ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ କିଏ ରାଜନେତାଙ୍କ ମିଛ ଫଟୋ ଭାଇରାଲ କରୁଛି ତ କେତେବେଳେ କେଉଁ ଅଞ୍ଚଳର ଘଟଣାକୁ ଅନ୍ୟ କେଉଁ ଅଞ୍ଚଳର ଘଟଣା ଲେଖି ସେୟାର କରାଯାଉଛି । ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦୁଇଜଣ ପ୍ରେମୀ ଯୁଗଳ ବସିଥିବା ବେଳେ ସେଠାରେ ଜଣେ ମହିଳା ପହଁଚି ଦୁହେଁଙ୍କୁ ବଡ଼ ପାଟିରେ କିଛି କହୁଥିବାର ଦେଖିବାକୁ ମିଳିଛି । ଉକ୍ତ ମହିଳା ଜଣଙ୍କ ସେଠାରେ ଥିବା ପୁଅର ମା ବୋଲି କୁହାଯାଉଛି ।
ଉଭୟଙ୍କୁ ପୁଅର ମା ଧରିବା ପରେ ସେହି ସ୍ଥାନରେ ହିଁ ଉଭୟଙ୍କୁ ନିର୍ବନ୍ଧ କରିଦେଉଥିବାର ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ।
ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଅଟେ ।
ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର ଏକ ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଆରଭ ମାଭି ନାମକ ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ୟୁଟ୍ୟୁବ ଚ୍ୟାନେଲ ଚଲତେ ଫିର୍ତେର ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ସର୍ବମୋଟ ୧୮ମିନିଟର ହୋଇଥିବା ବେଳେ ଶୀର୍ଷକରେ ଉଲ୍ଲେଖ ରହିଥିଲା ସିଦ୍ଧାର୍ଥ ଏବଂ ଦୀକ୍ଷାର ବିବାହ ଉତ୍ସବ । ୫ ଫେବୃଆରୀରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪.୭ହଜାର ଲାଇକ ଏବଂ ୧ଲକ୍ଷ ୬୭ ହଜାର ୩୦୮ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି ।
ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ତର୍ଜମା କରି ଦେଖିବାରୁ ଅନ୍ୟୁନ୍ୟ ୧୫ମିନିଟ ସମୟ ମଧ୍ୟରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ପାଇଥିଲୁ ।
ଉକ୍ତ ଭିଡିଓର ପ୍ରଥମରୁ ହିଁ ଜଣେ ବ୍ୟକ୍ତି କହିଛନ୍ତି ଏହା ଏକା ପ୍ରାୟୋଜିତ ଭିଡିଓ ଅଟେ । ଏଭଳି ବହୁତ କମ୍ ପରିବାର ଅଛନ୍ତି ଯେଉଁଠି ପୁଅ କିମ୍ବା ଝିଅ ଘର ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଉଛନ୍ତି । ତାହାକୁ ନେଇ ଆମେ ଏହି ସୂଟ ଆଜି କରିବାକୁ ଯାଉଛୁ ।
ସେହିପରି ଚଲତେ ଫିରତେ ନିଜ ଇନସ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସମାନ ଭିଡିଓ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଅଟେ । କେବଳ ମନୋରଞ୍ଜନ ନିମନ୍ତେ ଉକ୍ତ ଭିଡିଓଟିକୁ ସୁଟ କରି ସୋସିଆଲ ମିଡିଆରେ ସେୟାର କରାଯାଇଥିବାର ଜଣାଯାଇଛି । ଯାହାକୁ ମୁଳ ଭିଡିଓରୁ କିଛି ଅଂଶ ଏଡିଟ କରି ଭୁଲ୍ ଦାବି ସହ ସେୟାର କରାଯାଇଛି ।