ରିମଡେଲିଙ୍ଗ ହୋଇଥିବା ଟ୍ରାକ୍ଟରର ଭାଇରାଲ ଭିଡିଓ ; କୃଷକ ଆନ୍ଦୋଳନର ନୁହେଁ ବରଂ ତୁର୍କୀ ର

ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ,ଏହି ଭିଡିଓ ଟି ୧ ଫେବୃଆରୀ ଦିନ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଛି, ଯାହାକି ଗୋଟିଏ ତୁର୍କୀ ମିଡିଆ ସଂସ୍ଥା ଅନ୍ତର୍ଗତ ।

Update: 2024-02-18 07:34 GMT

ଟ୍ରାକ୍ଟର ରେ ଲାଗିଛି ମେଟାଲ ଗ୍ରୀଲ, ଯାହାକି କୃଷକ ଆନ୍ଦୋଳନ ରେ ବ୍ୟବହାର ହେଉଛି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲିସ୍ତାନୀ ଙ୍କ ସହାୟତାରେ କୃଷକ ଏଭଳି ଟ୍ରାକ୍ଟର ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛନ୍ତି ବୋଲି ଗୋଟିଏ ଫେସବୁକ ପୋଷ୍ଟରେ ଉଲ୍ଲେଖ ରହିଛି  ।



ନିଜକୁ କୃଷକର ପରିଚୟ ଦେଇ କିଛି ବ୍ୟକ୍ତି, ସରକାର ଙ୍କ ପାଖରେ ମନଇଚ୍ଛା ଦାବି ରଖୁଛନ୍ତି ତାହା ପୂରଣ ନ ହେଲେ ଏକ ଯୁଦ୍ଧ ପରିସ୍ଥିତି ଉପୁଜିପାରେ ବୋଲି ଏକ ପୋଷ୍ଟରେ ଲେଖାଯାଇଛି । ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ,ଟ୍ରାକ୍ଟର ଗୁଡିକୁ ମାତ୍ରାଧିକ ପଇସା ଖର୍ଚ୍ଚକରି ମଡେଲିଙ୍ଗ କରୁଥିବା ଚାଷୀ ଭାରତ ସରକାରଙ୍କ ପାଖରେ ପେନସନ ପାଇବା ନିମନ୍ତେ ଦାବି ରଖିଛନ୍ତି, ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ମୋଡ଼ ଏହା ସୁନିଶ୍ଚିତ । 


Full View

ସତ୍ୟାସତ୍ୟ :

ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ,ଏହି ଭିଡିଓ ଟି ୧ ଫେବୃଆରୀ ଦିନ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଛି, ଯାହାକି ଗୋଟିଏ ତୁର୍କୀ ମିଡିଆ ସଂସ୍ଥା ଅନ୍ତର୍ଗତ । 


 

ଏହାଛଡା ଟ୍ରାକ୍ଟର ରେ ହଟାଟ ୨୫୦ଜି ଉଲ୍ଲେଖ ରହିଥିବା ଫଟୋରେ ଦେଖିବାକୁ ମିଳିଛି, ଯାହାକି ହଟାଟ ଟ୍ରାକ୍ଟର କମ୍ପାନୀ ର । ଏହି କମ୍ପାନୀ ତୁର୍କୀ ସହ କେର୍କେଜକୋଏ ଭଳି ସ୍ଥାନ ଗୁଡିକରେ ବିଭିନ୍ନ ମଡେଲ ର ଟ୍ରାକ୍ଟର ତିଆରି କରି ବିକ୍ରି କରିଥାଏ। ତୁର୍କୀ ର ବିଭିନ୍ନ ୟୁଟ୍ୟୁବର ଏହି ଟ୍ରାକ୍ଟର ର ଭିଡିଓ ବନାଇ ଅପଲୋଡ଼ କରିଛନ୍ତି।


Full View
Full View

ଏପରିକି ଜାନୁଆରୀ ୩୧ରେ ଏହି ଟ୍ରାକ୍ଟର ର ଏକ ଉନ୍ନତମାନର ଭିଡିଓ "ଏମରିହାନ ସେଞ୍ଜିଗ " ନାମକ ଜଣେ ବ୍ୟକ୍ତି ନିଜର ଇନଷ୍ଟାଗ୍ରାମ ରେ ଲୋଡ଼ କରିଥିବା ଦେଖା ଦେଇଛି ।


 

ଆହୁରି ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଏହି ବ୍ୟକ୍ତି ବିଭିନ୍ନ ଧରଣ ଟ୍ରାକ୍ଟର ଭିଡିଓ ନିଜ ଆକାଉଣ୍ଟ ରେ ଲୋଡ଼ କରିଛନ୍ତି । ସେହି ନାମରେ ଥିବା ଗୋଟିଏ ଟିକଟକ ଆକାଉଣ୍ଟ ରେ ମଧ୍ୟ ସମାନ ଭିଡିଓ ଅପଲୋଡ଼ ହୋଇଥିବା ଦେଖା ଦେଇଛି । ଏନେଇ ଇନଷ୍ଟା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ ଜାରି ରହିଛି । ଅଧିକ ସୂଚନା ମିଳିଲେ ଏନେଇ ଆଗକୁ ସୂଚନା ଦିଆଯିବ । ବିଭିନ୍ନ ପ୍ରାନ୍ତରୁ ଦେଖା ଯାଏ ଯେ କୃଷକ ଆନ୍ଦୋଳନ ରେ ଭାଗନେଉଥିବା କିଛି ଟ୍ରାକ୍ଟର ରିମଡେଲିଙ୍ଗ ହୋଇଥାଏ କିଛି ଟ୍ରାକ୍ଟର ରେ ବ୍ୟାରିକେଡ଼ ଭାଙ୍ଗିବା ନିମନ୍ତେ ହାଇଡ଼୍ରଲିକ ଉପକରଣ ବ୍ୟବହାର ହୋଇଥାଏ ତ କେଉଁଥିରେ ଅଗ୍ନିନିର୍ବାପକ ବ୍ୟବସ୍ଥା ରହିଥାଏ ।

ତେବେ ଆମର ଅନୁସନ୍ଧାନ ରୁ ଜଣାଯାଏଯେ ଏହି ଟ୍ରାକ୍ଟର ସହ କୃଷକ ଆନ୍ଦୋଳନ ର କୌଣସି ସାମଞ୍ଜସ୍ୟ ନାହିଁ ବରଂ ଭିଡିଓ ଟି ହେଉଛି ତୁର୍କୀ ର । 


 

Claim :  The video shows customized tractors used by farmers participating in 'Delhi Chalo' march.
Claimed By :  Facebook User
Fact Check :  False
Tags:    

Similar News