ଇରାନ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ରେକର୍ଡ ପରିମାଣର ବୃଦ୍ଧି କରିଛନ୍ତି। ପେଟ୍ରୋଲ ଓ ହାଇସ୍ପିଡ ଡିଜେଲ ଦାମକୁ ରେକର୍ଡ ପିକେଆର ୫୫ ବା ଭାରତୀୟ ମୁଦ୍ରା ୧୮.୧୦ ଟଙ୍କା ବୃଦ୍ଧି କରିଛନ୍ତି। ସୂଚନା ଥାଉକି ପୂର୍ବରୁ ପାକିସ୍ତାନରେ ଗୋଟିଏ ଲିଟର ପେଟ୍ରୋଲର ଦାମ ୨୬୬.୧୬ ପିକେଆର ରହିଥିଲା। ଏବେ ଏହା ୩୨୧.୧୭ ପିକେଆରରେ ପହଞ୍ଚିଛି।
ଇତିମଧ୍ୟରେ ପେଟ୍ରୋଲ ଡିଜେଲ ସଙ୍କଟ ନେଇ ସୋସିଆଲ ମିଡିଆରେ ଗୁଜବ ଦେଖିବାକୁ ମିଳିଛି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାତିରୁ ପେଟ୍ରୋଲ ପମ୍ପ ଆଗରେ ଲାଗିଛି ଲମ୍ବା ଲାଇନ୍ ଲାଗିଛି । ବାଇକ୍ ପିଛା ୨ଶହ ଏବଂ କାର୍ ପିଛା ମାତ୍ର ୫ଶହ ଟଙ୍କାରେ ଦିଆଯାଉଛି ଡିଜେଲ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତେଲ ମିଳୁନଥିବା ଗୁଜବ ନେଇ ଏଭଳି ଅବସ୍ଥା ଘଟିଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି ।
ଉକ୍ତ ଗୁଜବର ଖବର କିଛି ଗାନ ମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି I
ସତ୍ୟାସତ୍ୟ:
ଦାବିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି ଯୋଗାଣ ମନ୍ତ୍ରୀ ଦେଇଛନ୍ତି ସୂଚନା ।
ଦାବିର ଅନୁସନ୍ଧାନ କରିବାକୁ ଯାଇ ଆବଶ୍ୟକିୟ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ସର୍ଚ୍ଚରୁ ଗ୍ରାଉନ୍ଡ ସ୍ଥରରେ ଏଭଳି କୌଣସି ଘଟଣା ଦେଖିବାକୁ ପାଇନଥିଲୁ । କେବଳ ମାଲକାନଗିରିରେ ଗୋଟିଏ ଦିନ ପାଇଁ ନାହିଁନଥିବା ଭିଡ଼ ଦେଖୁବାକୁ ପାଇଥିଲୁ ।
ଏନେଇ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଯୋଗ କରିଥିଲୁ । ତାଙ୍କ କହିବା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଯୁଦ୍ଧକୁ ନେଇ ତେଲ ସଙ୍କଟ ଏକ ଗୁଜବ ବ୍ୟାପିଯାଇଲା । ଆବଶ୍ୟକ ଠାରୁ ଅଧିକ ଗ୍ରାହକଙ୍କ ଭିଡ଼ ଜମିବାରୁ ଟାଙ୍କିରେ ନାହିଁ ନଥିବା ଭିଡ଼ ଜମିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ, ୨ ଚକିଆକୁ ୨୦୦ ୪ ଚକିଆକୁ ୫୦୦ ଟଙ୍କାର ତେଲ ବିକ୍ରି କରିଥିଲେ ।
ଉକ୍ତ ଗୁଜବ ନେଇ ଏକ ସ୍ପଷ୍ଟୀକରଣ ଲେଖିଛି ଇଣ୍ଡିଆନ ଅଏଲ, ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ସମ୍ପର୍କରେ ରିପୋର୍ଟ ଭିତ୍ତିହୀନ। ଭାରତରେ ପର୍ଯ୍ୟାପ୍ତ ଇନ୍ଧନ ଷ୍ଟକ୍ ଅଛି, ଏବଂ ଯୋଗାଣ ଏବଂ ବଣ୍ଟନ ନେଟୱାର୍କଗୁଡ଼ିକ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି । ଇଣ୍ଡିଆନଅଏଲ ସାରା ଦେଶରେ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ନାଗରିକମାନଙ୍କୁ ଆତଙ୍କିତ ନ ହେବାକୁ କିମ୍ବା ଇନ୍ଧନ ଷ୍ଟେସନଗୁଡ଼ିକରେ ଭିଡ଼ ନ କରିବାକୁ ଏବଂ ସଠିକ୍ ସୂଚନା ପାଇଁ କେବଳ ସରକାରୀ ଉତ୍ସ ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ତାନ ପେଟ୍ରୋଲିୟମ ଉଲ୍ଲେଖ କରିଛି, ଭାରତରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ଏବଂ ପେଟ୍ରୋଲ, ଡିଜେଲ ଏବଂ ATF ସମେତ ସମସ୍ତ ପ୍ରମୁଖ ପେଟ୍ରୋଲିୟମ ଉତ୍ପାଦ ମହଜୁଦ ଅଛି। ସାରା ଦେଶରେ ଇନ୍ଧନ ଯୋଗାଣ ସ୍ୱାଭାବିକ ଭାବରେ ଚାଲିଛି । ସମସ୍ତ ତୈଳ ବିପଣନ କମ୍ପାନୀ ସେମାନଙ୍କର ବ୍ୟାପକ ଖୁଚୁରା ନେଟୱାର୍କ ମାଧ୍ୟମରେ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରୁଛନ୍ତି। ନାଗରିକମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏପରି ଗୁଜବରେ ଧ୍ୟାନ ଦିଅନ୍ତୁ ନାହିଁ ଏବଂ ଆତଙ୍କିତ ହେବା ଏବଂ ପେଟ୍ରୋଲ ପମ୍ପରେ ଅଯଥା ଭିଡ଼ କରିବାରୁ ରକ୍ଷା ପାଆନ୍ତୁ।
ସେହିପରି ଭାରତ ପେଟ୍ରୋଲିୟମ ଏନେଇ ଉଲ୍ଲେଖ କରିଛି, ହର୍ମୁଜ୍ ପ୍ରଣାଳୀ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଯୋଗାଣରେ ବାଧା ସୃଷ୍ଟି ହେବା ସମ୍ପର୍କରେ ଗୁଜବ ଭ୍ରାମକ। ଭାରତରେ କ୍ଷଣିକକାଳୀନ ବିଶ୍ୱ ବ୍ୟାଘାତ ପରିଚାଳନା ପାଇଁ ପର୍ଯ୍ୟାପ୍ତ ଇନ୍ଧନ ସଂରକ୍ଷଣ ଏବଂ ବିକଳ୍ପ ଯୋଗାଣ ଉତ୍ସ ଅଛି, ଏବଂ ବିପିସିଏଲ ସୁଗମ ଇନ୍ଧନ ଉପଲବ୍ଧତା ସୁନିଶ୍ଚିତ କରିଚାଲିଛି ।
ସେହିପରି ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । କିଛି ଗଣମାଧ୍ୟମରେ ତୈଳ ସଙ୍କଟ ନେଇ ବିଭ୍ରାନ୍ତିକର ଖବର ପ୍ରଚାରିତ ହେଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।
ତେବେ ଦାବିରେ ନାହିଁ କୌଣସି ସତ୍ୟତା । ଯୁଦ୍ଧକୁ ନେଇ ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲ ସଙ୍କଟ ଦାବିଟି ଭୁଲ୍ ଅଟେ । ଉକ୍ତ ଦାବିକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।