ଇଭିଏମ୍ ଉପରେ ସ୍ୟାହି ପକାଉଛନ୍ତି ଜଣେ ବ୍ୟକ୍ତି, ୨୦୨୪ ନିର୍ବାଚନ ସହ ନାହିଁ କୌଣସି ସାମଞ୍ଜସ୍ୟ

ନିର୍ବାଚନ ସମୟରେ ଭୋଟ୍ ରେକର୍ଡ କରିବା ପାଇଁ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍) ବ୍ୟବହୃତ ହୁଏ । ମନୁଷ୍ୟକୃତ କୌଣସି ଅଘଟଣ ରୁ ବର୍ତ୍ତିବା ପାଇଁ ଏହି ମେସିନ ଟି ସହାୟ ହୋଇଥାଏ ।

Update: 2024-05-02 17:34 GMT

ନିର୍ବାଚନ ସମୟରେ ଭୋଟ୍ ରେକର୍ଡ କରିବା ପାଇଁ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍) ବ୍ୟବହୃତ ହୁଏ । ମନୁଷ୍ୟକୃତ କୌଣସି ଅଘଟଣ ରୁ ବର୍ତ୍ତିବା ପାଇଁ ଏହି ମେସିନ ଟି ସହାୟ ହୋଇଥାଏ ।ତେବେ ପ୍ରତିଟି ନିର୍ବାଚନ ରେ କିଛି ରାଜନୈତିକ ଦଳ ଏହି ମେସିନ କୁ ବିରୋଧକରି ବ୍ୟାଲେଟ ପେପର ବ୍ୟବହାର କରିବାକୁ କହିଥାନ୍ତି ।

ଏଭଳି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ  ଜଣେ ବ୍ୟକ୍ତି ଏକ ଧଳା ସାର୍ଟ ପିନ୍ଧି ଲମ୍ବା କେଶ ରଖିଛନ୍ତି, ମତଦାନ କେନ୍ଦ୍ରରେ ଥିବା ଇଭିଏମ୍ ମେସିନରେ ସ୍ୟାହି ଫୋପାଡିଛନ୍ତି ଏବଂ ଇଭିଏମ ବର୍ଜନ କରିବାକୁ ନାରାବାଜି ଦେଉଛନ୍ତି ପରିଶେଷରେ ତାଙ୍କୁ ପୋଲିସ କାବୁ କରି ନେଉଛି ।

ସୋସିଆଲ ମିଡିଆ ୟୁଜର୍ସ ଏହାକୁ ୨୦୨୪ ସାଧାରଣ ନିର୍ବାଚନର ଏକ ଘଟଣା ବୋଲି ଦାବି କରି ସେୟାର କରିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଭିଡିଓ ସେୟାର କରି ଲେଖିଛନ୍ତି : “ନାଗପୁରର  ବ୍ୟକ୍ତି ଇଭିଏମ ଉପରେ ସ୍ୟାହି ଫିଙ୍ଗିଥିଲେ ଏବଂ ଇଭିଏମ ବିରୋଧୀ ସ୍ଲୋଗାନ ଦେଉଥିଲେ।"  ଏହା ସହ  #ElectionDay #ElectionCommissionofIndia # Elections2024 # LokSabhaElections2024 ଦେଇ ଭିଡିଓକୁ ସେୟାର କରିଥିଲେ 





 ସତ୍ୟାସତ୍ୟ : ତଦନ୍ତ ରୁ ଜଣାଯାଏଜେ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା, ଭିଡିଓ ଟି ୨୦୧୯ ରୁ ରେକର୍ଡ ହୋଇଛି ଏବଂ ୨୦୨୪ ସାଧାରଣ ନିର୍ବାଚନ ସହିତ ଜଡ଼ିତ ନୁହେଁ ।

ଗୁଗୁଲ୍ ରିଭର୍ସ ଇମେଜ୍ ସନ୍ଧାନ ସମୟରେ, ଆମେ ୨୧ ଅକ୍ଟୋବର ୨୦୧୯ ରେ ପାଇଲୁ, ଏଏନଆଇ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରି ଉଲ୍ଲେଖ କରିଛି “ WATCH Thane: A Bahujan Samaj Party (BSP) leader, Sunil Khambe threw ink on the EVM at a polling booth while voting for #MaharashtraAssemblyPolls was underway today. He was raising slogans of "EVM murdabad" & "EVM nahi chalega". He was later taken to a police station by police”.

ଓଡିଆ ଅନୁବାଦ ଅନୁଯାୟୀ " ଜଣେ ବହୁଜନ ସମାଜ ପାର୍ଟି (ବିଏସପି) କର୍ମୀ ସୁନୀଲ ଖାମ୍ବେ  ଇଭିଏମ୍ ଉପରେ ସ୍ୟାହି ଫିଙ୍ଗିଥିଲେ, ଏପରିକି "ଇଭିଏମ୍ ମୁର୍ଦାବାଦ" ଏବଂ "ଇଭିଏମ୍ ନାହି ଚାଲେଗା" ସ୍ଲୋଗାନ ଦେଉଥିଲେ। ପରେ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା ”।


Full View

ସୁନୀଲ ଖାମ୍ବେ  ସ୍ୟାହି ଘଟଣା କୁ ଅଧିକ ତଦନ୍ତ କରିବାରୁ ଜଣାଯାଏ ଯେ ୨୦୧୯ ରେ ବହୁ ମିଡିଆ ଏନେଇ ପୂର୍ବରୁ ଖବର ପ୍ରସାରଣ କରି ସାରିଛନ୍ତି ।

ଦ ପ୍ରିଣ୍ଟ : ବିଏସପି ନେତା ସୁନୀଲ ଖାମ୍ବେ ଇଭିଏମ କୁ ବିରୋଧ କରି ମେସିନ ଉପରେ ସ୍ୟାହି ଫିଙ୍ଗିଛନ୍ତି


Full View

ଏବିପି ନିୟୁଜ ଅନୁଯାୟୀ : ଇଭିଏମ ଉପରକୁ ସ୍ୟାହି ଫିଙ୍ଗିଲେ ବିଏସପି ନେତା ଦେଲେ ଇଭିଏମ ବିରୋଧୀ ସ୍ଲୋଗାନ


Full View

ଏନଡିଟିଭି ଅନୁଯାୟୀ : ସୋମବାର ଦିନ ମତଦାନ ଚାଲିଥିବା ବେଳେ ଇଭିଏମ ଉପରକୁ ସ୍ୟାହି ମାଡ଼କଲେ ବିଏସପି ନେତା


ଉପରୋକ୍ତ ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ଆମେ ନିଷ୍କର୍ସ ରେ ପହଁଞ୍ଚିଛୁଯେ ବିଏସପି କର୍ମୀ ସୁନୀଲ ଖାମ୍ବେ ୨୦୧୯ ରେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ମତଦାନ ବୁଥରେ ଇଭିଏମ ଉପରେ ସ୍ୟାହି  ପକାଇଥିଲେ ଏବଂ ଏହି ଘଟଣା ୨୦୨୪ ସାଧାରଣ ନିର୍ବାଚନ ସହ ଜଡିତ ନୁହେଁ ।

Claim :  ଇଭିଏମ୍ ଉପରେ ସ୍ୟାହି ପକାଉଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଟିର ୨୦୨୪ ନିର୍ବାଚନ ସହ ନାହିଁ କୌଣସି ସାମଞ୍ଜସ୍ୟ
Claimed By :  Social Media Users
Fact Check :  False
Tags:    

Similar News