ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ରାଲିକୁ ପାଟନାର ବୋଲି ଦର୍ଶାଯାଇଛି

Update: 2025-12-10 01:17 GMT


ବିହାର ନିର୍ବାଚନରେ ମହାମେଣ୍ଟର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମହାମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବା ଲକ୍ଷାଧିକ ଭୋଟରଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଛନ୍ତି ରାହୁଲ । ପ୍ରସାରିତ ଖବର ଅନୁଯାୟୀ, ରାହୁଲ ଆହୁରି ମଧ୍ୟ କହିଛନ୍ତି, ଏହି ନିର୍ବାଚନ ଆରମ୍ଭରୁ ନିରପେକ୍ଷ ନଥିଲା ଏବଂ ଏଥିରେ ଆମେ ବିଜୟ ହାସଲ କରିପାରିଲୁ ନାହିଁ। ଏହି ଲଢ଼େଇ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ। କଂଗ୍ରେସ ଦଳ ଓ ମେଣ୍ଟ ନିର୍ବାଚନ ଫଳକୁ ଗଭୀର ଭାବେ ସମୀକ୍ଷା କରିବ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଉଦ୍ୟମକୁ ଅଧିକ ଫଳପ୍ରଦ କରିବ ବୋଲି ରାହୁଲ କହିଛନ୍ତି ।  ଅନ୍ୟପଟେ କଂଗ୍ରେସ କିଛି ରାଜ୍ୟରେ SIR କାମ ତଦାରଖ କରିବା ପାଇଁ ଏହାର ବୁଥ ସ୍ତରୀୟ ଏଜେଣ୍ଟମାନଙ୍କୁ ତାଲିମ ଦେବାପାଇଁ ଯୋଜନା କରୁଛି । ବିହାର ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିବାଦୀୟ ହୋଇ ପଡିଥିଲା ଏବଂ ନିର୍ବାଚନରେ ଇଣ୍ଡି ବ୍ଲକ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିହାରରେ SIRକୁ ବିରୋଧ କରୁଥିବା ଗୋଷ୍ଠୀ ଏହି ପ୍ରକ୍ରିୟାକୁ ଇଣ଼୍ଡି ବ୍ଲକର ପରାଜୟର କାରଣ ବୋଲି କହିଛନ୍ତି । ଏଥି ପାଇଁ ଦଳକୁ ୪୭ ଲକ୍ଷ ଭୋଟ ହରାଇଲା ବୋଲି କୁହାଯାଉଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଛି । ଭିଡିଓଟି ପାଟନାର ବୋଲି ଦର୍ଶାଇଯାଇଥିବା ବେଳେ ଭୋଟ ଚୋରି ଅଭିଯୋଗ ନେଇ ଏହି ପଦଯାତ୍ରାର ଆୟୋଜନ କରାଯାଇଛି ବୋଲି ଦାବି ହୋଇଛି । ଭିଡିଓ ଉପରେ ମଧ୍ୟ ଲେଖା ହୋଇଛି "ଭୋଟ ଚୋରି ଯାତ୍ରା, ପାଟନା ସହର" । 

ଯାହାର ଏକ ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ବିଭ୍ରାନ୍ତିକାର ଅଟେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ଵାରା ଆୟୋଜିତ ଏକ ରାଲିକୁ ପାଟନାରେ ଆୟୋଜିତ ଏକ ରାଲି ବୋଲି ଦର୍ଶାଯାଇଛି ।

ଦାବିର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏଭଳି କୌଣସି ଦୃଶ୍ୟ ଆମର ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ଏହି ଦୃଶ୍ୟ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ନିଶ୍ଚିତ ହୋଇଥାନ୍ତା ।

ଅନ୍ୟପଟେ ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଆମେ ଉକ୍ତ ଭିଡିଓର କିଛି ଅଂଶଜୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

୫ ନଭେମ୍ବର ୨୦୨୫ରେ ଏଆଇଟିସି (ସର୍ବ ଭାରତୀୟ ତୃଣମୁଳ କଂଗ୍ରେସ) ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଯାହାର ଶିର୍ଷକରେ ଉଲ୍ଲେଖ ରହିଛି, ମମତା ବାନାର୍ଜୀଙ୍କ ନାମ ହିଁ ବିଜେପି ପାଇଁ ଆତଙ୍କ ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ଦେଖାଯିବାରୁ ଉଭୟ ଭିଡିଓକୁ ଆମେ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓର ଏକାଧିକ ଅଂଶ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ । 


ସେହିପରି ଭିଡିଓରେ ସବୁଠାରୁ ଆଗରେ ଚାଲୁଥିବା ମହିଳା ଜଣଙ୍କ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛନ୍ତି ।

ଯେତେବେଳେ ଆମେ ଏନେଇ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ କିଛି ଗଣମାଧ୍ୟମରେ ଏନେଇ କିଛି ଭିଡିଓ ଖବର ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇଥିଲା ।


Full View


Full View

ଅନ୍ୟପଟେ ଆଉକିଛି ଗଣମାଧ୍ୟମ ନିଜ ଡିଜିଟାଲ ମିଡିଆରେ ଏହି ଖବର ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି, ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି I  

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତ ଭିଡିଓଟି ପଶ୍ଚିମବଙ୍ଗର ଅଟେ, ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସାର୍ ବିରୋଧରେ ଏକ ଆନ୍ଦୋଳନ କରିଥିଲେ । ଉକ୍ତ ଭିଡିଓର ପାଟନା ସହ କୌଣସି ସମ୍ପର୍କ ନାହିଁ । 

Claim :  ଭୋଟ ଚୋରି ଅଭିଯୋଗ ନେଇ ପାଟନାରେ ଆନ୍ଦୋଳନ
Claimed By :  Social Media User
Fact Check :  Unknown
Tags:    

Similar News