ସୋସିଆଲ ମିଡିଆରେ ଘୁରିବୁଲୁଛି ଫେକ୍ ନୋଟିସ, ରେଳ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା

ଯୁବଗୋଷ୍ଠୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,ଭାରତୀୟ ରେଳମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ।

Update: 2024-02-29 11:40 GMT

ଯୁବଗୋଷ୍ଠୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,ଭାରତୀୟ ରେଳମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ।

ଏଭଳି ଏକ ନୋଟିସ ସୋସିଆଲ ମିଡିଆରେ ଘୁରିବୁଲୁଚି ।

ନୋଟିସ ରେ ଉଲ୍ଲେଖ ରହିଛିଯେ " ସର୍ବମୋଟ ୪,୬୬୦ ଟି ପଦବୀ ନିମନ୍ତେ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଏସଆଇ ନିମନ୍ତେ ୪୫୨ ପଦବୀ ଏବଂ ୪୨୦୮ ଟି କନେଷ୍ଟବଳ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ଭାରତୀୟ ରେଳ ମନ୍ତ୍ରାଳୟ ।


Full View


Full View

 

ସତ୍ୟାସତ୍ୟ : ନୋଟିସ କୁ ନେଇ ବିଭିନ୍ନ ଦିଗରେ ତର୍ଜମା କରିବାରୁ ଜଣାଯାଏ ଯେ ,ଏହି ନୋଟିସ ଟି ଫେକ୍ ଅଟେ ।

ଫେବ୍ରୁଆରୀ ୨୭, ୨୦୨୪ ରେ ରେଳ ମନ୍ତ୍ରାଳୟ ନିଜ ପକ୍ଷ ରଖିଛି ଏହି ଫେକ୍ ନୋଟିସ ରେ ଥିବା ତଥ୍ୟ ଠାରୁ ଦୂରେଇ ରହିବାକୁ ନିଜେ ପୋଷ୍ଟ କରିଛି ଆରପିଏଫ ଇଣ୍ଡିଆ । 



ଏହି ନୋଟିସ ଟିକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନ କରାଯାଏ ଯେ ଏହି ନୋଟିସ ଟିକୁ ତର୍ଜମା କରି ପି.ଆଇ.ବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ପୋଷ୍ଟ କରିଛି ।

ପୋଷ୍ଟ ରେ ଦିଆଯାଇଥିବା ସୂଚନା ଅନୁଯାୟୀ " ଏଭଳି କୌଣସି ଆବେଦନ ପ୍ରକ୍ରିୟା ରେଳ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇ ନାହିଁ ।

ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ଏଭଳି ନୋଟିସ ପାଇ ଦିଅନ୍ତୁ ନାହିଁ


ଭାରତୀୟ ରେଳ ମନ୍ତ୍ରାଳୟ ର ଆବେଦନ ପ୍ରକ୍ରିୟା କୁ ଗୁଗୁଲ ରେ ସର୍ଚ୍ଚ କରି ଜଣାଯାଏ ଯେ, ଏହା ଏକ ଫେକ୍ ନୋଟିସ ଯାହାକି ରେଳ ମନ୍ତ୍ରାଳୟର ବିଭିନ୍ନ ବିଭାଗର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରାଯାଇଛି ।


ସେହିପରି ହିନ୍ଦୁସ୍ଥାନ ଟାଇମ୍ସ ରେ ପ୍ରସାରିତ ଖବର ଅନୁଯାୟୀ, “RPF Sub Inspector, Constable Recruitment 2024 fake notification viralling on social media, confirms PIB”.

ଇଣ୍ଡିଆ ଟିଭି ନିୟୁଜ ମଧ୍ୟ ଏ ନେଇ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ସୂଚନା ରହିଛି " RPF Sub Inspector, Constable Recruitment 2024 fake notification viralling on social media, confirms PIB”.

ତେଣୁ ଉପୋରକ୍ତ ତଥ୍ୟ ଏବଂ ସୂଚନା ଅନୁଯାୟୀ ଏହି ନୋଟିସ ଟି ସମ୍ପୂର୍ଣ୍ଣ ଫେକ୍ । ଏଭଳି କୌଣସି ଆବେଦନ ପ୍ରକ୍ରିୟା ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇ ନାହିଁ ।


Claim :  Ministry of Railways has issued notification for recruitment of RPF SIs and constables in 2024
Claimed By :  Social Media Users
Fact Check :  False
Tags:    

Similar News