ଫଟୋ ରେ ଅଛନ୍ତି ରାହୁଲ ଗାନ୍ଧୀଙ୍କ ପରିବାର, ମିଥ୍ୟା ଦାବି ସହ ଫଟୋ ହେଉଛି ଭାଇରାଲ

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୦୨୪ ନିର୍ବାଚନ ରେ ଲଢ଼ୁନଥିବା ଦେଖା ଯାଉଥିବା ବେଳେ, କଂଗ୍ରେସ ଦଳର ପ୍ରଚାର ରେ ସାମିଲ ହେବା ଖବର ଏବେ ଦେଖା ଦେଇଛି।

Update: 2024-05-02 12:07 GMT

Rahul Gandhi

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୦୨୪ ନିର୍ବାଚନ ରେ ଲଢ଼ୁନଥିବା ଦେଖା ଯାଉଥିବା ବେଳେ, କଂଗ୍ରେସ ଦଳର ପ୍ରଚାର ରେ ସାମିଲ ହେବା ଖବର ଏବେ ଦେଖା ଦେଇଛି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାଇନାଡ଼ରୁ ନାମାଙ୍କନ ପତ୍ର ଦାଖଲ ପରେ ରାଜନୈତିକ ଉଷ୍ମତା ଜୋର ଧରିଛି ।

ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଫଟୋ ରେ ରାହୁଲ ଏକ ହେଲିକପ୍ଟର ପାଖରେ ଠିଆ ହୋଇଛନ୍ତି ଏବଂ ପାଖରେ ଅଛନ୍ତି ଜଣେ ମହିଳା ଏବଂ ୩ ଶିଶୁ। ଫଟୋ ସେୟାର କରୁଥିବା ବ୍ୟକ୍ତି ତେଲୁଗୁ ରେ ଲେଖିଛନ୍ତି " దాచేస్తే దాగుతాయా నిజాలు.? ఎప్పటికైనా విత్తనం భూమిని చీల్చుకుంటూ... బయటకు వచ్చినట్లు, అలా అలా బయటకు వచ్చేస్తాయి.!”

ଯାହାକୁ ଓଡ଼ିଆ ରେ ଅନୁବାଦ କରିବାରୁ ଜଣାଯାଏ ଯେ " ସତ କଣ କେବେ ଲୁଚି ରହେ ? ଯେପରିକି ମଞ୍ଜିଟିଏ ଭୂମି ଫଟାଇ ଉଠିଥାଏ ସେହିପରି ସତ୍ୟ ମଧ୍ୟ ଅନ୍ଧାର କୁ ଦୁରେଇ ଦେଇଥାଏ ।



Full View


ସେହିପରି ଆଉ କିଛି ୟୁଜର୍ସ ଏହି ଫଟୋଟିକୁ ସେୟାର କରି ଲେଖିଛନ୍ତି "“బహిరంగ భ్రహ్మచారి... ఇక మీ కామెంట్ నాకైతే తెలియదు..మీకు ఏమైనా ఎరుకనా...?? ఎరుక అయితే కాస్తా బంధం కోసం చెప్పారా..??

" ଏହାକୁ ଓଡ଼ିଆରେ  ଅନୁବାଦ କରିବାରୁ ଜଣାଯାଏ ଯେ , ଵ୍ରହ୍ମଚାରୀ , ଆପଣଙ୍କ ମତାମତ କଣ ଜାଣିନୁ , ଆପଣ କିଛି କହିବାକୁ ଚାହୁଁଛନ୍ତି ? ଦୟାକରି ଉତ୍ତର ରଖନ୍ତୁ ।


Full View


ଭାଇରାଲ ହେଉଥିବା ଫଟୋଟି ୨୦୨୪ ରେ ମଧ୍ୟ ହିନ୍ଦୀରେ କିଛି ଲେଖା ହୋଇ ଭାଇରାଲ ହୋଇଥିଲା 


ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟାସତ୍ୟ, ଫଟୋରେ ଥିବା ଅନ୍ୟମାନେ ନୁହଁନ୍ତି ରାହୁଲ ଗାନ୍ଧୀ ଙ୍କ ପରିବାର, ନାହିଁ ସେମାନେ ହେଉଛନ୍ତି ରାହୁଲଙ୍କ ଶିଶୁପୁତ୍ର ।

ଯେତେବେଳେ ଗୁଗୁଲ୍ ରିଭର୍ସ ଇମେଜସର୍ଚ୍ଚ  ବ୍ୟବହାର କରି ଏହି ଫଟୋ ଟିକୁ ଅନୁସନ୍ଧାନ କରାଗଲା, ଆମେ କିଛି ପ୍ରବନ୍ଧ ପାଇଲୁ ଯେଉଁଥିରେ ସମାନ ଫଟୋ ଟିକୁ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା |

ଫାଷ୍ଟ ଖବର ନାମକ ଏକ ଚ୍ୟାନେଲ ଦ୍ୱାରା ଆମେ ଏକ ୟୁଟ୍ୟୁବ୍ ଭିଡିଓ ପାଇଲୁ, ଯେଉଁଥିରେ ହିନ୍ଦୀରେ ଲେଖା ଯାଇଥିଲା " ଉଫୁଫିଫି " ଯାହାକୁ ଅନୁବାଦ କରିବାରୁ ଜଣାଯାଏ ଯେ ,"ସେତେବେଳେ ରାହୁଲ ଗାନ୍ଧୀ ପ୍ରିୟଙ୍କା ନନ୍ଦୱାନାଙ୍କ ଝିଅ ଙ୍କ ସହ ହେଲିକପ୍ଟର ସେୟାର କରିଥିଲେ, ଯିଏକି ହେଉଛନ୍ତି ମହିଳା କଂଗ୍ରେସର ୨ୟ ଜିଲ୍ଲା ସଭାପତି । ଭିଡିଓରେ ଆମେ ସେମାନଙ୍କୁ ଶୁଣିବାକୁ ପାଇଲୁ ଯେ, ଫଟୋରେ ଥିବା ପିଲାମାନେ ହେଉଛନ୍ତି ରାଜସ୍ଥାନର ବାରାନ ଜିଲ୍ଲାର ପ୍ରିୟଙ୍କା ନନ୍ଦୱାନାଙ୍କର । ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସେଦିନ ପ୍ରିୟଙ୍କାଙ୍କର ବଡ଼ ଝିଅର ଜନ୍ମଦିନ ଥିବାରୁ ତାଙ୍କୁ ରାହୁଲ ହେଲିକପ୍ଟର ଯାତ୍ରାରେ ନେଇ ଯାଇଥିଲେ।


Full View


ସମାନ ଭିଡିଓ କନକ ନିୟୁଜ ନିଜର ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ଼ କରିଥିବା ଦେଖାଦେଇଛି  । ଯାହାର ଶିର୍ଷକ ରହିଛି " ପ୍ରତିଶ୍ରୁତି ପାଳନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ରୀଙ୍କୁ କରାଇଲେ ହେଲିକପ୍ଟର ଯାତ୍ରା" ।


Full View

ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ରାଜସ୍ଥାନ ଟକ୍ ନ୍ୟୁଜ୍ ୱେବସାଇଟରେ ଏକ ଫଟୋ ଆର୍ଟିକିଲ୍ ପାଇଲୁ ଯେଉଁଥିରେ ଦର୍ଶାଯାଇଛି ଯେ ରାହୁଲ ଗାନ୍ଧୀ ତାଙ୍କ ମା’ଙ୍କ ଜନ୍ମଦିନ ପାଳନ କରିବାକୁ ସାୱାଇ ମାଧବପୁର ଯାଉଥିବାବେଳେ କାମାକ୍ଷୀ ନନ୍ଦୱାନା ତାଙ୍କ ୧୪ତମ ଜନ୍ମଦିବସ ପାଳନ କରୁଥିଲେ । ରାହୁଲ ସେମାନଙ୍କୁ ଡାକି ସେମାନଙ୍କୁ ହେଲିକପ୍ଟରରେ ଯାତ୍ରା କରାଇଥିଲେ।


ତେଣୁ ରାଜସ୍ଥାନର ବାରନ ଜିଲ୍ଲାର ଜଣେ ମହିଳା ଜିଲ୍ଲା ସଭାପତିଙ୍କ ପରିବାର ସଦସ୍ୟଙ୍କ ସହ ରାହୁଲ ଗାନ୍ଧୀଙ୍କ ପରିବାର ଦର୍ଶାଇ ମିଥ୍ୟା ଦାବି ସହ ସେୟାର କରାଯାଉଛି । ଏହି ଫଟୋରେ ଥିବା ବ୍ୟକ୍ତି ମାନେ ରାହୁଲ ଗାନ୍ଧୀଙ୍କ ପରିବାର ନୁହଁନ୍ତି ତେଣୁ ଦାବିଟି ମିଥ୍ୟା ଅଟେ |

Claim :  ଫଟୋ ରେ ଅଛନ୍ତି ରାହୁଲ ଙ୍କ ତିନୋଟି ସନ୍ତାନ ଏବଂ ଏହା ତାଙ୍କ ପରିବାର
Claimed By :  Social Media Users
Fact Check :  False
Tags:    

Similar News