ଫେକ୍ ଭିଡିଓ ହେଲା ଭାଇରାଲ ; ଦେଶରେ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ବାଛିବାକୁ କହିଲେ ରାହୁଲ ଗାନ୍ଧୀ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନୂଆ ପ୍ରତିଶ୍ରୁତି ସହ ଆସୁଛନ୍ତି।

Update: 2024-05-05 16:10 GMT

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନୂଆ ପ୍ରତିଶ୍ରୁତି ସହ ଆସୁଛନ୍ତି। ଅପ୍ରେଲ ୬ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନାର ହାଇଦ୍ରାବାଦରେ ନ୍ୟାୟପତ୍ର (କଂଗ୍ରେସ ମ୍ୟାନିଫେଷ୍ଟୋ) କୁ ଉନ୍ମୋଚନ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଏକ ୪୨ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଂଗ୍ରେସ ନେତା ହିନ୍ଦୀରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ଭିଡିଓ ସେୟାର କରୁଥିବା ବ୍ୟକ୍ତି ଭିଡିଓ ସେୟାର କରି ଲେଖିଛନ୍ତି " “देश का एक्सरे करदेंगे, दूध का दूध पानी का पानी होजाएगा, माईनोरिटिस को पता लगेगा की देशमे उनकी भागीदारी कितनी है। इसके बाद हम फाईनैनसिअल और इंस्टिट्यूशनल सर्वे करेंगे ये पता लगाएंगे हिंदुस्तान का धन किसके हाथ में, कौन सी बर्ग के हाथ में है । और इस ऐतिहासिक कदम के बाद, हम क्रांतिकारी काम सुरु करेंगे । जो आपका हक बनता है बो हम आपकेलिये आपको देनेका काम करेंगे”।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, "ଦେଶର ଏକ୍ସରେ କରିଦେବା ଯାହାଫଳରେ କ୍ଷୀର ଏବଂ ପାଣି ଉଭୟ ଅଲଗା ହୋଇଯିବେ ଏବଂ ସମସ୍ତ ଜିନିଷ ସ୍ପଷ୍ଟ ହୋଇଯିବ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଜଣାପଡିଯିବ ଦେଶରେ ତାଙ୍କର କେତିକି ଭାଗିଦାରୀ ଅଛି । ଏହାପରେ ଆର୍ଥିକ ଏବଂ ସଂସ୍ଥାତ୍ମକ ସର୍ଭେ କରାଯିବ ଏଥିରେ ଜଣାଯିବ ହିନ୍ଦୁସ୍ଥାନ ର ଆର୍ଥିକ ବ୍ୟବସ୍ଥା କାହା ହାତରେ ଅଛି କେଉଁ ବର୍ଗର ହାତରେ ଅଛି । ଏହାପରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯିବ ଯାହା ତୁମର ପ୍ରାପ୍ୟ ତୁମକୁ ଦିଆଯିବ" ।

ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି "ଦେଶର ଏକ୍ସ-ରେ କରିଦେବା, ସଂଖ୍ୟାଲଘୁ ବର୍ଗର ଲୋକ ଜାଣିଜିବେ ତାଙ୍କର ଭାଗିଦାରୀ କେତିକି ଅଛି "।

ୟୁଜର୍ସ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧୀ ତାଙ୍କର ହିନ୍ଦୁଫୋବିୟା ଏବଂ ମାର୍କ୍ସବାଦୀ-ଇସଲାମବାଦୀ ଚିନ୍ତାଧାରାକୁ ଆଉ ଲୁଚାଉ ନାହାଁନ୍ତି, ଖୋଲାଖୋଲି ସାମ୍ପ୍ରଦାୟିକ ଭାଷଣକୁ ଶୁଣନ୍ତୁ । 





ସତ୍ୟାସତ୍ୟ : ଆମ ଅନୁସନ୍ଧାନ ରୁ ଜଣାପଡିଲା ଯେ ଭାଇରାଲ ହେଉଥିବା ଭିଡିଓ ଏବଂ ଦାବି ମିଥ୍ୟା ଅଟେ ; ଭିଡିଓଟି ଏଡିଟ୍ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ।

ଯେତେବେଳେ ଆମେ “ହାଇଦ୍ରାବାଦରେ ନ୍ୟାୟପତ୍ର - କଂଗ୍ରେସ ମ୍ୟାନିଫେଷ୍ଟୋ ଲଞ୍ଚ” ସର୍ଚ୍ଚ କରିଥିଲୁ, ସେତେବେଳେ ଆମେ ରାହୁଲ ଗାନ୍ଧୀଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଲାଇଭ୍ ଷ୍ଟ୍ରିମ୍ ପାଇଲୁ । ୩୧.୫୫ ସମୟ ବିବରଣୀରେ ଭାଇରାଲ୍ କ୍ଲିପ୍ ର ମୂଳ ସଂସ୍କରଣ ପାଇଲୁ, ଭିଡିଓ ରେ ଦେଖିବାକୁ ପାଇଲୁ ଭାଷଣରେ ରାହୁଲ ଗାନ୍ଧୀ ସଂଖ୍ୟାଲଘୁଙ୍କ ସହ ସାଧାରଣ ବର୍ଗ, ଦଳିତ, ଆଦିବାସୀ, ଓବିସି ଏବଂ ଗରିବ ଲୋକଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।


Full View


ଗୁଗୁଲ୍ ରିଭର୍ସ ଇମେଜ୍ ସନ୍ଧାନ ସମୟରେ, ଆମେ ଏକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ମୂଳ କ୍ଲିପ୍ ସେୟାର କରିଥିବାର ଦେଖିବାକୁ ପାଇଲୁ ।



ତେଣୁ, ଦାବି ମିଥ୍ୟା ଅଟେ; ଭାଇରାଲ୍ କ୍ଲିପ୍ କୁ ଏଡିଟ୍ କରାଯାଇ ସୋସିଆଲ ମିଡିଆରେ ସେୟାର କରାଯାଇଛି । ମୂଳ ଭାଷଣରେ ରାହୁଲ ଗାନ୍ଧୀ ସଂଖ୍ୟାଲଘୁଙ୍କ ସହ ସାଧାରଣ ବର୍ଗ, ଦଳିତ, ଆଦିବାସୀ, ଓବିସି ଏବଂ ଗରିବ ଲୋକଙ୍କୁ ଉଲ୍ଲେଖ କରିଛନ୍ତି।

  

Claim :  ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ବେଳେ ରାହୁଲ ଗାନ୍ଧୀ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଅଲଗା କରିବା ପାଇଁ ଦେଶର ଏକ୍ସ-ରେ କରିବା ଟିପ୍ପଣୀରେ ଉଲ୍ଲେଖ କରିଛନ୍ତି
Claimed By :  Social Media Users
Fact Check :  False
Tags:    

Similar News