ଫ୍ୟାକ୍ଟ ଚେକ୍: ଦାବିରେ ନାହିଁ କୌଣସି ସତ୍ୟତା, ଏଆଇ ଦ୍ୱାରା ନିର୍ମିତ ଭିଡିଓ ହେଉଛି ଭାଇରାଲ

ଏଭଳି କୌଣସି ଅସ୍ୱାଭାବିକ ପ୍ରଜାପତି କୈଳାସ ପର୍ବତରେ ଅବସ୍ଥିତ ନାହିଁ, ଏହା ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ଵାରା ନିର୍ମିତ ।

Update: 2025-03-12 16:23 GMT

The claim is false; the viral video was created using AI


ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଗୋଟିଏ ଗ୍ଲୋବ୍ସ ପିନ୍ଧା ହାତ ଉପରେ ଏକ ଧଳା ପଦ୍ମ ସଦୃଶ୍ୟ କିଛି ଗୋଟିଏ ଥିବାର ଦେଖିବାକୁ ମିଳିଛି । ଉକ୍ତ ଫୁଲଟିକୁ ପ୍ରଜାପତି ବୋଲି ଦାବି ହୋଇଛି । ଏକ ଅଧଭୁତ ପ୍ରଜାପତି ଯାହାକି କୈଳାସ ପର୍ବତରେ ଦେଖାଯାଏ ବୋଲି ଉକ୍ତ ଭିଡିଓ ଉପରେ ଲିଖିତ ରହିଛି ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଭିଡିଓଟି ଏଆଇ ଟୁଲ ଦ୍ୱାରା ନିର୍ମିତ ।

ଉକ୍ତ ଦାବି ଜନିତ କିୱାର୍ଡ ଗୁଡିକୁ ସର୍ଚ୍ଚ କରିବାରୁ ନିକଟରେ ଏଭଳି କୌଣସି ପ୍ରଜାପତି ନିକଟରେ ଦେଖା ଯିବାର ଖବର କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇନଥିଲା । ଯଦି ଏଭଳି କୌଣସି ପ୍ରଜାତିର ପ୍ରଜାପତି ଦିସିଥାନ୍ତା ତେବେ ନିଶ୍ଚିତ କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।

ଉକ୍ତ ଫଟୋଟିକୁ ଜୀବବିଜ୍ଞାନୀ ପ୍ରଫେସର ଦେବରାଜ କୁମାରଙ୍କୁ ଦେଖାଇବାରୁ ଏଭଳି କୌଣସି ପ୍ରଜାତିର ପ୍ରଜାପତି ଥିବାର କୌଣସି ସୂଚନା କିମ୍ବା କୌଣସି ପୁସ୍ତକରେ ଉଲ୍ଲେଖ ନଥିବା କହିଛନ୍ତି । ସେହିପରି ଏଭଳି ବାରଫାଞ୍ଚଳରେ ପ୍ରଜାପତି ରହିବା କଷ୍ଟସାଧ୍ୟ ତେଣୁ ହୁଏତ ଏହା କୌଣସି ଇଫେକ୍ଟ କିମ୍ବା ଗ୍ରାଫିକ୍ସ ଦ୍ୱାରା ତିଆରି ହୋଇଥାଇପାରେ ବୋଲି କହିଛନ୍ତି ପ୍ରଫେସର ଦେବରାଜ ।

ଫଟୋଟିକୁ ଅନୁଧ୍ୟାନ କରିବାରୁ ଉକ୍ତ ଫଟୋରେ କିଛି ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଜାତିଟି ବସୁଥିବା ହାତରେ ୬ଟି ଆଙ୍ଗୁଠି ଥିବାବେଳେ ଭିଡିଓଟିର କିଛି ସ୍ଥାନରେ ଅପ୍ରାପୃତିକ ଦୃଶ୍ୟମାନ ହୋଇଥିଲା । ସେହିପରି ଭିଡିଓଟିର ଅଧିକ ଲମ୍ବା ଭିଡିଓ କିମ୍ବା ଅନ୍ୟ କିଛି ଫଟୋ ମଧ୍ୟ ମିଳିନଥିଲା ।

ସେହିପରି ଭାଇରାଲ ଭିଡିଓକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଯାହାକି ୭ ମାର୍ଚ୍ଚ ୨୦୨୫ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।



ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ୍ୟ ହୋଇଥିବାରୁ ଏହାକୁ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ବୋଲି ଜାଣିବାକୁ ପାଇଥିଲୁ । ସେହିପରି ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଭିଡିଓରେ ଏହା କେଉଁଠାରୁ ମିଳିଛି କିମ୍ବା କୈଳାସ ପର୍ବତ ବିଷୟରେ କୌଣସି ଲେଖାନଥିଲା ।

ତେବେ ଭିଡିଓ ତଳେ Flux, Kling, After effects, Elevenlabs ବୋଲି ଉଲ୍ଲେଖ ରହିଥିଲା ।

ଅନୁସନ୍ଧାନ କରିବାରୁ ଏହାସବୁ ଏକଏକ ସଫ୍ଟୱେୟାର ବୋଲି ଜଣାପଡିଛି । Flux ଦ୍ୱାରା ଅଡିଓ ମିକ୍ସିଙ୍ଗ କରାଯାଏ, ସେହିପରି Kling ଦ୍ୱାରା ଲାଇଟିଙ୍ଗ ଡିଜାଇନ କରାଯାଏ, After Effect ଭିଡିଓ ମୋସନ ଗ୍ରାଫିକ୍ସ ରେ ବ୍ୟବହୃତ ହୋଇଥାଏ । ସେହିପରି Elevenlabs ଦ୍ୱାରା ଏଆଇ ରଚିତ କାହାଣୀ ଲେଖା ଯାଇଥାଏ । 

ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବା ଇନଷ୍ଟାଗ୍ରାମ ପେଜ୍ କୁ ଅନୁଧ୍ୟାନ କରିବାରୁ ଉକ୍ତ ପେଜ୍ ଟି ଏକ ଡିଜିଟାଲ କ୍ରିଏଚର ବୋଲି ଉଲ୍ଲେଖ ରହିଛି । ଯିଏକି ଅବିଶ୍ୱସନୀୟ ପ୍ରାଣୀଙ୍କ ସନ୍ଧାନରେ ଥାଏ  ।

ଉକ୍ତ ପେଜ୍ ରେ ଆମେ ଏହିଭଳି ବହୁ ଅବିଶ୍ୱାସନୀୟ ଜୀବଜନ୍ତୁଙ୍କ ଭିଡିଓ ଦେଖିବାକୁ ପାଇଥିଲୁ ।

ସେହିପରି ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓଟିକୁ ଇଜ ଇଟ ଏଆଇ ଦ୍ୱାରା ପରୀକ୍ଷଣ କରିବାରୁ ଏହା ୯୦% ମନୁଷ୍ୟକୃତ ବୋଲି ରିପୋର୍ଟ ପ୍ରକାସ ପାଇଥିଲା । ସେହିପରି ଉକ୍ତ ଭିଡିଓଟି ୯୯% ହାଇଭ ମୋଡରେସନ ପ୍ରକାଶ କରିଛି ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଅସ୍ୱାଭାବିକ ପ୍ରଜାପତି କୈଳାସ ପର୍ବତରେ ଅବସ୍ଥିତ ନାହିଁ । ଭାଇରାଲ ଭିଡିଓଟିରେ କୌଣସି ସତ୍ୟତା ନଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ଵାରା ନିର୍ମିତ ବୋଲି ପ୍ରମାଣିତ ହୋଇଛି । 


Claim :  କୈଳାସ ପର୍ବତରେ ଦେଖିବାକୁ ମିଳିଛି ଏକ ଫୁଲ ଆକୃତିର ପ୍ରଜାପତି
Claimed By :  Social Media User
Fact Check :  Unknown
Tags:    

Similar News