ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ କଂଗ୍ରେସ ଦଳକୁ ଆକ୍ଷେପ କରି ଏଭଳି କହିଛନ୍ତି ମୋଦି

Update: 2026-02-20 14:31 GMT


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୧୯ ଫେବୃଆରୀ) ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଉଦଘାଟନ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ସମେତ ବିଭିନ୍ନ ଦେଶର ନେତା ଏବଂ ଶିଳ୍ପ ନେତାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୋଦୀ କହିଛନ୍ତି ଯେ କିଛି ଲୋକ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରତି ସନ୍ଦେହବାଦୀ। ତଥାପି, ଯୁବ ପିଢ଼ି ଯେପରି ଭାବରେ AI କୁ ଗ୍ରହଣ କରୁଛନ୍ତି ତାହା ପୂର୍ବରୁ କେବେ ଦେଖାଯାଇ ନଥିଲା। AI ସମ୍ମିଳନୀ ପ୍ରଦର୍ଶନୀ ମଧ୍ୟ ପ୍ରଚଣ୍ଡ ଉତ୍ସାହ ସୃଷ୍ଟି କରିଛି। ୧୦୦ ରୁ ଅଧିକ ଦେଶରୁ ପ୍ରତିନିଧିତ୍ୱ ଏବଂ ବିଶ୍ୱର କୋଣ ଅନୁକୋଣରୁ ବିଶିଷ୍ଟ ବ୍ୟକ୍ତିମାନେ ଶିଖର ସମ୍ମିଳନୀକୁ ସଫଳତାର ନୂତନ ଶିଖରରେ ପହଞ୍ଚାଉଛନ୍ତି ।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମୋଦି କହୁଛନ୍ତି, ଗୋଟିଏ ହିଁ ମିଶନ ସମାଜକୁ ବାଣ୍ଟ ଲୋକଙ୍କୁ ବାଣ୍ଟ ଏବଂ ସରକାର ଉପରେ ନିଜ ହକ୍ ଜମାଅ ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରି ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମୋଦି ଏଭଳି ଭାବେ ସବୁ ବାଣ୍ଟି ସରକାର ଗଠନ କରିଛନ୍ତି ମୋଦି ବୋଲି ଅଭିଯୋଗ ଆଣିଛନ୍ତି ୟୁଜର୍ସ ।


Full View


ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଏହା ନିଜର ନୁହେଁ, କଂଗ୍ରେସ ଦଳ ବିଭାଜନ ବାଟ ଆପଣାଇ ସତ୍ତାରେ ରୁହେ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ମନ୍ତବ୍ୟ ନେଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ। ଅନୁସନ୍ଧାନରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ମନ୍ତବ୍ୟ ମୋଦି ଦେଇଥାନ୍ତି ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ନିଶ୍ଚିତ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ଦେଖିବାକୁ ଗଲେ ଏଭଳି ମନ୍ତବ୍ୟ ଜଣେ ପ୍ରଧାନମନ୍ତ୍ରୀ ଏଭଳି ଖୋଲା ସଭାରେ ଦେବାଟା ଅସମ୍ଭବ ପ୍ରାୟ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା । 

୫ ଅକ୍ଟୋବର ୨୦୨୪ରେ ଉକ୍ତ ପୋଷ୍ଟ କରି ଏଏନଆଇ ଉଲ୍ଲେଖ କରିଛି, ଥାନେ, ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "କଂଗ୍ରେସ ଜାଣେ ଯେ ସେମାନଙ୍କର ଭୋଟ ବ୍ୟାଙ୍କ ଏକ ରହିବ, କିନ୍ତୁ ଅନ୍ୟମାନେ ସହଜରେ ବିଭାଜିତ ହୋଇଯିବେ। କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କର କେବଳ ଗୋଟିଏ ମିଶନ ଅଛି: ସମାଜକୁ ବିଭାଜିତ କରିବା ଏବଂ କ୍ଷମତା ଦଖଲ କରିବା। ତେଣୁ, ଆମର ଏକତା ଦେଶର ଢାଲ ହେବା ଉଚିତ। ଆମକୁ ମନେ ରଖିବାକୁ ପଡିବ ଯେ ଯଦି ଆମେ ବିଭାଜିତ ହେଉ, ତେବେ ଯେଉଁମାନେ ବିଭାଜିତ ହୁଅନ୍ତି ସେମାନେ ଏକ ସମାବେଶ ଆୟୋଜନ କରିବେ। ଆମେ କଂଗ୍ରେସ ଏବଂ ମେଣ୍ଟର ଯୋଜନାକୁ ସଫଳ ହେବାକୁ ଦେବା ଉଚିତ୍ ନୁହେଁ..." ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛି ଏଏନଆଇ ।

ଉକ୍ତ ଭିଡିଓରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ପାଇଥିଲୁ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଭିଡିଓରେ ମୋଦି କଂଗ୍ରେସକୁ ଆକ୍ଷେପ କରି ଏଭଳି କହିଛନ୍ତି ।

ସେହିପରି ୫ ଅକ୍ଟୋବର ୨୦୨୪ରେ ନବଭାରତ ଟାଇମ୍ସ ଏକ ଖବର ପ୍ରସାରିତ କରି, ମୂଳ ଭିଡିଓ ବ୍ୟବହାର କରି ଲେଖିଚି, "କଂଗ୍ରେସ ଦଳକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କଂଗ୍ରେସ ଜାଣେ ଯେ ଏହାର ଭୋଟ ବ୍ୟାଙ୍କ ଏକ ରହିବ, କିନ୍ତୁ ଅନ୍ୟମାନେ ସହଜରେ ବିଭାଜିତ ହୋଇଯିବେ । କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କର କେବଳ ଗୋଟିଏ ମିଶନ ଅଛି: ସମାଜକୁ ବିଭାଜିତ କରିବା ଏବଂ କ୍ଷମତା ହାସଲ କରିବା ।"

ସେହିପରି ଆଉକିଛି ଗଣମାଧ୍ୟମ ଉକ୍ତ ଖବରକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଏହା ନିଜର ନୁହେଁ, କଂଗ୍ରେସ ଦଳ ବିଭାଜନ ବାଟ ଆପଣାଇ ସତ୍ତାରେ ରୁହେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 


Claim :  ଗୋଟିଏ ହିଁ ମିଶନ ସମାଜକୁ ବାଣ୍ଟ ଲୋକଙ୍କୁ ବାଣ୍ଟ ଏବଂ ସରକାର ଉପରେ ନିଜ ହକ୍ ଜମାଅ
Claimed By :  Social Media User
Fact Check :  Unknown
Tags:    

Similar News