ଫ୍ୟାକ୍ଟ ଚେକ୍: ଫ୍ଲାଏଓଭର ଭୁଶୁଡିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

Update: 2026-02-20 14:19 GMT

ହଳିଦିଆପଦର ବ୍ରିଜ ଡିଜାଇନ ହେବ । ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଏ ଘଟଣା ଏବେର ନୁହେଁ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ ଅଛି । ଏହା ଭିତରେ ବହୁତ୍ ଜୀବନ ଅକାରଣରେ ଗଲାଣି । ନିଜର ସ୍ବାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା । ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି, ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ ।ସୂଚନା ଥାଉକି ହଳଦିଆପଦର ବ୍ରିଜ ଏକ ମରଣ ଯନ୍ତା ପାଲଟିଥିବାର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବା ପରେ ସରକାର ଏହି ପଦକ୍ଷେପ ନେଇଥିବାର ଜଣାଯାଉଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ବିରାଟ ବ୍ରିଜ ଭୁଶୁଡ଼ି ପଡୁଥିବାର ଦେଖୁବାକୁ ମିଳିଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଜନତା । ସାଧାରଣ ଜନତା ଝାଳ ବୁହା ଧନ ଅର୍ଜନ କରି ସରକାରଙ୍କୁ କର ଦେଉଥିବା ବେଳେ ସରକାର ଏବଂ ତାଙ୍କ ଦୁର୍ନୀତିଗସ୍ତ ଅଧିକାରୀ କିଭଳି ଭାବେ ସେହି କର ଟଙ୍କାକୁ ଆତ୍ମସାତ କରୁଛନ୍ତି ବୋଲି କହିଛନ୍ତି ୟୁଜର୍ସ ।

ୟୁଜର୍ସ ଲେଖିଛନ୍ତି, କୋଟିକୋଟି ଟଙ୍କାରେ ପୋଲ ନିର୍ମାଣ ହୋଇଥିବା ବେଳେ ଦେଖନ୍ତୁକିଭଳି ୧୦ ସେକେଣ୍ଡରେ ଭୁଶୁଡ଼ି ପଡୁଛି ।

ଉକ୍ତ ଭିଡିଓ ସେୟାର କରି ଆଉ ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ବିକଶିତ ଭାରତର ଆଉ ଏକ ପ୍ରମୁଖ ସଫଳତା, ଏହା କେବଳ ଏକ ସେତୁ ନୁହେଁ ଯାହା ଫମ୍ପା, ଏହା ଆମର ଆଶା ଯାହା ଏପରି କାର୍ଯ୍ୟ ପରେ ଦିନକୁ ଦିନ ଫମ୍ପା ହେଉଛି । କିନ୍ତୁ ଯେତେବେଳେ ମୁଁ ଏକ ନ୍ୟୁଜ୍ ଚ୍ୟାନେଲ୍ ଚାଲୁ କରେ, ମୁଁ ଉତ୍ସାହରେ ପୂର୍ଣ୍ଣ ହୋଇଯାଏ। ମୋତେ ଲାଗୁଛି ଯେ ଆମେ ୨୦୪୭ ନୁହେଁ, ମାତ୍ର ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ବିକଶିତ ହେବୁ ! କିନ୍ତୁ ଯେତେବେଳେ ମୁଁ ଏସବୁ ଦେଖେ...ବୋଲି ଲେଖିଛନ୍ତି ୟୁଜର୍ସ । 


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ପୋଲ ଭୁଶୁଡ଼ି ପଡୁଥିବାର ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।

ଦାବୀର ସତ୍ୟତା ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମରେ ନିଶ୍ଚିତ ଖବର ପ୍ରସାରିତ ହୋଇଥାନ୍ତା ।

ବହୁ ପୂର୍ବରୁ କିଛି ରାଜ୍ୟରେ ଏଭଳି କିଛି ଘଟଣା ଘଟିଥିବା ବେଳେ ଏହି ଭିଡିଓ ସହ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇନଥିଲା ।

ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଇନସ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । 

ଏଆଇ ଇନଲାଇଫ ନାମକ ଏକ ଇନସ୍ଟାଗ୍ରାମ ପେଜ୍ ୫ଅଗଷ୍ଟ ୨୦୨୫ରେ ଏକ ଭିଡିଓ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓରେ ମଧ୍ୟ ଏକ ବ୍ରିଜ ଭୁଶୁଡ଼ି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ସମାନତା ଥିବାର ଦେଖୁବାକୁ ପାଇଥିଲୁ । ଉଭୟ ଭିଡିଓକୁ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ ପେଜ୍ ଟି ଏଆଇ ଭିଡିଓ ପାଇଁ ଏକ ପ୍ଲାଟଫର୍ମ ବୋଲି ଉଲ୍ଲେଖ ରହିଛି । ସେହିପରି ଉକ୍ତ ପେଜ୍ ରେ ଏଭଳି ବିଭିନ୍ନ ଏଆଇ ଦ୍ୱାରା ନିର୍ମିତ ହୋଇଥିବାର ଭିଡିଓ ପୋଷ୍ଟ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଏଥିରୁ ଅନୁମାନ କରାଯାଏ ଯେ, ଉକ୍ତ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇ ପରେ ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଭିଡିଓକୁ ହାଇଭ ମୋଡରେସନ ଟୁଲ ରେ ପରୀକ୍ଷା କରିବାରୁ ଏହା ୯୬%ରୁ ଉର୍ଦ୍ଧ ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।


ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା, ପୋଲ ଭୁଶୁଡ଼ି ପଡୁଥିବାର ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ । 


Claim :  ଏହି ଭିଡିଓରେ କିଛି ସେକେଣ୍ଡ ମଧ୍ୟରେ ଏକ ଖରାପ ଭାବରେ ନିର୍ମିତ ଫ୍ଲାଏଓଭର ଭୁଶୁଡ଼ି ପଡୁଥିବା ଦେଖାଯାଉଛି
Claimed By :  Social Media User
Fact Check :  Unknown
Tags:    

Similar News