ଫ୍ୟାକ୍ଟ ଚେକ୍: ଖେସାରି ଲାଲଙ୍କ ବକ୍ତବ୍ୟକୁ ଭୁଲ ଦାବିସହ ସେୟାର କରାଯାଉଛି

Update: 2025-11-20 16:41 GMT


ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର । 10 ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ରେକର୍ଡ କରିଛନ୍ତି ନୀତିଶ । ଏହା ସହ ସେ ବିହାରର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର । 10 ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ରେକର୍ଡ କରିଛନ୍ତି ନୀତିଶ । ଏହା ସହ ସେ ବିହାରର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହପରି ବିଜୟ କୁମାର ଚୌଧୁରୀ, ମଙ୍ଗଲ ପାଣ୍ଡେ, ଦିଲୀପ ଜୟସ୍ବାଲ, ଅଶୋକ ଚୌଧୁରୀ, ଶ୍ରବଣ କୁମାର ଓ ବିଜେନ୍ଦ୍ର ପ୍ରସାଦ ଯାଦବ ବିହାର କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ପରେ ଲେଶୀ ସିଂ, ମଦନ ସିହ୍ନା, ନୀତିନ ନବୀନ, ରାମ କୃପାଲ ଯାଦବ, ସନ୍ତୋଷ କୁମାର ସୁମନ ଓ ସୁନିଲ କୁମାର, ବିହାର କ୍ୟାବିନେଟରେ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ HAM(S)କୁ ଗୋଟିଏ ମନ୍ତ୍ରୀପଦ ମଳିବ ବୋଲି ଆଶା କରାଯାଉଥିଲା । HAM(S) ସନ୍ତୋଷ କୁମାର ସୁମନ ବିହାର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।


ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଆରଜେଡି ନେତାଙ୍କୁ ଅହଙ୍କାରୀ ବୋଲି ଦାବି କରିଛନ୍ତି ୟୁଜର୍ସ । ବ୍ରହ୍ମାଙ୍କ ଲେଖନିକୁ ମଧ୍ୟ ନିଜେ ବଦଳାଇ ଦେଇପାରିବ ବୋଲି ଦାବି କରୁଥିବା ବ୍ୟକ୍ତି ଆଜି ନିଜେ ନିର୍ବାଚନ ହାରିଯାଇଛି ବୋଲି ଲେଖିଛନ୍ତି ୟୁଜର୍ସ । ଭାଇରାଲ ଭିଡିଓରେ ଆରଜେଡି ନେତା ଖେସାରି ଲାଲ ବ୍ରହ୍ମାଙ୍କ ଲେଖନିକୁ ମଧ୍ୟ ବଦଳାଇଲାରିବେ ବୋଲି କହୁଥିବାଇ ଶୁଣିବାକୁ ମିଳିଛି ।

ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ବ୍ରହ୍ମାଙ୍କ ଲେଖନି ବଦଳାଇ ପାରିବେ ବୋଲି ଖେସାରି ଯାଦବ ନିଜପାଇଁ ନୁହେଁ, ଦିନେସ ଲାଲ ଯାଦବଙ୍କୁ ଆକ୍ଷେପ କରି କହିଥିଲେ ।

ଭାଇରାଲ ଭିଡିଓର ତଦନ୍ତ କରିବାକୁଯାଇ ଅନୁସନ୍ଧାନ କରିବାରୁ ଖେସାରି ଲାଲ ଏଭଳି କହିଥିବା କୌଣସି ସୂଚନା ପାଇନଥିଲୁ । ଯଦି ଖେସାରି ନିଜକୁ ଏଭଳି କହିଥାନ୍ତେ ତେବେ କୌଣସି ନା କୌଣସି ଗଣମାଧ୍ୟମ ନିଶ୍ଚିତ ପ୍ରକାଶ କିମ୍ବା ପ୍ରସାରିତ କରିଥାନ୍ତେ । ନଚେତ ପ୍ରତିପକ୍ଷ ପ୍ରତିଦ୍ବନ୍ଦି ତାଙ୍କୁ ନିଶ୍ଚିତ କଟାକ୍ଷ କରିଥାନ୍ତେ ।

ତେବେ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବାର କିଛି ଭିଡିଓ ହସ୍ତଗତ ହୋଇଥିଲା ।

ରୋହିତ ବାବୁ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଏକ ଭିଡିଓ ନିଜ ଆକାଉଣ୍ଟ ଅପଲୋଡ କରିଥିବା ବେଳେ ଉକ୍ତ ଭିଡିଓଟିରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓଟି ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ନିର୍ବାଚନ ର ହୋଇଥିବା ବେଳେ ଏହା ହରିସିଦ୍ଧି ନିର୍ବାଚନ ମଣ୍ଡଳୀର ଘଟଣା ବୋଲି ଦେଖିବାକୁ ମିଳିଥିଲା ।



ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ମେଳ ଖାଉଥିବାର ଦେଖିବାକୁ ମିଳିଥିଲା ।

ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ ଏକ ଫେସବୁକ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା । ଦବଙ୍ଗ ଷ୍ଟେଜ ସୋ ନାମକ ଏକ ଫେସବୁକ ପେଜ୍ ଉକ୍ତ ଭିଡିଓଟିକୁ ଅପଲୋଡ଼ କରିଥିବାର ଦେଖିବାକୁ ପାଇଥିଲୁ ।

ଉକ୍ତ ଭିଡିଓରେ ଖେସାରିଲାଲ ଭାଷଣ ଦେଇ କହିଛନ୍ତି, ନିର୍ବାଚନ ସମୟରେ ଆମ ଦିନେସ ଭାଇ କହିଥିଲେ: " ମତେ ହରାଇ ପାରିବା ଭଳି କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ଜନ୍ମହିଁ ହୋଇନାହିଁ । ଦିନେସ ଏହା ମଧ୍ୟ କହିଥିଲେ ଯେ, ସିଏ ବ୍ରହ୍ମା ଲେଖିଥିବା ଲେଖନିକୁ ମଧ୍ୟ ଲିଭାଇ ଦେଇପାରିବେ । ଆଉ ଏକ ନାରାବାଜି ହେଉଥିଲା ଯିଏ ରାମଙ୍କୁ ଆଣିବ ଆମେ ତାଙ୍କୁ ଆଣିବୁ । ଆରେ ଭାଇ ତୁମ ଔକାଦ କଣଯେ ତୁମେ ରାମଙ୍କୁ ଆଣିବ ।

ଉକ୍ତ ଭିଡିଓ ଦେଖି ଏହା ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଦାବିଟି ବିଭ୍ରାନ୍ତିକର ଅଟେ । ବ୍ରହ୍ମାଙ୍କ ଲେଖନି କୁ ମଧ୍ୟ ବଦଳାଇପାରିବେ ବୋଲି ଖେସାରି ଲାଲ ନିଜ ପାଇଁ ନୁହେଁ ଦିନେସଙ୍କୁ ଆକ୍ଷେପ କରି କହିଥିଲେ ।

ପ୍ରକୃତରେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିରୁଆରେ ଏହି ବକ୍ତବ୍ୟ ପାଇଁ ବହୁଳ ଭାବରେ ଚର୍ଚ୍ଚାରେ ଥିଲେ । ସେସମୟରେ ଏକ ଟିଭି ଚ୍ୟାନେଲ ସହିତ ଏକ ସାକ୍ଷାତକାରରେ ସିଏ କହିଥିଲେ, "ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି ହୋଇଥିବାରୁ ମୋତେ ପରାସ୍ତ କରିପାରିବା ଭଳି କେହି ଜନ୍ମ ହୋଇନାହାଁନ୍ତି। ମୋର ବିଚାରଧାରା ସ୍ୱାଧୀନ, ମୁଁ କାହାର ଦାସ ନୁହେଁ। ପରେପରେ ରାମଧାରୀ ସିଂହ ଦିନକରଙ୍କ ଏକ କବିତା ପାଠ କରି କହିଥିଲେ, "ଯଦି ମୋର ନିଜସ୍ୱ ଚିନ୍ତାଧାରା ଳ ଥାଏ, ତେବେ ମୁଁ ପରମେଶ୍ୱର ଯାହା ଲେଖିଛନ୍ତି ତାହା ମଧ୍ୟ ଲିଭାଇ ପାରିବି।"

ଖେସାରି ଲାଲ ତାଙ୍କ ଭାଷଣରେ ଏହି ସମାନ ବକ୍ତବ୍ୟକୁ ପୁନରାବୃତ୍ତି କରି ନିରୁଆରେ ଦିନେଶଙ୍କୁ ତାଚ୍ଛଲ୍ୟ କରିଥିଲେ, କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ଭିଡିଓକୁ ଏଡିଟ କରି ବିଭ୍ରାନ୍ତିକର ଦାବି ସହ ସେୟାର କରାଯାଇଛି । 

Claim :  ବ୍ରହ୍ମାଙ୍କ ଲେଖନିକୁ ମଧ୍ୟ ନିଜେ ବଦଳାଇ ଦେଇପାରିବ ବୋଲି ଦାବି କରୁଥିବା ଖେସାରି ଆଜି ନିଜେ ନିର୍ବାଚନ ହାରିଯାଇଛି ।
Claimed By :  Social Media User
Fact Check :  Unknown
Tags:    

Similar News