ଫ୍ୟାକ୍ଟ ଚେକ୍: ମୁମ୍ବାଇ ବାର ରେଡ୍ ଭିଡିଓକୁ ଗୋରଖପୁର ମନ୍ଦିର ଅଧୀନରେ ବେଆଇନ କାର୍ଯ୍ୟକଳାପ ବୋଲି ମିଥ୍ୟା ଭାବରେ ସେୟାର କରାଯାଇଛି

Update: 2026-01-12 05:54 GMT


ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସାରିତ ଖବର ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଗାମୀ ରଥଯାତ୍ରା ଅବସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ରଥ କାଠକୁ ନେଇ ବୈଠକରେ ଆଲୋଚନା ହୋଇଛି । ରଥ ନିର୍ମାଣ ପାଇଁ ସମସ୍ତ କାଠ କିଭଳି ଠିକ୍ ସମୟରେ ପହଞ୍ଚି ପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ବୈଠକରେ ଆଲୋଚନା ହେବ। ମହାପ୍ରଭୁ ବିଜେ ପୁରୀ ରାଜସ୍ବ ଜମି ଉପରେ ମଧ୍ୟ ଆଲୋଚନା ହୋଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ସୁଡ଼ଙ୍ଗ ଭିତରୁ କିଛି ମହିଳା ମୁହଁରେ କପଡ଼ା ଢାଙ୍କି ବାହାରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଦେଖି ମନେହେଉଛି ସେମାନେ କୌଣସି ଖରାପ କାମରେ ଲିପ୍ତ ହୋଇଥାଇ ପାରନ୍ତି ।

ଉକ୍ତ ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁର ଏକ ମନ୍ଦିରର ବୋଲି ଦାବି କରିଛନ୍ତି କିଛି ୟୁଜର୍ସ । ଗୋଟିଏ ମନ୍ଦିରରେ ପୋଲିସ ଛାପା ମାରିବା ପରେ ସେଠାରେ ଏଭଳି ଘଟଣା ଘଟିଥିବାର ସାମ୍ନାକୁ ଆସିଚି ବୋଲି ଦାବି କରିଛନ୍ତି ୟୁଜର୍ସ ।

ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।




 


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଭିଡିଓଟି ମୁମ୍ବାଇରେ ଏକ ବାର୍ ରେଡ଼ ସମୟର ଅଟେ । ଉକ୍ତ ଭିଡିଓ ସହ ଗୋରଖପୁର କିମ୍ବା ଉତ୍ତରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ ।

ଦାବିର ଅନୁସନ୍ଧାନ କରିବାକୁ ଯାଇ ଆମେ ଆବଶ୍ୟକୀୟ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କୌଣସି ପ୍ରମୁଖ ଗଣମାଧ୍ୟମରେ ଏଭଳି କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ ।

ଅନୁସନ୍ଧାନ ସମୟରେ ଆମେ ଉତ୍ତର ପ୍ରଦେଶର ଜଣେ ପ୍ରତିନିଧି ଯୋଗେଶ ତିବାରୀଙ୍କୁ ଯୋଗାଯୋଗ କରିଥିଲୁ । ଭିଡିଓ ଦେଖି ଯୋଗେଶ କହିଛନ୍ତି, "ନିକଟ ଦିନରେ କିମ୍ବା ବିଗତ ଦିନରେ ଏଭଳି କୌଣସି ଘଟଣା ଗୋରଖପୁରର ମନ୍ଦିରରେ ଘଟିନାହିଁ । ଘଟିଥିଲେ ଆମେ ଏନେଇ ଖବର ପ୍ରସାରଣ ନିଶ୍ଚିତ କରିଥାନ୍ତୁ । ତେଣୁ ଉକ୍ତ ଭିଡିଓଟି ଉତ୍ତର ପ୍ରଦେଶର ନୁହେଁ ବୋଲି ଦୃଢ଼କ୍ତି ଦେଖାଇଥିଲେ ଯୋଗେଶ । "

ଭାଇରାଲ ଭିଡିଓର ସତ୍ୟତା ଅନୁସନ୍ଧାନ କରିବାକୁଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

୧୩ ଡିସେମ୍ବର ୨୦୨୧ରେ ଏବିପି ନିୟୁଜ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓ ଅପଲୋଡ଼ କରିଥିବା ବେଳେ ଉକ୍ତ ଭିଡିଓକୁ ୪୦ ହଜାର ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓର ଶିର୍ଷକରେ ଉଲ୍ଲେଖ ରହିଛି, ମୁମ୍ବାଇ ସ୍ଥିତ ଦୀପାବାର ରେ ଚଢ଼ାଉ ୧୭ ବାର୍ ଡ୍ୟାନ୍ସର ଉଦ୍ଧାର ।

ଉକ୍ତ ଭିଡିଓ ପ୍ରସାରଣ କରି ଏବିପି ଉଲ୍ଲେଖ କରିଛି, ମୁମ୍ବାଇ ପୋଲିସର ସାମାଜିକ ସେବା ଶାଖା ଦ୍ୱାରା ୧୭ ମହିଳାଙ୍କୁ ଉଦ୍ଧାର କରାଯାଇଛି । କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ଦୀପା ବାରରେ ଚଢାଉ କରିବା ପରେ ମୁମ୍ବାଇର ଦୀପା ବାର୍ ରେ ରେଡ଼୍ କରିଥିଲା ରେଡ଼୍ ରୁ ଆଠ ଜଣଙ୍କୁ ଗିରଫ କରାଯାଇଛି ।

ଉକ୍ତ ପ୍ରସାରିତ ଖବରରେ ଭିଡିଓଟି ଭାଇରାଲ ଭିଡିଓ ସମାନ ଥିବା ବେଳେ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।


ଉକ୍ତ ବାର୍ ନା ସହ ମୁମ୍ବାଇ ଲେଖି ଅନୁସନ୍ଧାନ କରିବାରୁ ୧୩ ଡିସେମ୍ବର ୨୦୨୧ରେ ଇଟିଭିରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।

ଖବର ପ୍ରସାରଣ କରି ଇଟିଭି ଉଲ୍ଲେଖ କରିଛି, ଅନ୍ଧେରି ସ୍ଥିତ ଏକ ବାରରେ ଦୀର୍ଘ ୧୫ ଘଣ୍ଟା ଧରି ଚଢାଉ କରାଯାଇଥିଲା । ମୁମ୍ବାଇ ପୋଲିସ ୧୭ ଜଣ ବାର୍ ଡ୍ୟାନ୍ସରଙ୍କ ସହିତ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । କୋଭିଡ୍ -୧୯ ନିୟମ ଏବଂ ପ୍ରୋଟୋକଲର ଖୋଲା ଅବମାନନା ଅଭିଯୋଗରେ ମୁମ୍ବାଇ ପୋଲିସର ସାମାଜିକ ସେବା ଶାଖା ଦୀପା ନାମକ ଏକ ବାର୍ ଉପରେ ଚଢାଉ କରିଥିଲା ।

ସେହିପରି ଆଉକିଛି ଗଣମାଧ୍ୟମ ସମାନ ସୂଚନା ସହ ଉକ୍ତ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ମୁମ୍ବାଇ ବାର୍ ରେଡ଼୍ ସମୟର ଅଟେ । ଉକ୍ତ ଭିଡିଓ ସହ ଗୋଖରପୁର କିମ୍ବା ଉତ୍ତରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ ।


Claim :  ଉତ୍ତରପ୍ରଦେଶର ଗୋରଖପୁରର ଏକ ମନ୍ଦିରରେ ଚାଲିଥିଲା ଏକ ବେଆଇନ ରାକେଟ
Claimed By :  Social Media User
Fact Check :  Unknown
Tags:    

Similar News