ଖବରରେ ନାହିଁ କୌଣସି ସତ୍ୟତା : ମତସାବ୍ୟସ୍ତ ନ କଲେ ଭୋଟରଙ୍କ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା

ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” । ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା ।

Update: 2024-03-30 13:33 GMT


ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” ।

ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା । ଯଦି ନଥିବ କୌଣସି ବ୍ୟାଙ୍କ ଆକାଉଣ୍ଟ ତେବେ ମୋବାଇଲ ରିଚାର୍ଜ ବେଳେ କଟିଯିବ ଟଙ୍କା ।

ଏଭଳି ଏକ ଖବର କାଗଜ ଟ ଫଟୋ ଏବେ ସୋସିଆଲ ମିଡିଆ ଏବଂ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଘୁରି ବୁଲୁଛି । 


Full View


वोट नहीं दिया तो बैंक अकाउंट से काटेंगे 350 रुपए: चुनाव आयोग मेट्रो सिटी और टाउन वालो के लिए 3500 रुपए होने चाहिए!! 


ସତ୍ୟାସତ୍ୟ :- ଘଟଣା କୁ ନିରିଖେଇ ଦେଖିବାରୁ ଜଣାଯାଏ ଯେ ,ଏହା କୌଣସି ଖବର କାଗଜ ନୁହେଁ ଏକ ଗ୍ରାଫିକ୍ସ ମାତ୍ର ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଅନୁସନ୍ଧାନ କରି ଜଣାଯାଏ ଯେ , ଏହି ଗ୍ରାଫିକ୍ସ କୁ ୨୯ମାର୍ଚ୍ଚ ୨୦୨୪ ରେ ପିଆଇବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛି ।

ସେଠାରେ ଉଲ୍ଲେଖ ଅଛି କି , “दावा: लोकसभा चुनाव में जो मतदाता अपने मताधिकार का प्रयोग नहीं करेंगे,

चुनाव आयोग द्वारा उनके बैंक खातों से Rs 350 काट लिए जाएंगे #PIBFactCheck , यह दावा फर्जी है ।

@ECISVEEP द्वारा ऐसा कोई निर्णय नहीं लिया गया है ।

ऐसी भ्रामक खबरों को शेयर न करें "। ଏଥିରୁ ଜଣାଯାଏ ଏଭଳି କୌଣସି ଘୋଷଣା ଇସିଆଇ ଙ୍କ ଦ୍ଵାରା ହୋଇନାହିଁ ଏବଂ ଏହିଭଳି ଫେକ୍ ଖବର ଠାରୁ ଭୋଟରକ ଦୁରେଇ ରୁହନ୍ତୁ ।



 

ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ।


  

 

ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ।


 ୬ ଡିସେମ୍ବର ୨୦୨୧ ରେ ଏନଡିଟିଭି ମଧ୍ୟ ଏନେଇ ଖବର ପ୍ରସାରଣ କରିଛି “Delhi Police Investigates Rumour of Rs 350 Fine for Not Voting " 

ସେହିପରି ହିନ୍ଦୁସ୍ଥାନ ଟାଇମ୍ସ ୬ ଡିସେମ୍ବର ୨୦୨୧ ରେ ପ୍ରସାରିତ କରିଛି ଯେ ," Delhi Police start probe into rumour of Rs350 fine for not voting


ତେଣୁ ଉପୋରକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ,ଏଭଳି କୌଣସି ଘୋଷଣା ନିର୍ବାଚନ ଆୟୋଗ ପକ୍ଷରୁ ଘୋଷିତ ହୋଇ ନାହିଁ । ଏବଂ ଏହା କୌଣସି ଖବର କାଗଜର ଅଂଶବିଶେଷ ନୁହେଁ ତେଣୁ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ।

Claim :  Election Commission would deduct Rs 350 from the bank accounts of people not casting their vote
Claimed By :  Social Media Users
Fact Check :  False
Tags:    

Similar News