ପୁରୁଣା ଭିଡିଓ ହେଉଛି ସେୟାର, ବିଜେପି ଆଇଟି ସେଲ ଅଧ୍ୟକ୍ଷ ରାଜେଶ ବିଜୁଙ୍କ ଉପରେ ଆକ୍ରମଣ

ଦୁଇ ମିନିଟ ର ଭିଡିଓ ହେଉଛି ଭାଇରାଲ, ଭିଡିଓ ରେ ଜଣେ ସବୁଜ ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଆଉ ଦୁଇଜଣ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି ଆକ୍ରମଣ କରୁଥିବା ଦେଖାଦେଇଛି ।

Update: 2024-05-06 16:10 GMT


ଦୁଇ ମିନିଟ ର ଭିଡିଓ ହେଉଛି ଭାଇରାଲ, ଭିଡିଓ ରେ ଜଣେ ସବୁଜ ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଆଉ ଦୁଇଜଣ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି ଆକ୍ରମଣ କରୁଥିବା ଦେଖାଦେଇଛି । ସେହିପରି ଆଉଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥିବା ବେଳେ ହଠାତ ପୋଲିସ୍ ଆସି ପହଁଞ୍ଚି ଯାଉଛି ଏବଂ ସେହି ବ୍ୟକ୍ତି ଜଣଙ୍କ ହସ୍ତକ୍ଷେପ କରି ଅଟକାଉଛନ୍ତି ।

ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓ କୁ ସେୟାର କରିବା ସହ ଏହି ଘଟଣା କୁ ବର୍ତ୍ତମାନ ର ଘଟଣା କହି ଏହାକୁ ତୀବ୍ର ବିରୋଧ କରି ନିଜ ମତାମତ ଦେଇ ଲେଖିଛନ୍ତି "ବର୍ତ୍ତମାନ ଦିନରେ ଶ୍ରୀ ରାଜେଶ ବିଜୁ ଙ୍କ ଉପରେ ହୋଇଥିବା ଆକ୍ରମଣ କୁ ତୀବ୍ର ନିନ୍ଦା କରୁଛୁ, ଆକ୍ରମଣରେ ଗୁରୁତର ହୋଇ ସିଏ ଏବେ ଚେନ୍ନାଇ ସ୍ଥିତ ନାନଗାନଆଲୁରୁ ର ଶ୍ରୀ ଚକ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ,ତାଙ୍କର ଆସୁ ଆରୋଗ୍ୟ କାମନା କରୁଛୁ " ।



Full View


ସତ୍ୟାସତ୍ୟ : ଦାବିଟି ସମ୍ପୂର୍ଣ୍ଣ ମିଛ ଅଟେ, ଏହି ଭିଡିଓ ଟି ବର୍ତ୍ତମାନ ର ନୁହେଁ ଏବଂ ଏହା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା କନ୍ଦଳ ର ପୁରୁଣା ଭିଡିଓ ।

ସିସିଟିଭି କ୍ୟାମେରା ଫୁଟେଜ କୁ ନିରିଖେଇ ଦେଖିଲେ ଜଣାଯାଏ ଯେ ଏହି ଭିଡିଓ ଟି ୩୧.୦୭.୨୦୨୩ ର 

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ସନ୍ ଟିଭି ଦ୍ୱାରା ପ୍ରସାରିତ ଏକ ଖବର ଦେଖୁବାକୁ ମିଳିଥିଲା । ଯେଉଁଥିରେ ଉଲ୍ଲେଖ ଥିଲା " “சொந்த கட்சி உறுப்பினரையே தாக்கிய சென்னை கிழக்கு மாவட்ட பாஜக பொதுச்செயலாளர் எஸ்.எஸ்.சுப்பையா மீது வழக்குப்பதிவு!”

ଏହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ ," ଏହି ଘଟଣା ରେ ସମ୍ପୃକ୍ତ ନେଇ ଚେନ୍ନାଇ ଇଷ୍ଟ ବିଜେପି ଜେନେରାଲ ସେକ୍ରେଟାରୀ ଏସ.ଏସ. ସୁବିଆଃ ଙ୍କ ଉପରେ ଏକ ମାମଲା ରୁଜୁ କରାଯାଇଛି" ।

ଭିଡିଓ ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ପାଲାଭନ୍ଥଗଲ ପୋଲିସ୍ ସୁବିଆଃ ଙ୍କ ବିରୋଧରେ ଦୁଇଟି ମାମଲା ଋଜୁ କରିଛି ।




ଅଧିକ ଅନୁସନ୍ଧାନ ରୁ ଜଣା ଯାଏ ଯେ ଅଗଷ୍ଟ ୧, ୨୦୨୩ ରେ ଈଟିଭି ତାମିଲନାଡୁ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ହେଡଲାଇନ ରହିଛି  “பாஜக பொதுச் செயலாளர் மது அருந்திய வீடியோ விவகாரம்;வெளியிட்ட நபரைத் தாக்கும் சிசிடிவி காட்சிகள்!”

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , " ବିଜେପି ଜେନେରାଲ ସେକ୍ରେଟାରୀଙ୍କ ମଦ୍ୟପାନ ଘଟଣା, ଭିଡିଓ ଭାଇରାଲ ଅଭିଯୋଗ ନେଇ ଯୁବକଙ୍କୁ ଆକ୍ରମଣ "


ସେହିପରି ତାମିଲ ଖବର କାଗଜ ଦୈନିକରଣ ରେ ପ୍ରକାଶିତ ଏକ ଖବର ଅନୁଯାୟୀ  “சொந்த கட்சி உறுப்பினரையே தாக்கிய சென்னை கிழக்கு மாவட்ட பாஜக பொதுச்செயலாளர் மீது வழக்குப்பதிவு!”


ଏହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , " ନିଜ ଦଳର କର୍ମକର୍ତ୍ତା ଙ୍କ ଆକ୍ରମଣ ଅଭିଯୋଗ ନେଇ ଚେନ୍ନାଇ ପୂର୍ବାନ୍ତର ଜିଲ୍ଲାର ସେକ୍ରେଟାରୀ ଙ୍କ ଉପରେ ମାମଲା ରୁଜୁ "


୧୫ଅପ୍ରେଲ.୨୦୨୪ରେ ଗ୍ରେଟର ନୋଏଡା ପୋଲିସ୍ ଏନେଇ ମଧ୍ୟ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବାର ଦେଖାଦେଇଛି ,ଏହି ଭିଡିଓ ଟି ବର୍ତ୍ତମାନର ନୁହେଁ ବରଂ ୨୦୨୩ ମସିହାର ଏବଂ ଏନେଇ ଏକ ମାମଲା ରୁଜୁ କରାଯାଇଛି । ହେଲେ ବର୍ତ୍ତମାନର ସହ ଏହି ଭିଡିଓ କୁ ସଂଯୋଗ କରି କୌଣସି ପୋଷ୍ଟ କରନ୍ତୁ ନାହିଁ ନଚେତ ଆଇନ ଅନୁଯାୟୀ ଦଣ୍ଡିତ ହେବେ।




ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରସାରିତ ଖବର ଅନୁଯାୟୀ ଜଣାଯାଏ ଯେ ,ଏହି ଭିଡିଓ ଟି ବିଜେପିର ଦୁଇ ଗୋଷ୍ଠୀ କନ୍ଦଳର ବହୁ ପୁରୁଣା ଭିଡିଓ । 

Claim :  ବିଜେପି ଆଇଟି ସେଲ ଅଧ୍ୟକ୍ଷ ରାଜେଶ ବିଜୁଙ୍କ ଉପରେ ବର୍ତ୍ତମାନ ଦିନରେ ହୋଇଛି ଆକ୍ରମଣ
Claimed By :  Social Media Users
Fact Check :  False
Tags:    

Similar News