ଫ୍ୟାକ୍ଟ ଚେକ୍: ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଗିରଫ ଯୁବକଙ୍କ ପିତା

ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ଗିରଫ ହୋଇଥିବା ଯୁବକଙ୍କ ସହ ନାହିଁ କୌଣସି ସମ୍ପର୍କ ।

Update: 2025-02-19 11:45 GMT

The man in the viral photo is not the father of the arrested youth.


କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଏବେ ତୀବ୍ର ହେବାରେ ଲାଗିଛି । କିଛିଦିନ ତଳେ ନେପାଳର ଜଣେ ଛାତ୍ରୀଙ୍କ ମୃତଦେହ ଖୁଳନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର ହେବାପରେ ମୃତଛାତ୍ରୀଙ୍କ ଏକ ଫୋନକଲ ରେକର୍ଡ ଭାଇରାଲ ହୋଇଥିଲା । ଉକ୍ତ ରେକର୍ଡକୁ ଆଧାର କରି ପୋଲିସ୍ ଆଧଭିକ ଶ୍ରୀବାସ୍ତବ୍ ନାମକ ଜଣେ ଯୁବକକୁ ଗିରଫ କରିଛି । ଘଟଣା ଏତିକିରେ ବନ୍ଦ ହୋଇଯାଇ ନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ୩ଟି ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ସଦସ୍ୟ ଅଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ସିଦ୍ଧାର୍ଥ ରାଉରାୟ, ଆଧଭିକଙ୍କୁ କିଏ ଏବଂ କାହିଁକି ସମର୍ଥନ ଜଣାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । କାହା ବଳରେ ଆଧଭିକ ଏତେ ବଳିଆନ ହୋଇପାରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧାର୍ଥ । ଅନ୍ୟପଟେ ଆଧଭିକ କାହାପୁଅ କାହାର ଏତେ ପାୱାର ? ଏନେଇ ସରକାର ଏବଂ ଗଣମାଧ୍ୟମ ତଦନ୍ତ କରୁବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ସିଦ୍ଧାର୍ଥ ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜଣେ ବ୍ୟକ୍ତି ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଥିବା ବେଳେ ବେକରେ କେଶରୀ କପଡା ପିନ୍ଧିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ କୀଟ୍ ଘଟଣାରେ ଗିରଫ ହୋଇଥିବା ଯୁବକଙ୍କ ବାପା ବୋଲି ଦାବି ହୋଇଛି ।

ଭାଇରାଲ ଫଟୋରେ ଉଲ୍ଲେଖ ରହିଛି, ୟେ ହେଉଛନ୍ତି ଆଧଭିକର ବାପା । ଯିଏକି ଜଣେ ବିଜେପି ନେତା ଏବଂ ବିଶିଷ୍ଟ ବିଲଡର ମଧ୍ୟ ।

ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି  I


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି କୀଟ୍ ପ୍ରସଙ୍ଗରେ ଗିରଫ ହୋଇଥିବା ଯୁବକଙ୍କ ବାପା । କିମ୍ବା ତାଙ୍କର ନାହିଁ ଉକ୍ତ ଘଟଣା ସହ କୌଣସି ସମ୍ପର୍କ ।

ଯେତେବେଳେ ଏଘଟଣା ନେଇ ତଦନ୍ତ କରିଥିଲୁ ଆଧଭିଙ୍କ ପରିବାର ସମ୍ପର୍କରେ କୌଣସି ସୂଚନା ପାଇନଥିଲୁ । ଏପରିକି ସ୍ଥାନୀୟ ପୋଲିସ୍ ମଧ୍ୟ ଏନେଇ କୌଣସି ସୂଚନା ଦେଇନଥିବାର ସୂଚନା ରହିଚି । ସେହିପରି କୌଣସି ଗଣମାଧ୍ୟମରେ ମଧ୍ୟ ଆଧଭିଙ୍କ ପରିବାର ସମ୍ପର୍କରେ କୌଣସି ଖବର ପ୍ରକାଶ ହୋଇଥିବାର ପାଇନଥିଲୁ ।

ଯେତେବେଳେ ଭାଇରାଲ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ଏକ ଫେସବୁକ ଆକାଉଣ୍ଟ ହସ୍ତଗତ ହୋଇଥିଲା । ଉକ୍ତ ଆକାଉଣ୍ଟଟି ଭାଇରାଲ ପୋଷ୍ଟରେ ଥିବା ବ୍ୟକ୍ତିଙ୍କ ସହ ସମାନ ଦିଶୁଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ । 


ତୁଳନା କରିବାରୁ ଜଣାଯାଏ ଯେ, ଉଭୟ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମାନ ବ୍ୟକ୍ତି ।

ଉକ୍ତ ଫେସବୁକ ପ୍ରୋଫାଇଲ ଅନୁସନ୍ଧାନ କରିବାରୁ, ସିଏ ଜଣେ ଉତ୍ତର ପ୍ରଦେଶ ବାସିନ୍ଦା ହୋଇଥିବା ବେଳେ, ଭାରତୀୟ କେସରିଆ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ନିଜ ପ୍ରୋଫାଇଲରେ ଉଲେଖ କରିଛନ୍ତି ।

ପ୍ରୋଫାଇଲଟି ତର୍ଜମା କରିବାରୁ, ୧୮ ଫେବୃଆରୀରେ ଏକ ଭିଡିଓ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ହିନ୍ଦୀରେ ଉଲ୍ଲେଖ ଥିଲା, उड़ीसा में छात्रा की मौत में संदेह के तौर पर पकड़े गए अद्विक श्रीवास्तव को मीडिया द्वारा गलत प्रचारित किया जा रहा है कि वह मेरा पुत्र है जो बिल्कुल गलत है मेरे नाम व हमारे वर्षों सामाजिक प्रतिष्ठा को धूमिल किए जाने का असफल प्रयास किया जा रहा है। जो लोग अगर गलतफहमी में मेरे नाम व फोटो का प्रयोग कर रहे हैं तो वह तुरंत खंडन करे और मेरा नाम , फोटो हटाए । धन्यवाद ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ଓଡ଼ିଶାରେ ଜଣେ ଛାତ୍ରୀଙ୍କ ମୃତ୍ୟୁରେ ସନ୍ଦିଗ୍ଧ ଭାବରେ ଧରାପଡିଥିବା ଆଧଭିକ୍ ଶ୍ରୀବାସ୍ତବଙ୍କ ଘଟଣାରେ ଗଣମାଧ୍ୟମ ମିଥ୍ୟା ପ୍ରଚାର କରୁଛନ୍ତି ଯେ, ସେ ମୋର ପୁଅ, ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ, ମୋର ନାମ ତଥା ଆମର ସାମାଜିକ ପ୍ରତିଷ୍ଠାକୁ ଅପବିତ୍ର କରିବାକୁ ଏକ ଅସଫଳ ପ୍ରୟାସ କରାଯାଉଛି । ଯଦି ଲୋକମାନେ ମୋ ନାମ ଏବଂ ଫଟୋକୁ ଏକ ଭୁଲ ବୁଝାମଣାରେ ବ୍ୟବହାର କରୁଛନ୍ତି, ତେବେ ସେମାନେ ତୁରନ୍ତ ଏହାକୁ ଖଣ୍ଡନ କରି ମୋର ନାମ ଏବଂ ଫଟୋ କାଟି ଦିଅନ୍ତୁ । ଧନ୍ୟବାଦ

ଏପରିକି ଉକ୍ତ ଭିଡିଓରେ ଶ୍ରୀଯୁକ୍ତ ଶ୍ରୀବାତ୍ସଵ କହିଛନ୍ତି, ଆଜି ମୁଁ ଅତ୍ୟନ୍ତ ଦୁଃଖିତ ଅଛି । କାରଣ କିଛିଦିନ ପୂର୍ବରୁ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଏକ ଇଞ୍ଜିନିୟରିଙ୍ଗ କଲେଜରେ ଜଣେ ନେପାଳି ଯୁବତୀ ପ୍ରାଣ ହରାଇଛନ୍ତି । ଆଉ ଏହି ଘଟଣାରେ ଆଧଭିକ ଶ୍ରୀବାତ୍ସଵ ନାମକ ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି । କକିନ୍ତୁ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ମଧ୍ୟ ଏହା ଦେଖିବାକୁ ମିଳିଛି ଯେ, ସିଏ ମୋ ପୁଅ । ମୁ ଏକଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି, ଏବଂ ଏହା ଜଣାଇବାକୁ ଚାହୁଁଛି ମୋର ପୁଅ ଓଡ଼ିଶାର କୌଣସି ଇଞ୍ଜିନିୟରିଙ୍ଗ କଲେଜର ପଢୁନାହିଁ । ଗିରଫ ଯୁବକ ସହ ମୋର କୌଣସି ସମ୍ପର୍କ ନାହିଁ, ଓଡ଼ିଶା ପୋଲିସ୍ କୁ ଅନୁରୋଧ ଏହାର ତଦନ୍ତ କରାଯାଉ ଯିଏ ଦୋଷୀ ତାକୁ ଗିରଫ କରାଯାଉ । ଆଉ ଏହି ଘଟଣାରେ ମୋର କିମ୍ବା ମୋ ପିଲାଙ୍କ ସହ ଯୋଡନ୍ତୁ ନାହିଁ । 

ସେହିପରି ସମାନ ସ୍ପଷ୍ଟୀକରଣର ଭିଡିଓ ସିଏ ନିଜ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ସେୟାର କରିଥିଵାର ଦେଖିବାକୁ ମିଳିଛି ।


ଏନେଇ ମନୋଜ ଶ୍ରୀବାତ୍ସଵଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ଗିରଫ ହୋଇଥିବା ଯୁବକଙ୍କ ସହ ନାହିଁ କୌଣସି ସମ୍ପର୍କ । 


Claim :  ସାମ୍ନାକୁ ଆସିଲା ଓଡ଼ିଶାର ଏକ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ଯୁବକଙ୍କ ବାପାଙ୍କ ଫଟୋ
Claimed By :  Social Media User
Fact Check :  Unknown
Tags:    

Similar News