ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଜଣେ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଭିଡିଓ ହେଉଛି ଭାଇରାଲ ,ଯାହାକି ଉତ୍ତର ପ୍ରଦେଶର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ୨୯ ସେକେଣ୍ଡ ର ଭିଡିଓ ଯେଉଁଥିରେ ଜଣେ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି, ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କୁ ମାଡ଼ ମାରୁଛନ୍ତି ।

Update: 2024-02-29 12:10 GMT

ସୋସିଆଲ ମିଡିଆରେ ଭାଇରାଲ ହେଉଛି ୨୯ ସେକେଣ୍ଡ ର ଭିଡିଓ ଯେଉଁଥିରେ ଜଣେ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି, ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କୁ ମାଡ଼ ମାରୁଛନ୍ତି ।

ଯାହାକି ଫେସବୁକ ଏବଂ ଏକ୍ସ ଭଳି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରୁଥିବା ବ୍ୟକ୍ତି ଦାବି ରଖିଛନ୍ତି ଧଳା ସାର୍ଟ ପିନ୍ଧି ଆକ୍ରମଣ କରୁଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ତାମିଲନାଡୁ ଡିଏମକେ ଦଳର ଜଣେ ଏମଏଲଏ ମନସୁର ମହମ୍ମଦ ।

ରିସବ ସିଂ ନାମକ ଜଣେ ଏକ୍ସ ବ୍ୟବହାର କାରୀ ନିଜ ଆକାଉଣ୍ଟ ରେ ୭ ଫେବ୍ରୁଆରୀ ୨୦୨୪ ଦିନ ଏହି ଭିଡିଓ ସେୟାର କରି ଲେଖିଛନ୍ତି କି, ତାମିଲନାଡୁ ଡିଏମକେ ଦଳର ଜଣେ ଏମଏଲଏ ମନସୁର ମହମ୍ମଦ ପୋଲିସ୍ କୁ କିଭଳି ଅମାନୁସିକ ଭାବେ ବାଡାଉଛନ୍ତି ଦେଖନ୍ତୁ । ଜାତିଭିତ୍ତିକ ପ୍ରଥାରେ ଭୋଟ ଦେବାର ଫଳ ବୋଧେ ଏୟା । ପଶ୍ଚିମବଙ୍ଗ ରାସ୍ତାରେ ଚାଲୁଛି ତାମିଲନାଡୁ । 


ସେହିପରି ଆଉଜଣେ ଏକ୍ସ ୟୁଜର ସମାନ ଭିଡିଓ ସେହି କ୍ୟାପସନ ସହ ସେହି ଦିନ ପୋଷ୍ଟ କରିଛନ୍ତି । 


ଇଣ୍ଡିଆ ନ୍ୟୁଜ ନେଟୱର୍କ ନାମକ ଜଣେ ଖବର ପ୍ରଦାନକାରି ସଂସ୍ଥା ନିଜର ୟୁଟ୍ୟୁବ ରେ ଏହି ଭିଡିଓ କୁ ଅପଲୋଡ଼ କରିଥିବାର ଦେଖାଦେଇଛି । ଯେଉଁଥିରେ ଲେଖାଯାଇଛି " ଦେଖନ୍ତୁ କାର୍ଯ୍ୟରତ ପୋଲିସ୍ କର୍ମଚାରୀ ଙ୍କୁ କିଭଳି ବ୍ୟବହାର ଦେଖାଉଛନ୍ତି ଡିଏମକେ ଦଳର ଏମଏଲଏ ମନସୁର ମହମ୍ମଦ" ।


Full View

 ସତ୍ୟାସତ୍ୟ : ଏହି ତଥ୍ୟ ରେ ନାହିଁ କୌଣସି ସତ୍ୟାସତ୍ୟ । ଏହି ଭିଡିଓ ଟି ନାହିଁ ତାମିଲନାଡୁ ର ନା ଏଥିରେ ଅଛନ୍ତି ଡିଏମକେ ଦଳର କୌଣସି ନେତା ।

ଅନୁସନ୍ଧାନ ରୁ ଜଣାଯାଏ ଡିଏମକେ ପାର୍ଟିରେ ଏଭଳି କୌଣସି ନେତା ମଧ୍ୟ ନାହାନ୍ତି ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏ ଯେ ଏହି ଭିଡିଓ ଟି ପୂର୍ବରୁ ଏନଡିଟିଭି ୟୁଟ୍ୟୁବ ଚ୍ୟାନେଲ ରେ ୨୦ ଅକ୍ଟୋବର ୨୦୧୮ ରୁ ଅପଲୋଡ଼ ରହିଛି ।

ଯେଉଁଥିରେ ଉଲ୍ଲେଖ ରହିଛି " ଜଣେ ବିଜେପି ନେତା ଦେଖନ୍ତୁ ଜଣେ ମଦ୍ୟପ ପୋଲିସ କର୍ମଚାରୀ ଙ୍କୁ କିଭଳି ପିଟୁଛନ୍ତି ।"


Full View

ଏହି କ୍ୟାପସନ କୁ ନେଇ ଅନୁସନ୍ଧାନ କଲେ ଜଣାଯାଏ ଯେ ଏହି ଘଟଣା ର ଖବର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରସାରିତ କରିଛନ୍ତି ।

ଫାଷ୍ଟପୋଷ୍ଟ ରେ ପ୍ରସାରିତ ଖବର ଅନୁଯାୟୀ " ଉତ୍ତର ପ୍ରଦେଶର କଙ୍କରଖେରା ଅଞ୍ଚଳର ଜଣେ ବିଜେପି କାଉନସିଲର ଙ୍କ ବାନ୍ଧବିଙ୍କୁ ଅଶାଳୀନ ବ୍ୟବହାର କରି ମାଡ଼ ଖାଇଲେ ମଦ୍ୟପ ପୋଲିସ୍ କର୍ମଚାରୀ" ।

ସେହିପରି ଟାଇମ୍ସନାଓ ରେ ପ୍ରସାରିତ ଖବର ଅନୁଯାୟୀ ଖାଦ୍ୟ କୁ ନେଇ ଉଭୟ ପକ୍ଷରେ ଗଣ୍ଡଗୋଳ ଗୋଟିଏ ପକ୍ଷରେ ଜଣେ ପୋଲିସ କର୍ମଚାରୀ ଅନ୍ୟପଟେ ବିଜେପି ନେତା

ତେଣୁ ଏଥିରୁ ଜଣାଯାଏ ଭିଡିଓ ଟି ବହୁ ପୁରୁଣା ଉତ୍ତର ପ୍ରଦେଶ ଅଞ୍ଚଳର ଏବଂ ଏଥିରେ ଡିଏମକେ ପାର୍ଟିର କୌଣସି ଲିଙ୍କ ନାହିଁ ।

Claim :  Tamil Nadu DMK MLA Mansoor Mohammed beats a police inspector on duty
Claimed By :  Social Media Users
Fact Check :  False
Tags:    

Similar News