ଫ୍ୟାକ୍ଟ ଚେକ୍: ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ଭାରତର ନୌସେନା ଘାଟି ବ୍ୟବହାର କରୁଥିବା ଦାବିକୁ ଖଣ୍ଡନ କରିଛି ଭାରତ

Update: 2026-03-06 03:38 GMT


ହର୍ମୁଜ ଜଳପଥ ନେଇ ସ୍ପଷ୍ଟ କଲା ଇରାନ; ଭାରତର ଆଶା ବଢ଼ିଲା। କେବଳ ଆମେରିକା, ଇସ୍ରାଏଲ୍‌, ୟୁରୋପ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ। ଇତିମଧ୍ୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ପୋଷ୍ଟରେ ଜଣେ ବିଦେଶୀ ବ୍ୟକ୍ତି ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହୁଛନ୍ତି, ଆମର ଘାଟି ଏବଂ ବନ୍ଦର ଗୁଡ଼ିକ ନଷ୍ଟ ହୋଇଯାଇଛି । ତେଣୁ ଆକ୍ରମଣ ପାଇଁ ଆମେ ଭାରତୀୟ ନୌସେନାର ବନ୍ଦର ଗୁଡ଼ିକ ବ୍ୟବହାର କରୁଚୁବୋଲି ମତ ପ୍ରକାଶ କରିଛନ୍ତି । 




ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସାତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଇରାନ ଉପରକୁ ଆକ୍ରମଣ କରିବାକୁ ଯାଇ, ଭାରତୀୟ ବନ୍ଦରଗୁଡ଼ିକୁ ଆମେରିକୀୟ ନୌସେନା ଦ୍ୱାରା ବ୍ୟବହାର କରାଯାଉଥିବା ଦାବିଟି ଭିତ୍ତିହୀନ ବୋଲି ସୂଚନା ଦେଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଉକ୍ତ ଦାବିକୁ ତଦନ୍ତ କରିବାକୁ ଯାଇ ଅନୁସନ୍ଧାନ କରିବାରୁ ନୌସେନା, ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ଆମେରିକୀୟ ସେନା ସାଇଟ , ସୋସିଆଲ ମିଡିଆ କିମ୍ବା କୌଣସି ଅଧିକାରୀ କିମ୍ୱା କୌଣସି ସ୍ପୋକ ପର୍ସନ ଏନେଇ କୌଣସି ସୂଚନା ଦେଇଥିବାର ଆମର ହସ୍ତଗତ ହୋଇନଥିଲା ।

ଅନ୍ୟପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆମେରିକାର ଏକ ଚ୍ୟାନେଲ୍, ଓଏଏନରେ ଭାରତୀୟ ବନ୍ଦରଗୁଡ଼ିକୁ ଆମେରିକୀୟ ନୌସେନା ଦ୍ୱାରା ବ୍ୟବହାର କରାଯାଉଥିବା ଦାବି ମିଥ୍ୟା ଏବଂ ମିଥ୍ୟା। ଆମେ ଆପଣଙ୍କୁ ଏପରି ଭିତ୍ତିହୀନ  ମନ୍ତବ୍ୟ ବିରୁଦ୍ଧରେ ସତର୍କ କରୁଛୁ ।


ଉକ୍ତ ଦାବିକୁ ଫ୍ୟାକ୍ଟ ଚେକ୍ କରି ଭାରତର ସରକାରଙ୍କ ଫ୍ୟାକ୍ଟଚେକ୍ ଅନୁଷ୍ଠାନ ପିଆଇବି ଫ୍ୟାକ୍ଟଚେକ୍ ଉଲ୍ଲେଖ କରିଛି, ଗୋଟିଏ ଆମେରିକୀୟ ଚ୍ୟାନେଲ ଆମେରିକା ନିୟୁଜ ନେଟୱାର୍କ ରେ ପ୍ରସାରିତ ଖବର ଅନୁଯାୟୀ । ଜଣେ ଆର୍ମି କର୍ନେଲ ମତପ୍ରକାଶ କରିଛନ୍ତି ଯେ, ଇରାନକୁ ଆକ୍ରମଣ କରିବାକୁ ଆମେରିକା ଭାରତୀୟ ନୌସେନା ବେସ୍ କୁ ବ୍ୟବହାର କରୁଛି ।

ଯାହାକି ସମ୍ପୂର୍ଣ୍ଣ ଭାବେ ଫେକ୍ ଅଟେ, ଏଭଳି ମିଛ ସୂଚନା ଠାରୁ ଦୂରେଇ ରୁହନ୍ତୁ ।



ଉକ୍ତ ଘଟଣାକୁ ନେଇ ଏକ ବିସ୍ତୃତ ଖବର ପ୍ରସାରଣ କରିଛି ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଓ ଟିଭି । ଉକ୍ତ ଖବରକୁ ନିଜ ଡ଼ିଜିଟାଲ ସାଇଟରେ ଓଟିଭି ପଉଲ୍ଲେଖ କରିଛି, ପୂର୍ବତନ ଆମେରିକୀୟ ସେନାର କର୍ଣ୍ଣେଲ ଡଗଲାସ ମ୍ୟାକଗ୍ରେଗର ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ୱାନ୍ ଆମେରିକା ନ୍ୟୁଜ୍ ନେଟୱର୍କକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ଇରାନ ବିରୁଦ୍ଧରେ ଯୁଦ୍ଧରେ ଆମେରିକା ଭାରତୀୟ ନୌସେନା ଘାଟି ବ୍ୟବହାର କରୁଛି। ଆମେରିକା ସେନାର ସମସ୍ତ ବେସ୍ ଧ୍ୱଂସ ହୋଇଯାଇଛି। ଇରାନ ଉପରେ ଆକ୍ରମଣ ଲାଗି ଭାରତର ବନ୍ଦରର ବ୍ୟବହାର ଖବରକୁ ଭିତ୍ତିହୀନ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ । ପ୍ରକାଶିତ ଖବରକୁ ମିଥ୍ୟା କହିବା ସହ ଏପରି ଭିତ୍ତିହୀନ ଏବଂ କପୋଳକଳ୍ପିତ ମନ୍ତବ୍ୟ ପ୍ରତି ସତର୍କ ରହିବାକୁ କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ ।


ସେହିପରି ସମାନ ସୂଚନା ସହ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି ଯାହାର ଲିଙ୍କ୍ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଇରାନ ଉପରକୁ ଆକ୍ରମଣ କରିବାକୁ, ଭାରତୀୟ ବନ୍ଦରଗୁଡ଼ିକୁ ଆମେରିକୀୟ ନୌସେନା ବ୍ୟବହାର କରାଯାଉଥିବା ଦାବିଟି ଭିତ୍ତିହୀନ ବୋଲି ସୂଚନା ଦେଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।


Claim :  ଇରାନ ଉପରକୁ ଆକ୍ରମଣ କରିବାକୁ, ଭାରତୀୟ ନୌସେନାର ଘାଟିକୁ ବ୍ୟବହାର କରୁଛି ଆମେରିକା
Claimed By :  Social Media User
Fact Check :  Unknown
Tags:    

Similar News