ଫ୍ୟାକ୍ଟ ଚେକ୍: ପୁରୁଣା ଭିଡିଓକୁ ବର୍ତ୍ତମାନର ଭବଲପୁର ଉପରେ ଆକ୍ରମଣର ଦାବି ସହ କରାଯାଇଛି ସେୟାର

ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ଭବଲପୁର ଅଞ୍ଚଳରେ ଆକ୍ରମଣ କରିଛି ସତ ହେଲେ ଭାଇରାଲ ହେଉଥିବା ଭିଡିଓଟି ଉକ୍ତ ଘଟଣାର ନୁହେଁ ।

Update: 2025-05-07 06:08 GMT

Old video shared with current demand for attack on Bhawalpur

ପାକିସ୍ତାନ ଏବଂ ପିଓକେରେ ହୋଇଛି ରାତି ଅଧିଆ ଏୟାରଷ୍ଟ୍ରାଇକ୍। ସିନ୍ଦୂରା ଫାଟିବା ପୂର୍ବରୁ ପାକିସ୍ତାନ ଛାତିରେ ଖସିଛି ମିସାଇଲ୍। ପ୍ରସାରିତ ଖବର ଅନୁଯାୟୀ ୯ଟି ଲୋକେସନରେ ହୋଇଛି ପ୍ରଚଣ୍ଡ ହମଲା। ଅପରେସନ୍ ସିନ୍ଦୂରରେ ସାମିଲ ହୋଇଥିଲେ ୮ ସୁଖୋଇ ଓ ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲରେ ଛାରଖାର ହୋଇଛି ଆତଙ୍କବାଦୀ ଆଡ୍ଡା। ଅପରେସନ୍ ସଫଳ ହୋଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରାଯାଇଛି। ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମାସୁଦ ଆଝାରର ଭବଲପୁର ଠିକଣାରେ ହୋଇଛି ହମଲା। 'ଅପରେସନ୍ ସିନ୍ଦୂର'ରେ ସାମିଲ ଥିଲେ ତିନି ସେନା। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।

ଇତିମଧ୍ୟରେ ଏକ ୩୧ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଅନ୍ଧାରରେ ଭୟାଭୟ ଅଗ୍ନିକାଣ୍ଡ ଘଟୁଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ପାକିସ୍ତାନର ଭବଲପୁରଅଞ୍ଚଳର ବୋଲି ଦାବି ହୋଇଛି। ଅପରେସନ ସିନ୍ଦୂରରେ ଉକ୍ତ ଅଞ୍ଚଳ ଛାରଖାର ହୋଇଥିବାର ଦାବି କରିଛନ୍ତି ସୋସିଆଲ ମିଡିଆୟୁଜର୍ସ । ଯାହାକୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ପଞ୍ଚାଅସି ହଜାରରୁ ଉର୍ଦ୍ଧ୍ବ ଭିୟୁ ହୋଇଥିବାର ଦେଖିବାକୁ ମିଳିଛି ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 

ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର । ପ୍ରସାରିତ ଖବର ଅନୁଯାୟୀ ପାକିସ୍ତାନର ଭବଲପୁର ଅଞ୍ଚଳକୁ ଭାରତୀୟ ବାୟୁସେନା ଆକ୍ରମଣ କରିଛି ସତ ହେଲେ, ଉକ୍ତ ଭାଇରାଲ ଭିଡିଓଟି ବହୁ ପୁରୁଣା ଏବଂ ଗାଜା ଅଞ୍ଚଳର ସୂଚନା ।

ଯେତେବେଳେ ପାକିସ୍ତାନର ଭବଲପୁରରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ଅନୁସନ୍ଧାନ କରିଥଲୁ ଏନେଇ ବହୁ ଫଟୋ ଏବଂ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇଥିଲୁ । ହେଲେ ଭାଇରାଲ ହେଉଥିବା ଉକ୍ତ ଭିଡିଓଟି କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ ଭିଡିଓକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଏକ୍ସ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓଟି ୨୩ ଅକ୍ଟୋବର ୨୦୨୩ରେ ସେୟାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୦ ହଜାରରୁ ଉର୍ଦ୍ଧ୍ବ ସେୟାର ହୋଇଥିବାର ଦେଖିବାକୁ ମିଳିଛି ।

ଯେଉଁଥିରେ ଏକ ଉର୍ଦୁ ଭଳି ଦେଖାଅ ଯାଉଥିବାର ଦେଖିବାକୁ ମିଳିଛି । اسرائیلو پرون شپه پر غزې باندې خپلو بمباريو ته شدت ورکړی.

د فلسطيني رسنۍ د راپور له مخې د پرون شپې په بمباريو کې د ښځو او ماشومانو په گډون ۴۰۰ کسانو خپل ژوند له لاسه ورکړی او سلگونه نور لا د نړيدلو ودانيو لاندې دي

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, ଗତକାଲି ରାତିରେ ଇସ୍ରାଏଲ ଗାଜା ଉପରେ ବୋମାମାଡ଼କୁ ତୀବ୍ର କରିଛି ।ପାଲେଷ୍ଟାଇନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତକାଲି ରାତିରେ ବୋମାମାଡ଼ରେ ମହିଳା ଏବଂ ଶିଶୁ ସମେତ ୪୦୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଲୋକ ଏବେ ବି ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଫସି ରହିଛନ୍ତି ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ସମାନ ଭିଡିଓ ବୋଲି ଜାଣିବାକୁ ମିଳିଥିଲା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କି ୱାର୍ଡ ସହ ଅନୁସନ୍ଧାନ କରିବାରୁ ଆଉ ଏକ ଏକ୍ସପୋଷ୍ଟ ହସ୍ତଗତ ହୋଇଥିଲା ।

ଜଣେ ଏକ୍ସ ୟୁଜର୍ସ ଭାଇରାଲ ଭିଡିଓ ସହ ଆଉଏକ ଭିଡିଓ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଗାଜାରେ ହେଉଥିବା ବିମାନ ଆକ୍ରମଣର ତୀବ୍ରତା ବୁଝନ୍ତୁ। ପ୍ରଥମ ଭିଡିଓଟି ଗତକାଲି ରାତିର ଦ୍ୱିତୀୟ ଭିଡିଓଟି ପ୍ରାତଃ ସମୟର । ମୁଁ ୩୯ ସେକେଣ୍ଡରେ ୭ଟି ବିସ୍ଫୋରଣ ଗଣୁଛି। ଏହା କେବଳ କାର୍ଯ୍ୟକ୍ଷମ କ୍ଷମତାକୁ ନଷ୍ଟ କରୁନାହିଁ, ଏକକାଳୀନ ଏତେ ସ୍ଥାନରେ ବୋମା ମାଡ଼ ହେଲେ ହମାସ ପ୍ରତିକ୍ରିୟା ଦେଇପାରିବ ନାହିଁ। ଏହି କାରଣରୁ ହୁଏତ ହମାସର ଟେଲିଗ୍ରାମ ଚ୍ୟାନେଲ ଗତକାଲି ଏବଂ ଆଜି ପର୍ଯ୍ୟନ୍ତ ଭିଡିଓ ପ୍ରସାରଣ କରିନାହିଁ ।

ଉକ୍ତ ଭିଡିଓଟି ବିଶେଷ କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇପାରିନଥିବା ବେଳେ । ତେବେ ଅଲ ଜଜିରା ୨୦୨୩ରେ ଗାଜା ଆକ୍ରମଣରେ ମୃତାହତ ନେଇ ଏକ ଲାଇଭ ଟ୍ରାକର ପ୍ରସାରିତ କରିଥିଲା । ଯେଉଁଥିରୁ ଅନୁମାନ କରାଯାଉଛି ଯେ ଉକ୍ତ ଆକ୍ରମଣର ଏହି ଲାଇଭ ଟ୍ରାକର ହୋଇଥାଇପାରେ

ଭାରତୀୟ ସେନା କିମ୍ବା ମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ଭିଡିଓ ପ୍ରଦାନ କରାଯାଇନାହିଁ । ଉକ୍ତ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଥିବାର ଦେଖିବାକୁ ମିଳିଥିଲା । ତେଣୁ ଏହା ପ୍ରମାଣ ଦର୍ଶାଉଛି ଯେ, ଉକ୍ତ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ ।

ଦାବିଟି ବିଭ୍ରାନ୍ତିକର । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ଭବଲପୁର ଅଞ୍ଚଳରେ ଆକ୍ରମଣ କରିଛି ସତ ହେଲେ ଭାଇରାଲ ହେଉଥିବା ଭିଡିଓଟି ଉକ୍ତ ଘଟଣାର ନୁହେଁ । 

Claim :  ଅପରେସନ ସିନ୍ଦୂରରେ ଭବଲପୁରରେ ଭୟାଭୟ ଅଗ୍ନିକାଣ୍ଡ
Claimed By :  Social Media User
Fact Check :  Unknown
Tags:    

Similar News