ଡିଜିଟାଲ ଶୈଳୀରେ ନିର୍ମାଣଧୀନ ରେଳଲାଇନ ର ଭାଇରାଲ ଭିଡ଼ିଓ ; ଭାରତ ନୁହେଁ ଏହା ମାଲେସିଆ ରେଳବିଭାଗର

ଭାରତୀୟ ରେଳ ବିଶ୍ୱର ସର୍ବବୃହତ ସେବା ମଧ୍ୟରେ ଅନ୍ୟତମ, ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ଯାତାୟାତ ଦିଗରେ ସୃଷ୍ଟି କରିଛି ଅନନ୍ୟ ଉଦାହରଣ ।

Update: 2024-02-01 08:37 GMT

ଭାରତୀୟ ରେଳ ବିଶ୍ୱର ସର୍ବବୃହତ ସେବା ମଧ୍ୟରେ ଅନ୍ୟତମ, ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ଯାତାୟାତ ଦିଗରେ ସୃଷ୍ଟି କରିଛି ଅନନ୍ୟ ଉଦାହରଣ । ତେବେ ନିଜର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ନୂତନ ଡିଜିଟାଲ କାର୍ଯ୍ୟଶୈଳୀକୁ ଅବଲମ୍ବନ କରୁଛି ଭାରତୀୟ ରେଳ ବିଭାଗ । ଯାତ୍ରୀ ସୂଚନା, ଟିକଟ ବୁକିଂ ସେବା, ଟ୍ରେନ ସିଗ୍ନାଲ ସହ ବିଭିନ୍ନ ଦିଗରେ ଡିଜିଟାଲ ସେବା ବହୁ ପୂର୍ବରୁ ଆରମ୍ଭ କରିସାରିଛି ଭାରତୀୟ ରେଳ । 

ତେବେ ଫାଷ୍ଟ-ଟ୍ରାକ୍ ଟେକନୋଲୋଜି ର ବ୍ୟବହାର କରି ଭାରତୀୟ ରେଳ ଟ୍ରାକ୍ ବିଛାଇବାର ଭିଡ଼ିଓ ଟିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ରେଳବାଇ ନୂତନ ଟେକନୋଲୋଜି ଦ୍ୱାରା କିଭଳି ବିଛାଯାଉଛି ବୋଲି ଭିଡ଼ିଓ ସେୟାର କରିଥିବା ବ୍ୟକ୍ତି ନିଜ ପୋଷ୍ଟ ରେ ଲେଖିଛନ୍ତି ।


Full View

ଆଉ ଜଣେ ୟୁଜର୍ସ ହିନ୍ଦୀ ରେ ଲେଖିଛନ୍ତି " ଦେଖନ୍ତୁ ଭାରତରେ ଏବେ ଏଭଳି ତିଆରି ଚାଲିଛି ରେଳମାର୍ଗ "


Full View



Full View


ସତ୍ୟାସତ୍ୟ :

ହେଲେ ଭାଇରାଲ ଭିଡ଼ିଓ ଟିରେ ନାହିଁ କୌଣସି ସତ୍ୟାସତ୍ୟ, ଗୁଗୁଲ ଭିଡ଼ିଓରେ ଏନେଇ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ । ଇନସାଇଟ ଜିଆଙ୍ଗସାନ ଏହି ଭିଡିଓ କୁ ୯. ଜାନୁଆରୀ. ୨୦୨୪ ରେ ନିଜର ସୋସିଆଲ ମିଡିଆରେ ପୂର୍ବରୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏହା ମାଲେସିଆ ପୂର୍ବତଟ ଅଞ୍ଚଳର ବୋଲି ଉଲ୍ଲେଖ ରହିଛି ।



ମାଲେସିଆ ରେଳ ପ୍ରୋଜେକ୍ଟ ନେଇ ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଏହି ଭିଡିଓ ର କିଛି ଫଟୋ ମଧ୍ୟ ଚାଇନା ଜୀନୁହା ନିୟୁଜ ସଂସ୍ଥା ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇସିଆରଏଲ ( ଇଷ୍ଟକୋଷ୍ଟ ରେଳ ଲିଙ୍କ ) ଏକ ମେଗା ପ୍ରୋଜେକ୍ଟ ମାଲେସିଆରେ ନିର୍ମାଣ କରୁଛି ଯାହାକି ଚାଇନା କମ୍ୟୁନିକେସନ କମ୍ପାନୀ ଦ୍ୱାରା ପ୍ରଥମ ଥର ନିର୍ମାଣ କରାଯାଇଛି ।


 ସେହିପରି ଖବର ପ୍ରସାରଣକାରୀ ସଂସ୍ଥା ଏପି ନିୟୁଜ ନିଜର ୟୁଟ୍ୟୁବ ଚାନେଲରେ ଏନେଇ ଏକ ଭିଡ଼ିଓ ଅପଲୋଡ଼ କରିଛି । ଯେଉଁଥିରେ " ମାଲେସିଆନ ରେଳ କୁ ଚାଇନା ପୁଣିଥରେ ଟ୍ରାକ୍ କୁ ଆଣୁଥିବାର ଉଲ୍ଲେଖ ରହିଛି । "


Full View


ତୁଳନା

ଏଥିରୁ ଜଣାଯାଉଛି ଯେ ଏହି ନିର୍ମାଣଧୀନ କାର୍ଯ୍ୟ ଭାରତର ନୁହେଁ ବରଂ ମାଲେସିଆରରେ ଚାଲୁଥିବା ଚାଇନା ଏବଂ ମାଲେସିଆର ମିଳିତ ଭାବେ ଚାଲୁଥିବା ନିର୍ମାଣକାର୍ଯ୍ୟ  ।

 



 

Claim :  The video shows a Railway track being laid in India using fast-track construction technology
Claimed By :  Facebook & Youtube Users
Fact Check :  False
Tags:    

Similar News