା ପରେ, ସ୍କୁଲଗୁଡ଼ିକ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଏବଂ ବମ ସ୍କ୍ବାଡ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ସମ୍ପୂର୍ଣ୍ଣ ତଲାସି ଆରମ୍ଭ କରିଥିଲେ।ଧମକକୁ ଗମ୍ଭୀରତାର ସହ ନେଇ, ଅନେକ ସ୍କୁଲର ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। କିଛି ସ୍କୁଲ ଛୁଟି ଘୋଷଣା କରିଥିଲା, ଯେତେବେଳେ ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚନା ଦିଆଯାଇଥିଲା।

ଇତିମଧ୍ୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁମାତ୍ରାରେ ସେୟାର ହେଉଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଚି, କେବଳ ୨୦୨୬ ମସିହାର ପ୍ରଥମ ୧୫ ଦିନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୮୦୦ ରୁ ଅଧିକ ଲୋକ, ବିଶେଷକରି ମହିଳା ଏବଂ ଶିଶୁ ନିଖୋଜ ହୋଇଥିବା ଦାବି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ବହୁମାତ୍ରାରେ ସେୟାର ହୋଇଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ମହିଳା ସୁରକ୍ଷାକୁ ପ୍ରଶ୍ନ କରୁଥିବା ହ୍ୟାସଟ୍ୟାଗ୍ ସହିତ ପ୍ରାୟତଃ ଏହି ପୋଷ୍ଟଗୁଡ଼ିକ ନିଖୋଜ ସଂଖ୍ୟାରେ ହଠାତ୍ ଏବଂ ଅଭୂତପୂର୍ବ ବୃଦ୍ଧିକୁ ସୂଚିତ କରୁଛି, ଯାହା ଏକ ଆତଙ୍କର ମାହୋଲ ସୃଷ୍ଟି କରୁଛି ।


ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ  ଉପଲବ୍ଧ ରହିଛି । 


ସାତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଦାବିକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ ।

ଉକ୍ତ ଦାବି ନେଇ ଅନୁସନ୍ଧାନ କରିବାରୁ କୌଣସି ପ୍ରମୁଖ ଗଣମାଧ୍ୟମ କିମ୍ବା ସ୍ୱୀକୃତିପ୍ରାପ୍ତ ସୋସିଆଲ ମିଡିଆରେ ଏନେଇ କୌଣସି ଖବର ପ୍ରସାରଣ କିମ୍ବା ସେୟାର ହୋଇଥିବାର ପାଇନଥିଲୁ ।

ଅନୁସନ୍ଧାନରୁ ଦିଲ୍ଲୀ ପୋଲିସର ୱେବସାଇଟରେ ଏନେଇ କିଛି ତଥ୍ୟ ହସ୍ତଗତ ହୋଇଥିଲା ।

ମିଳିଥିବା ତଥ୍ୟ ଅନୁଯାୟୀ, ୧ ଜାନୁଆରୀ ୨୦୨୬ ରୁ ୧୫ ଜାନୁଆରୀ ମଧ୍ୟରେ ୮୦୭ ଜଣ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରାଯାଇଥିଲା । ଦୈନିକ ହାରାହାରି ୧୫ ଦିନରେ ୮୦୭ ଟି ମାମଲା ପ୍ରତିଦିନ ପ୍ରାୟ ୫୪ ଜଣ ନିଖୋଜ ବ୍ୟକ୍ତି ଥିବାର ଜଣାଯାଉଛି । ଦର୍ଶାଉଛି । ତେଣୁ ପୂର୍ବ ବର୍ଷ ସହ ତୁଳନା କଲେ ଏହା ହ୍ରାସ ପାଇଥିବାର ଦେଖାଯାଇଛି । ଉଦାହରଣ ସ୍ୱରୂପ, ୨୦୨୫ ମସିହାର ସମ୍ପୂର୍ଣ୍ଣ ବର୍ଷରେ, ମୋଟ ୨୪,୫୦୮ ଜଣ ନିଖୋଜ ହୋଇଥିଲେ, ଯାହା ପ୍ରତିଦିନ ହାରାହାରି ପ୍ରାୟ ୬୭ ଜଣ ଥିଲେ ।

ଦିଲ୍ଲୀ ପୋଲିସ ଯୁଗ୍ମ ଆୟୋଗ ଏବଂ ଲୋକସମ୍ପର୍କ ଅଧିକାରୀ ସଞ୍ଜୟ ତ୍ୟାଗୀ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବାର ଦାବିକୁ ଭିତ୍ତିହୀନ ଏବଂ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି । ତ୍ୟାଗୀଙ୍କ ଅନୁଯାୟୀ, ଜାନୁଆରୀ ୨୦୨୬ ରେ ପୂର୍ବ ବର୍ଷଗୁଡ଼ିକର ଜାନୁଆରୀ ତୁଳନାରେ ନିଖୋଜ ମାମଲା ସଂଖ୍ୟା ହ୍ରାସ ପାଇଛି ।



୫ ଫେବୃଆରୀ ୨୦୨୬ରେ ଦିଲ୍ଲୀ ପୋଲିସ ଏନେଇ ଏକ ପୋଷ୍ଟ କରିଥିଵାର ଦେଖୁବାକୁ ମିଳିଛି । ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି, ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ନିଖୋଜ ବ୍ୟକ୍ତି, ବିଶେଷକରି ପିଲାମାନଙ୍କ ସମ୍ପର୍କରେ ପ୍ରଚାରିତ ଗୁଜବ ଯୋଗୁଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ନିଖୋଜ ମାମଲାରେ କୌଣସି ବୃଦ୍ଧି ହୋଇନାହିଁ । ଦିଲ୍ଲୀ ପୋଲିସ ତୁରନ୍ତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଦିଲ୍ଲୀ ପୋଲିସର ଯୁଗ୍ମ ପୋଲିସ କମିଶନର / ଜନସମ୍ପର୍କ ଅଧିକାରୀ ଶ୍ରୀ ସଞ୍ଜୟ ତ୍ୟାଗୀଙ୍କ ବାର୍ତ୍ତା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଦାବିକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିବା ସହ ଗତବର୍ଷ ତୁଳନାରେ ଚଳିତ ବର୍ଷ ନିଖୋଜ ତାଲିକାରେ ଅଧିକ ମାମଲା ରହିନାହିଁ ।

Claim :  ପଦାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ରାଜଧାନୀ ଦିଲ୍ଲୀରେ ୧୫ଦିନରେ ନିରୁଦିଷ୍ଟ ହୋଇଛନ୍ତି ୮୦୦ ବ୍ୟକ୍ତି
Claimed By :  Social Media User
Fact Check :  Unknown
Tags:    

Similar News