ଫ୍ୟାକ୍ଟ ଚେକ୍: ନୀତିଶ ତାଙ୍କ ପୁଅକୁ ଧରି କାନ୍ଦୁଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ଅଟେ

Update: 2026-03-22 18:20 GMT


ସାରା ଦେଶର ନଜର ଥିବା ବିହାର ରାଜ୍ୟସଭା ନିର୍ବାଚନରେ ବିଜେପି ଓ ଏନ୍‌ଡିଏ ବାଜିମାତ୍‌ କରିଛନ୍ତି। ଏନ୍‌ଡିଏ ସମସ୍ତ ଆସନରେ ବିଜୟୀ ହୋଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିଜେପି ଜାତୀୟ ସଭାପତି ନିତିନ ନବୀନ ଅଛନ୍ତି ।

ତେବେ କିଛିଦିନ ପୂର୍ବରୁ ନିତିଶଙ୍କ ପୁଅଙ୍କ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ସିଏ କହିଥିଲେ, ଯେ ଅମିତ ଅଙ୍କଲ କହିଥିଲେ ଯେ, ୧୫ ବର୍ଷ ପର୍ଯ୍ୟନ୍ତ ୟେ ଆମ ନେତା ୟେ ଆମ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରାଜ୍ୟସଭା ଯିବାକୁ ନିଜେ ଇଚ୍ଛାପ୍ରକାଶ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଲେଖିଥିଲେ ନୀତିଶ । " ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ ମୋ ପ୍ରତି ନିରନ୍ତର ଭାବରେ ଆପଣଙ୍କର ବିଶ୍ୱାସ ଏବଂ ସମର୍ଥନ ବଜାୟ ରଖିଛନ୍ତି । ସେହି ଶକ୍ତି ମାଧ୍ୟମରେ ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ବିହାର ଏବଂ ଆପଣମାନଙ୍କ ସମସ୍ତଙ୍କର ସେବା କରିଛି। ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ଯୋଗୁଁ ହିଁ ବିହାର ଆଜି ବିକାଶ ଏବଂ ସମ୍ମାନର ଏକ ନୂତନ ଦିଗକୁ ଗ୍ରହଣ କରୁଛି। ଏଥିପାଇଁ ମୁଁ ପୂର୍ବରୁ ଅନେକ ଥର ଆପଣଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିଛି" । ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ ନୀତିଶ ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ଯୁବକକୁ ଧରି କାନ୍ଦୁଥିବାର ଦେଖିବାକୁ ମିଳିଛି । ଉକ୍ତ ଯୁବକ ଜଣଙ୍କ ତାଙ୍କ ପୁଅ ବୋଲି ଜାଣିବାକୁ ମିଳିଥିବା ବେଳେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବାପପୁଅ କାନ୍ଦୁଥିବାର ଦାବି ହୋଇଛି ।

ରାଜ୍ୟସଭା ଯିବା ନେଇ ବିଜେପି ତାଙ୍କୁ ଏବଂ ବିହାର କୁ ଧୋକା ଦେଇଛି ବୋଲି ତାତ୍ସ୍ୟଲ୍ୟ କରିବା ସହ ଉକ୍ତ ଫଟୋକୁ ସେୟାର କରିଛନ୍ତି ୟୁଜର୍ସ ।



ଯାହାର ଏକ ଆର୍କାଆଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

ଦାବୀର ସତ୍ୟତା ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ସହ ଅନୁସନ୍ଧାନ କରିଥିଲୁ। ଅନୁସନ୍ଧାନରୁ କୌଣସି ପ୍ରମୁଖ ଗଣମାଧ୍ୟମ କିମ୍ବା ନୀତିଶଙ୍କ ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହୋଇଥିବାର ପାଇନଥିଲୁ ।

ତେଣୁ ଏଭଳି କୌଣସି ଫଟୋ ଉଠାଯାଇନଥିବାର ଅନୁମାନ କରାଯାଏ । ରାଜନୈତିକ ମାହୋଲ ଏଭଳି ସରଗରମ ଥିବା ବେଳେ ଯଦି ଏଭଳି ଫଟୋ ଉଠିଥାଏ ତେବେ ଏହା ବିହାର ଗଣମାଧ୍ୟମ ପାଇଁ ଏକ ଖବର ପାଲଟି ଯାଇଥାନ୍ତା ।

ଉକ୍ତ ଫଟୋର ସତ୍ୟତା ଜାଣିବାକୁ ଯାଇ ଫଟୋଟିକୁ ହାଇଭ ମଡରେସନ ଟୁଲ୍ ରେ ପରୀକ୍ଷା କରିଥିଲୁ । ଫଟୋଟି ୯୯.୯% ଏଆଇ ଦ୍ୱାରା ନିର୍ମିତ ବୋଲି ହାଇଭ ମଡରେସନ ରିପୋର୍ଟ ପ୍ରକାଶ କରିଥିଲା ।



ସମାନ ଫଟୋଟିକୁ ଇଜଇଟ ଏଆଇରେ ମଧ୍ୟ ପରୀକ୍ଷା କରିଥିଲୁ । ପରୀକ୍ଷାରୁ ଉକ୍ତ ଫଟୋଟି ୮୮% ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।




 


ଅନ୍ୟପଟେ ଚଳିତବର୍ଷ ମାର୍ଚ୍ଚ ୪ରେ ଫାଇନାନସିଆଲ ଏକ୍ସପ୍ରେସ ନିଶାନ୍ତ କୁମାର ଅର୍ଥାତ ନୀତିଶ କୁମାରଙ୍କ ପୁଅ ଉପରେ ଏକ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯେଉଁଥିରେ ସିଏ ଏବେ ବିହାର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ବୋଲି ଉଲ୍ଲେଖ ରହିଛି ।

ଉକ୍ତ ଖବରରେ ଯେଉଁ ଫଟୋ ବ୍ୟବହାର ହୋଇଛି, ସମାନ ପୋଷାକ ମଧ୍ୟ ଭାଇରାଲ ଫଟୋରେ ନୀତିଶ ଏବଂ ନିଶାନ୍ତ ଉଭୟେ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଉକ୍ତ ଫଟୋକୁ ବ୍ୟବହାର କରି କେହି ଏଆଇର ସାହାରା ନେଇ ଏହି ଫେକ୍ ଫଟୋ ନିର୍ମାଣ କରିଥାଇ ପାରିଥାନ୍ତି ବୋଲି ଅନୁମାନ କରାଯାଏ ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ଅଟେ । 

Claim :  ନିଜ ପଦରୁ ଇସ୍ତଫା ଦେବା ପରେ କାନ୍ଦିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତାଙ୍କ ପୁଅ
Claimed By :  Social Media User
Fact Check :  Unknown
Tags:    

Similar News