ଫ୍ୟାକ୍ଟ ଚେକ୍: ଗୁଜୁରାଟର ପୁରୁଣା ଭିଡିଓକୁ ୟୁପି ପୋଲିସ ସହ ଯୋଡି ଭୁଲ୍ ସୂଚନା ସହ ସେୟାର କରାଯାଇଛି

Update: 2025-11-08 07:10 GMT

ଉତ୍ତର ପ୍ରଦେଶ ସରକାର ଏକ ଚାଞ୍ଚଲ୍ୟକର ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଋଷିକାନ୍ତ ଶୁକ୍ଲାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ୧୦ ବର୍ଷର ଚାକିରି କାଳରେ ସେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସମ୍ପତ୍ତି ଠୁଳ କରିବାର ଗମ୍ଭୀର ଅଭିଯୋଗ ତାଙ୍କ ବିରୋଧରେ ରହିଛି। ନିଲମ୍ବନ ସମୟରେ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଶୁକ୍ଲା ମୈନପୁରୀରେ ନିଯୁକ୍ତ ଥିଲେ।

ପ୍ରସାରିତ ଖବର ଅନୁଯାୟୀ ସବ-ଇନ୍ସପେକ୍ଟର ପଦବୀରୁ CO (ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ) ପଦବୀକୁ ଉନ୍ନୀତ ହୋଇଥିବା ଋଷିକାନ୍ତ ଶୁକ୍ଲା କାନପୁରରେ ତାଙ୍କର ଅଧିକାଂଶ ସେବା ସମୟ ବିତାଇଥିଲେ ଏବଂ ତାଙ୍କ ଉପରେ ୟୁନିଫର୍ମ ଆଳରେ ବହୁ ପରିମାଣର ବେଆଇନ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ରହିଛି। SIT ତଦନ୍ତରୁ ଜଣାପଡିଛି ଯେ ଋଷିକାନ୍ତ ଶୁକ୍ଲା ଜମି ମାଫିଆ ଅଖିଳେଶ ଦୁବେ ଗ୍ୟାଙ୍ଗ ସହିତ ବନ୍ଧୁତା ମାଧ୍ୟମରେ ବେଆଇନ ସମ୍ପତ୍ତି ଠୁଳ କରିଥିଲେ। ଯାହା ସାହାଯ୍ୟରେ ସେ କାନପୁରରେ ୧୨ଟି ଜମି ଏବଂ ୧୧ଟି ଦୋକାନ କିଣିଥିଲେ।

କଳାଧନ ଧଳା କରିବା ପାଇଁ ଏକ ନିର୍ମାଣ କମ୍ପାନୀ ଗଠନ କରାଯାଇଥିଲା। ଋଷିକାନ୍ତଙ୍କ ପତ୍ନୀ ପ୍ରଭା ଶୁକ୍ଲା ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ। SIT ଜାଣିପାରିଲା ଯେ ଏହି କମ୍ପାନୀ ୧୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର କାରବାର କରିଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ "କଳାଧନକୁ ଧଳା କରିବା" ଥିଲା।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ବ୍ୟକ୍ତି ଯାହାଙ୍କ ମୁହଁରେ କଳା କପଡା ଘୋଡା ହୋଇଛି ତାଙ୍କୁ ଧରି କିଛି ପୋଲିସ କର୍ମଚାରୀ ଫଟୋ ପାଇଁ ପୋଜ ଦେଉଥିବାର ଦେଖାଯାଇଛି ।

ଉକ୍ତ ଭିଡିଓଟି ୟୁପିର ବୋଲି ଦାବି କରାଯାଇଛି । ୟୁପି ପୋଲିସ ଅପରାଧୀଙ୍କୁ ନିୟନ୍ତ୍ରଣ କରି ଉଚିତ ଶାସ୍ତି ଦେଉଥିବାର ଦାବି କରିଛନ୍ତି ୟୁଜର୍ସ । ଭିଡିଓ ଉପରେ ଉଲ୍ଲେଖ ରହିଛି ଯୋଗୀ ସରକାର ସମୟରେ ଘଣ୍ଟା ଘଣ୍ଟାର କାମ ମଧ୍ୟ ମିନିଟରେ ହୋଇଯାଉଛି ।

ଯାହାର ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରୀନସଟ୍ ତଳେ ଦିଆଯାଇଛି ।




 


ସତ୍ୟାସତ୍ୟ:

ଉକ୍ତ ଭିଡିଓଟି ବହୁ ପୁରୁଣା ଏବଂ ବଡୋଦରା ଗୁଜୁରାଟର ଅଟେ । ଉକ୍ତ ଭିଡିଓ ସହ ୟୁପି ପୋଲିସର ନାହିଁ କୌଣସି ସମ୍ପର୍କ ।

ତଦନ୍ତ ପାଇଁ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ପାଇ ନଥିଲୁ । ଯଦି ନିକଟରେ ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବାର ପାଇନଥିଲୁ । ତେବେ ପୁରୁଣା ଘଟଣାର କିଛି ଭିଡିଓ ହସ୍ତଗତ ହୋଇଥିଲା ହେଲେ କୌଣସି ଭିଡିଓ ଭାଇରାଲ ଭିଡିଓ ସହ ମେଳ ଖାଉନଥିଲା ।

ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡ଼ିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।

ରିଭର୍ସ ଇମେଜରୁ ୧୧ ମାସ ପୂର୍ବେ ଏକ ଡିଜିଟାଲ ମିଡିଆରେ ଏକ ଖବର ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇଥିଲା ।

ଦିବ୍ୟଭାସ୍କର ନାମକ ଏକ ଡିଜିଟାଲ ଗଣମାଧ୍ୟମ ଉକ୍ତ ଖବରକୁ ଗୁଜୁରାଟି ଭାଷାରେ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଥିଲା ।

ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, "ହତ୍ୟାକାଣ୍ଡରେ ବ୍ୟବହୃତ ହତିଆରଟି ପୋଲିସକୁ ଏସଏସଜି କ୍ୟାଣ୍ଟିନ ନିକଟ ଅଳିଆ ଗଦାରୁ ମିଳିଥିଲା। ପୂର୍ବତନ ବିଜେପି କର୍ପୋରେଟରଙ୍କ ପୁଅର ହତ୍ୟାକାରୀକୁ ପୋଲିସ ସକାଳୁ ସକାଳୁ ଆଣିଥିଲା । ପୂର୍ବତନ ବିଜେପି କର୍ପୋରେଟରଙ୍କ ପୁଅ ତପନ ପରମାରଙ୍କ ହତ୍ୟା ମାମଲାରେ, ପୋଲିସ ଏସଏସଜି ହସ୍ପିଟାଲରେ ହତ୍ୟାକାରୀ ବାବର ପଠାନଙ୍କ ସହିତ ୨୫ମିନିଟ ତର୍ଜମା କରିଥିଲା। ଯେଉଁଥିରେ ହତ୍ୟାକାଣ୍ଡରେ ବ୍ୟବହୃତ ପ୍ୟାଡେଲଟି କେଉଁଠି ଲୁଚାଇ ରଖାଯାଇଛି ବୋଲି ପଚାରିଥିଲା ​​ଏବଂ କ୍ୟାଣ୍ଟିନ କେଉଁଠି ଅଛି ବୋଲି ପଚାରିଥିଲା । "

ଉକ୍ତ ଖବର ପ୍ରସାରଣରେ ଯେଉଁ ଫଟୋ ବ୍ୟବହାର ହୋଇଛି ତାହା ଭାଇରାଲ ଫଟୋ ସହ ବହୁମାତ୍ରାରେ ତାଳମେଳ ଖାଉଥିବାର ଦେଖିବାକୁ ମିଳିଛି ।

ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଆମକୁ ଆହୁରି ଅନେକ ଗଣମାଧ୍ୟମରେ ସମାନ ସୂଚନା ସହ ଉକ୍ତ ଭିଡିଓ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା ।

ଯାହାର ଲିଙ୍କ୍ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭିଡିଓଟି ବହୁ ପୁରୁଣା ଏବଂ ଭଡୋଦରା ଗୁଜୁରାଟର ଅଟେ । ଉକ୍ତ ଭିଡିଓ ସହ ୟୁପି ପୋଲିସର ନାହିଁ କୌଣସି ସମ୍ପର୍କ ।


Claim :  ୟୁପି ପୋଲିସର ଦବଙ୍ଗଗିରୀ, ଦେଖନ୍ତୁ ଅପରାଧୀଙ୍କୁ କିଭଳି ଶାସ୍ତି ଦିଆଯାଉଛି
Claimed By :  Social Media User
Fact Check :  Unknown
Tags:    

Similar News