ଫ୍ୟାକ୍ଟ ଚେକ୍: କାଶୀ ବିଶ୍ୱନାଥ ପ୍ରକଳ୍ପ ଉନ୍ନତିକରଣ ସମୟରେ ଉଚ୍ଛେଦକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Update: 2026-04-03 09:10 GMT


ପଶ୍ଚିମବଙ୍ଗର ମାଲଦାରେ ନ୍ୟାୟିକ ଅଧିକାରୀମାନଙ୍କୁ ୯ ଘଣ୍ଟା ଧରି ବନ୍ଦୀ କରି ରଖାଯିବା ଘଟଣାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏହି ଘଟଣା ପରେ ମମତା ସମସ୍ତ ଦୋଷ ବିଜେପି ଉପରେ ଲଦିଛନ୍ତି। ସାଗରଡିଗିଠାରେ ଏକ ଜନସଭାକୁ ସମ୍ବୋଧିତ କରି ମମତା ନିଜକୁ ଏହି ଘଟଣାରୁ ଦୂରେଇ ରଖିବା ସହିତ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ନେଇ ଲୋକଙ୍କ ଭିତରେ ଥିବା ରୋଷର ଏହା ପ୍ରତିଫଳନ ବୋଲି କହିଛନ୍ତି। ମମତା କହିଛନ୍ତି, "ମୋ ପାଖରେ କୌଣସି କ୍ଷମତା ନାହିଁ। ସେମାନେ ମୋ’ଠାରୁ ସବୁ କ୍ଷମତା ନେଇଯାଇଛନ୍ତି। ମାଲଦାରେ ଯାହା ଘଟିଗଲା ତାହା ବିଜେପିର କ୍ଷଡ଼ଯନ୍ତ୍ର। ପରାଜୟ ଭୟରେ ବିଜେପି ଚଳିତ ମାସ ହେବାକୁ ଥିବା ବିଧାନସଭା ନିର୍ବାଚନ ରଦ୍ଦ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛି। ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରି ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ସେମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ଚାହୁଥିଲେ, କିନ୍ତୁ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେଇପାରି ନାହାନ୍ତି । "ସୂଚନାଯୋଗ୍ୟ, ଏସ୍‌ଆଇଆର୍‌ ସମୟରେ ଭୋଟର ତାଲିକାରୁ ନାମ ବାଦ ଦିଆଯିବାକୁ ନେଇ ବୁଧବାର ମାଲଦାର କାଲିଆଛକ ୨ ବ୍ଲକ ଉନ୍ନୟନ କାର୍ୟ୍ୟାଳୟ ବାହାରେ ବିରାଟ ପ୍ରତିବାଦ ହୋଇଥିଲା।

ଏହାକୁ ନେଇ ବିଜେପି ମହଲରେ ମମତାଙ୍କୁ ମଧ୍ୟ ବିରୋଧ ହୋଇଥିବା ଦେଖୁବାକୁ ମିଳିଛି ।

ଇତିମଧ୍ୟରେ ମମତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମମତା ବିବାଦୀୟ ମନ୍ତବ୍ୟ ଦେଉଥିବାର ଦାବି କରିଛନ୍ତି ୟୁଜର୍ସ । ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, "ଯଦି ଏକ ଶିବ ମନ୍ଦିର ଭାଙ୍ଗି ଦିଆଯାଏ, ତେବେ ବିଜେପି ଏହାକୁ ନେଇ କେତେ ନାଟକ ରଚନା କରେ । ସେ କ'ଣ ତାଙ୍କର ମୁଖ୍ୟ ଭୋଟରଙ୍କୁ କହୁଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ସେମାନେ ମନ୍ଦିର ଭାଙ୍ଗି ପାରିବେ ନାହିଁ ?

ଉକ୍ତ ୮ସେକେଣ୍ଡ ଭିଡିଓରେ ମମତା ଏକ ଶିବ ମନ୍ଦିର ଭାଙ୍ଗିବା ଏବଂ ଲୁଟ କରୁଥିବା ନେଇ କହୁଥିବାର ଶୁଣିବାକୁ ମିଳିଛି ।



ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭିଡିଓର କିଛି ଅଂଶକୁ ଏଡିଟ କରି ମନ୍ଦ ଉଦେଶ୍ୟରେ ଭାଇରାଲ କରାଯାଉଥିବାର ଜଣାଯାଏ । ମୁଳ ଭିଡିଓରେ ମୂଳ ଭିଡିଓରେ କାଶୀ ବିଶ୍ୱନାଥ ପ୍ରକଳ୍ପ ଉନ୍ନତିକରଣ ସମୟରେ ଉଚ୍ଛେଦକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ମମତା ।

ଉକ୍ତ ଦାବି ନେଇ ଅନୁସନ୍ଧାନ କରିବାରୁ ଏଭଳି କୌଣସି ଖବର ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇନଥିଲା । ଯଦି ମମତା ଏତେବଡ଼ ବିବାଦୀୟ ମନ୍ତବ୍ୟ ଦେଇଥାନ୍ତେ, ଏହା ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମର ମୁଖ୍ୟ ଖବରରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ଉକ୍ତ ଦାବିନେଇ ଅଧିକ ଅନୁସନ୍ଧାନ କରିବାକୁ ଯାଇ ପଶ୍ଚିମବଙ୍ଗର ସାମ୍ବାଦିକ ଅଗ୍ନିଶ୍ଵର ସର୍ଦାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଦାବିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ଅଗ୍ନିଶ୍ଵର । ସିଏ କହିଥିଲେ "ଏହା ଅନ୍ୟୁନ୍ୟ ଗତ ମାସର ଭିଡିଓ ଅଟେ । ଏହା ଏକ ଅସମ୍ପୂର୍ଣ୍ଣ ଭିଡିଓ ଅଟେ । ତାଙ୍କ ଭାଷଣ ମୁଳ ଭିଡିଓକୁ ଦେଖିଲେ ହିଁ ପ୍ରକୃତ ସତ ଜନସାଧାରଣ ଜାଣିପାରିବେ" ।

ଅଗ୍ନିଶ୍ଵର ଦେଇଥିବା ସୁଚନା ଅନୁଯାୟୀ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ୨୮ମାର୍ଚ୍ଚରେ ମମତାଙ୍କ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।

ରାଣିଗଞ୍ଜର ଖଣ୍ଡରା ଫୁଟବଲ ପଡିଆରେ ଜନସାଧାରଣକୁ ଉଦବୋଧନ ବୋଲି ଭିଡିଓ ଉପରେ ଉଲ୍ଲେଖ ରହିଛି । ୪୫ ମିନିଟର ଉକ୍ତ ଲାଇଭ ଭିଡିଓରେ ମମତା ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଘେରିଥିବାର ଦେଖିବାକୁ ମିଳିଥିଲା । 

ଉକ୍ତ ଭିଡିଓର ଅନ୍ୟୁନ୍ୟ ୧୧:୧୭ ସମୟରେ, ଉକ୍ତ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ପାଇଥିଲୁ ।

ଭିଡିଓରେ ମମତା କହିଛନ୍ତି, "ବନ୍ଧୁଗଣ, ଯେତେବେଳେ ଗୋଟିଏ ଶିବ ମନ୍ଦିର ଭାଙ୍ଗି ଦିଆଯାଏ, ବିଜେପି ଏଥିରୁ ଏତେ ବଡ଼ କଥା ବାହାର କରେ । ମୁଁ କହୁନାହିଁ ଯେ, ଏହାକୁ ଭାଙ୍ଗିବା ଠିକ୍ କାମ । କିନ୍ତୁ ସେମାନେ କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କରିବା ସମୟରେ କେତେ ମନ୍ଦିର ଭାଙ୍ଗିଥିଲେ ? ସେମାନେ ଦିଲ୍ଲୀର କାଳୀ ବାଡ଼ି ଭାଙ୍ଗି ଦେଇଥିଲେ।"

ସେସମୟର ବହୁ ଲୋକ ନିଜର ବ୍ୟବସାୟ ହରାଇଥିଲେ, ବୋଲି କହି ବିଜେପି ଉପରେ ବର୍ଷିଥିଲେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।


ଦାବିଟି ବିଭ୍ରାନ୍ତିକର ଅଟେ । ଭିଡିଓର କିଛି ଅଂଶକୁ ଏଡିଟ କରି ମନ୍ଦ ଉଦେଶ୍ୟରେ ଭାଇରାଲ କରାଯାଉଥିବାର ଜଣାଯାଏ । ମୁଳ ଭିଡିଓରେ କାଶୀ ବିଶ୍ୱନାଥ ପ୍ରକଳ୍ପ ଉନ୍ନତିକରଣ ସମୟରେ ଉଚ୍ଛେଦକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ମମତା ବାନାର୍ଜୀ ।


Claim :  ଶିବ ମନ୍ଦିର ଉନ୍ନତିକରଣ ନେଇ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ପଶ୍ଚିମବଙ୍ଗ ମମତା ବାନାର୍ଜୀ
Claimed By :  Social Media User
Fact Check :  Unknown
Tags:    

Similar News