ଫ୍ୟାକ୍ଟ ଚେକ୍: ଦିଲ୍ଲୀ, ମୁମ୍ବାଇରେ ବିହାରୀଙ୍କୁ ଅମିତ ଶାହା ପୁରାଇ ଦେବେନାହିଁ ବୋଲି ଭାଇରାଲ ଗ୍ରାଫିସ୍କଟି ନକଲି ଅଟେ
ବିହାରର ବେଟିଆରେ ଏକ ଏନଡିଏ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଆକ୍ରମଣ କରି ଏନଡିଏର ବିଜୟ ଦାବି କରିଛନ୍ତି। ସେ ଆତ୍ମବିଶ୍ୱାସର ସହିତ ଘୋଷଣା କରିଛନ୍ତି, ୧୪ ତାରିଖ ସକାଳ ୮ଟାରେ ଗଣନା ଆରମ୍ଭ ହେବ ଏବଂ ୧୧ଟା ସୁଦ୍ଧା ଲାଲୁ ଏବଂ କମ୍ପାନୀ ନିଶ୍ଚିହ୍ନ ହୋଇଯିବ।
ପ୍ରସାରିତ ଖବର ଅନୁଯାୟୀ, ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ, ୧୪ ତାରିଖରେ ଏନଡିଏ ଏକ ଦୃଢ଼ ସରକାର ଗଠନ କରିବାକୁ ଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପ୍ରଥମେ ବ୍ରିଟିଶମାନେ, ତା’ପରେ କଂଗ୍ରେସ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ଅଟକାଇ ଦିଆଯାଇଥିଲା। କିନ୍ତୁ ମୋଦି ଜୀ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ରାଲିରେ ଅମିତ ଶାହ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ମଧ୍ୟ ଦୃଢ଼ ଭାବରେ ଉଠାଇଥିଲେ। ସେ ପଚାରିଥିଲେ,ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରାଯିବା ଉଚିତ କି ନାହିଁ? ଯେତେବେଳେ ଜନତା ଏକମତ ହୋଇ ନାରାବାଜି କରୁଥିଲେ, ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ରାହୁଲ ବାବା ଚାରି ମାସ ପୂର୍ବରୁ ‘ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ’ ଯାତ୍ରା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀ ଯେତେ ଯାତ୍ରା ଆୟୋଜନ କରନ୍ତୁ ନା କାହିଁକି, ଆମେ ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବାହାର କରିଦେବୁ।
ଇତିମଧ୍ୟରେ ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଗ୍ରାଫିକ୍ସରେ ଅମିତ ଶାହା ବିହାର ବାସୀଙ୍କୁ ଚେତାବନୀ ଦେଉଛନ୍ତି ବୋଲି ଦାବି କରିଛନ୍ତି ୟୁଜର୍ସ । ଗ୍ରାଫିକ୍ସର ଉପରପାର୍ଶ୍ଵରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଫଟୋ ଲାଗିଥିବା ବେଳେ, ତଳେ ହିନ୍ଦୀରେ ଲେଖା ହୋଇଛି, ବିଜେପିଙ୍କୁ ଭୋଟ ନଦେଲେ ବିହାର ବାସୀଙ୍କୁ ଦିଲ୍ଲୀ ଏବଂ ମୁମ୍ବାଇ ମରେ ପୁରାଇ ଦିଆଜିବ ନାହିଁ । ଲେଖା ଉପରେ ଏବିପି ଲାଇଭର ଏକ ଲୋଗୋ ଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଭାଇରାଲ ଗ୍ରାଫିକ୍ସରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ଅମିତ ଶାହା ।
ତଦନ୍ତ ପାଇଁ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ନିକଟ ଦିନରେ ଅମିତ ଶାହା ଏଭଳି କୌଣସି ମନ୍ତବ୍ୟ ଦେଇଥିବାର ପାଇନଥିଲୁ । ଯଦି ନିକଟରେ ଏଭଳି କୌଣସି ମନ୍ତବ୍ୟ ଶାହା ଦେଇଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଖବର ପ୍ରକାଶିତ କିମ୍ବା ପ୍ରସାରିତ ହୋଇଥାନ୍ତା ।
ସେହିପରି ଭାଇରାଲ ଗ୍ରାଫିକ୍ସକୁ ଯଦି ଆପଣ ତର୍ଜମା କରି ଦେଖିବେ ତେବେ ଏକାଧିକ ହିନ୍ଦୀ ଶବ୍ଦର ବନାନ ଭୁଲ୍ ଥିବାର ପାଇବେ । ଯେପରିକି ୱାଲୋମେ, ନାହିଁ ଏପରି କିଛି ଶବ୍ଦ ।
ଅନ୍ୟପଟେ ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା ।
୨୯ ଅଗଷ୍ଟ ୨୦୨୫ରେ ଏବିପି ନିୟୁଜ ଉକ୍ତ ଗ୍ରାଫିକ୍ସକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ । ଯେଉଁଥିରେ ଉପରେ ଶାହାଙ୍କ ଫଟୋ ଲାଗିଥିବା ବେଳେ ତଳେ ଉଲ୍ଲେଖ ରହିଛି, ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ ମୋଦିଙ୍କ କାର୍ଯ୍ୟକାଳ ।
ଉକ୍ତ ଗ୍ରାଫିକ୍ସଟି ଭାଇରାଲ ଗ୍ରାଫିକ୍ସ ସହ ତାଳମେଳ ଖାଉଥିବା ବେଳେ ଉଭୟଙ୍କୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଗ୍ରାଫିକ୍ସରେ ବହୁ ସମାନତା ଦେଖିବାକୁ ପାଇଥିଲୁ ।
ଅନ୍ୟପଟେ ୨୩ ଅକ୍ଟୋବର ୨୦୨୫ରେ ଭାଇରାଲ ଗ୍ରାଫିକ୍ସକୁ ନିଜ ସୋସିଆଲ ମିଡିଆରେ ଏବିପି ଲାଇଭ ସେୟାର କରି ଏହା ଫେକ ବୋଲି ଦର୍ଶାଇଛି ।
ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି, ଏବିପି ନ୍ୟୁଜ୍ ନାମରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଗ୍ରାଫିକ୍ସଟି ସମ୍ପୂର୍ଣ୍ଣ ନକଲି ଅଟେ । ଗୃହମନ୍ତ୍ରୀ ଏପରି କୌଣସି ବିବୃତ୍ତି ଦେଇନାହାଁନ୍ତି କିମ୍ବା ଏବିପି ନ୍ୟୁଜ୍ ଏପରି କୌଣସି ଖବର ପ୍ରସାରଣ କରିନାହିଁ । ଏଭଳି ଫେକ୍ ଗ୍ରାଫିକ୍ସ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଆପଣଙ୍କୁ ଏଭଳି ଫେକ୍ ଖବର ପ୍ରତି ସତର୍କ ରହିବାକୁ ଅନୁରୋଧ କରୁଛୁ ଏବଂ ସଠିକ୍ ସୂଚନା ପାଇଁ କେବଳ ଆମର ଅଫିସିସଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ ନିର୍ଭର କରିବାକୁ ଅନୁରୋଧ କରୁଛୁ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । କେନ୍ଦ୍ର ଗୃହମନ୍ତ୍ରୀ ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି । ସେହିପରି ଏବିପି ନିୟୁଜ ଏଭଳି କୌଣସି ଖବର ପ୍ରସାରିତ କରିନାହିଁ ।