ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ସାର୍ ବିରୋଧୀ ଆନ୍ଦୋଳନର ଅଟେ, ନୂତନ ୟୁଜିସି ନିୟମ ସହ ନାହିଁ କୌଣସି ସମ୍ପର୍କ

Update: 2026-02-03 10:25 GMT

ବିଶ୍ବବିଦ୍ୟାଳୟ ଅୁନାଦାନ ଆୟୋଗ- ୟୁଜିସିର ନୂଆ ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ । କହିଛନ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରମୋସନ୍ ଅଫ୍ ଇକ୍ୟୁଟି ରେଗୁଲେସନ୍ସ -୨୦୨୬ରେ ସ୍ପଷ୍ଟତା ନାହିଁ । ଏହାର ଦୁରୁପଯୋଗ କରାଯିବାର ଆଶଙ୍କା ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ହେବ ।

ୟୁଜିସିର ନୂଆ ନିୟମକୁ ଚାରିଆଡ଼ୁ ବିରୋଧ କରାଯାଇଥିଲା। ଗତ ଜାନୁଆରି ୧୩ରେ ୟୁଜିସିର ବିଜ୍ଞପ୍ତି ପ୍ରକାଶ ପରେ ନୂଆ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଗତ ବିଭେଦ ବଢ଼ିବା ଆଶଙ୍କା କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ସର୍ବୋଚ୍ଚ ଅଦାଲତ ଆଜି ମଧ୍ୟବର୍ତ୍ତୀ ରାୟ ଦେଇ ନିୟମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଟି କୁସପୁତ୍ତଳିକା କୁ କିଛିବ୍ୟକ୍ତି ବାଡ଼ାଉଥିବା ବେଳେ ପରେପରେ କୁସପୁତ୍ତଳିକା ରେ ନିଆଁ ଲଗାଇ ଦେଉଥିବାର ଦେଖିବାକୁ ମିଳିଛି ।


Full View

ଉକ୍ତ କୁସପୁତ୍ତଳିକା ଦୁଇଟି ନରେନ୍ଦ୍ର ମୋଦି ଏବଂ ଅମିତ ସାହାଙ୍କ ପରି ଦୃଶ୍ୟମାନ ହେଉଥିବାର ଦେଖିବାକୁ ମିଳିଛି । ତେବେ ନୂତନ ଭାବେ ଆଗତ ହୋଇଥିବା ୟୁଜିସି ନିୟମ ପାଇଁ ଉକ୍ତ ଆନ୍ଦୋଳନ ହୋଇଥିବା ବେଳେ, ଆନ୍ଦୋଳନକାରୀ ମାନେ ଏଭଳି କରିଥିଵାର ଦାବି ହୋଇଛି ।

ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ମୁର୍ଷିଦାବାଦରେ ହୋଇଥିବା ସାର୍ ବିରୋଧୀ ଆନ୍ଦୋଳନ ସମୟର ଅଟେ । ନୂତନ କରି ଆଗତ ହୋଇଥିବା ୟୁଜିସି ନିୟମ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

ୟିଜିସି ନିୟମ ନେଇ ଆନ୍ଦୋଳନ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଆନ୍ଦୋଳନର ଭିଡିଓ ହସ୍ତଗତ ହୋଇଥିଲା । ହେଲେ ଉକ୍ତ ଆନ୍ଦୋଳନର ଦୃଶ୍ୟ କୌଣସି ପ୍ରମୁଖ ସୋସିଆଲ ମିଡିଆ କିମ୍ବା ଗଣମାଧ୍ୟମରେ ଦେଖିବାକୁ ପାଇନଥିଲୁ ।

ଯଦି ଏଭଳି କୌଣସି ଆନ୍ଦୋଳନ ହୋଇଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ଫେସବୁକ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓଟି ଫେସବୁକରେ ଜଣେ ୟୁଜର୍ସ ଅପଲୋଡ଼ କରିଥିବା ବେଳେ ତାହା ଭାଇରାଲ ଭିଡିଓ ସଦୃଶ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଉଭୟ ଭିଡିଓକୁ ତୁଳନା କରିବାରୁ ଉକ୍ତ ଭିଡିଓ ଦୁଇଟି ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ତେବେ ଉକ୍ତ ଭିଡିଓରେ ବଙ୍ଗିଅ ଭାଷାରେ କିଛି ଲେଖା ହୋଇଥିବା ବେଳେ ଉକ୍ତ ଲେଖାକୁ ନେଇ ସୋସିଆଲ ମିଡିଆରେ ସର୍ଚ୍ଚ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

Full View


ଉକ୍ତ ଭିଡିଓରେ ମଧ୍ୟ ବଙ୍ଗିଅ ଭାଷାରେ କିଛି ଲେଖା ଥିବା ବେଳେ ତାହାକୁ ଅନୁବାଦ କରିବାରୁ ଜଣାଯାଏ, ହରିହରପାରାରେ ସାର୍ ଶୁଣାଣି ନେଇ ଆନ୍ଦୋଳନ ତେଜିଥିଲା । ଯାହାକୁ ନେଇ କୁଶପୁତ୍ତଳିକା ଦାହ ସହିତ ପ୍ରତିବାଦ କରାଯାଇଥିଲା ।

ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଇଣ୍ଡିଆନ ଏକ୍ସପ୍ରେସ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।

ପ୍ରସାରିତ ଖବର ଅନୁଯାୟୀ, ସ୍ଥାନୀୟ ଟିଏମସି ବିଧାୟକ ନିଆମତ ଶେଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ହରିହରପଡ଼ା ଚାଷୀ ବଜାରରୁ ଆରମ୍ଭ ହୋଇ ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା ​​ଏବଂ ପରେପରେ ତୀବ୍ର ଆନ୍ଦୋଳନରେ ପରିଣତ ହୋଇଥିଲା । ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ଯେ, ଏସଆଇଆର ବାହାନାରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି ଏବଂ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ମୁର୍ଷିଦାବାଦର ହରିହରପଡ଼ା ଅଟେ । ସାର୍ କୁ ବିରୋଧ କରି ଏହି ଆନ୍ଦୋଳନ ହୋଇଥିବା ବେଳେ ନୂତନ ୟୁଜିସି ନିୟମ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ । 

Claim :  ତୀବ୍ର ହେଲା ଆନ୍ଦୋଳନ ୨୦୨୬ରେ ଆସିଥିବା ନୂଆ ୟିଜିସି ନିୟମ ନେଇ ମୋଦି ଏବଂ ସାହାଙ୍କ କୁସପୁତ୍ତଳିକା ଦାହକଲେ ଆନ୍ଦୋଳନକାରୀ
Claimed By :  Social Media User
Fact Check :  Unknown
Tags:    

Similar News