ଫ୍ୟାକ୍ଟ ଚେକ୍: ସମ୍ବିଧାନର ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଦକର ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଭାରତ ରାଜନୀତିର ପ୍ରମୁଖ ଚେହେରା ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ । ନିକଟ ଦିନରେ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି ଯେ, ଦେଶର ପ୍ରତ୍ୟେକ ସ୍କୁଲରେ ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍" ଗାନକୁ ବାଧ୍ୟତାମୂଳକ କରାଯିବ। ସେ କହିଛନ୍ତି, "ଆମକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆମର ଆଲୋଚନାର ଏକ ଅଂଶ କରିବା ଉଚିତ, ଆମେ ଉତ୍ତର ପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ 'ବନ୍ଦେ ମାତରମ୍' ଗାନକୁ ବାଧ୍ୟତାମୂଳକ କରିବୁ ଯାହା ଦ୍ୱାରା ଉତ୍ତର ପ୍ରଦେଶର ପ୍ରତ୍ୟେକ ନାଗରିକ ଭାରତ ମାତା ଏବଂ ମାତୃଭୂମି ପ୍ରତି ସମ୍ମାନର ଭାବନାରେ ପରିପୂର୍ଣ୍ଣ ହେବେ। ଏକତା ଯାତ୍ରା' ଏବଂ 'ବନ୍ଦେ ମାତରମ୍' ଗଣ ଗାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "ଅକ୍ଟୋବର 30 ତାରିଖରେ ଦେଶର ପ୍ରତ୍ୟେକ ଜିଲ୍ଲାରେ 'ରନ୍ ଫର୍ ୟୁନିଟି' ଆକାରରେ ଏକ ଜାତୀୟ ଏକତା ଦୌଡ଼ ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ, ବିଜେପି ମହାନ ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଏବଂ କାର୍ଯ୍ୟ ଉପରେ କେନ୍ଦ୍ରିତ କାର୍ଯ୍ୟକ୍ରମ ଆୟୋଜନ କରିବା ମଧ୍ୟ ଆରମ୍ଭ କରିଥିଲା। ସରକାରୀ ସ୍ତରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସ୍ୱଦେଶୀ ହେଉ କିମ୍ବା ସ୍ୱାବଲମ୍ବନ, ଦେଶବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ ସହିତ ଜାତୀୟ ଏକତାର ପ୍ରସଙ୍ଗଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ପଦକ୍ଷେପଗୁଡ଼ିକୁ ଆଗକୁ ନିଆଯାଇଛି।"
ଇତିମଧ୍ୟରେ ଏକ ସ୍କ୍ରୀନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ୟୁପି ସିଏମ ଯୋଗୀ ଆଦିତ୍ୟ ନାଥଙ୍କ ଫଟୋ ଥିବାବେଳେ ଉପରେ ଲେଖା ହୋଇଛି, ଭାରତବାସୀଙ୍କୁ ବିଏନ ରାଓ ସାହେବଙ୍କ ଦ୍ଵାରା ଲିଖିତ ସମ୍ବିଧାନ ଉପରେ ଗର୍ବ କରିବା ଉଚ୍ଚିତ ।
ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ।
ଭାଇରାଲ ଗ୍ରାଫିକ୍ସର ସତ୍ୟତା ଅନୁସନ୍ଧାନ କରିବାକୁ ଯାଇ ତଦନ୍ତ କରିଥିଲୁ । ତଦନ୍ତରୁ ଏଭଳି କୌଣସି ମନ୍ତବ୍ୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା କୌଣସି ସୂତ୍ରରୁ ପାଇନଥିଲୁ । ଯଦି ଏଭଳି କୌଣସି ମନ୍ତବ୍ୟ ଯୋଗୀ ଦେଇଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ନିଶ୍ଚିତ ହୋଇଥାନ୍ତା ।
ସେହିପରି ଯୋଗୀ ଆଦିତ୍ୟ ନାଥଙ୍କ ସୋସିଆଲ ମିଡିଆରେ ଉକ୍ତ ମନ୍ତବ୍ୟ ସେୟାର ହୋଇଥିବାର ଦାବି ହୋଇଥିବା ବେଳେ ଯୋଗୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏଭଳି କୌଣସି ପୋଷ୍ଟ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ କରାଯାଇନଥିବାର ଜାଣିବାକୁ ପାଇଥିଲୁ ।
ଅନୁସନ୍ଧାନରୁ ଏକ ପୋଷ୍ଟ ଆମର ହସ୍ତଗତ ହୋଇଥିଲା । ଯାହାର କ୍ୟାପସନ ହିନ୍ଦୀରେ ଉଲ୍ଲେଖ ରହିଛି ଯେ, ଭାରତବାସୀଙ୍କୁ ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ଵାରା ନିର୍ମିତ ସମ୍ବିଧାନ ଉପରେ ଗର୍ବ ଅନୁଭବ କରିବା ଉଚ୍ଚିତ ।
ଉକ୍ତ ଭିଡିଓରେ ମଧ୍ୟ ଯୋଗୀ ସମାନ କଥା କହିଥିବାର ଶୁଣିବାକୁ ମିଳିଥିଲା ।
ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ ଉକ୍ତ ଭିଡିଓଟିର ଏକ ସମ୍ପୂର୍ଣ୍ଣ ଅଂଶ ଆମର ହସ୍ତଗତ ହୋଇଥିଲା । ଯେଉଁଥିରେ ସିଏ ସମ୍ବିଧାନ ଦିବସ ଉପଲକ୍ଷେ ଏହି ପ୍ରସଙ୍ଗରେ କହିଥିବାର ଜାଣିବାକୁ ପାଇଥିଲୁ ।
ଉକ୍ତ ଭିଡିଓରେ ମଧ୍ୟ ସମାନ କଥା କହିଥିବାର ଦେଖିବାକୁ ପାଇଥିଲୁ ।
ସେହିପରି ଉକ୍ତ ବକ୍ତବ୍ୟକୁ ଏକ ଗଣମାଧ୍ୟମ ନିଜ ଡିଜିଟାଲ ମିଡିଆରେ ପ୍ରସାରିତ କରିଥିଵାର ଦେଖିବାକୁ ପାଇଥିଲୁ । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ସମ୍ବିଧାନର ନିର୍ମାତା ବାବା ସାହେବ ଭିମରାଓ ଆମ୍ବେଦକର ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।