ରାତି ଅଧରେ ବୁଲୁଛି କଲରାପତରିଆ ବାଘ, ଭୁବନେଶ୍ୱର ନୁହେଁ ଏହା ବେଙ୍ଗାଲୁରୁ ବିଶ୍ୱ ବିଦ୍ୟାଳୟ ନିକଟର ଦୃଶ୍ୟ

ବିଳମ୍ବିତ ରାତିରେ ଘୁରିବୁଲୁଚି କଲରାପତରିଆ ବାଘ, ତାହା ଫୁଣି ଭୁବନେଶ୍ୱର ଚନ୍ଦକା ସଂରକ୍ଷିତ ନିକଟରେ ଥିବା ଏକ ଘରୋଇ ମେଡିକାଲ ନିକଟରେ ।

Update: 2024-01-30 09:19 GMT

ବିଳମ୍ବିତ ରାତିରେ ଘୁରିବୁଲୁଚି କଲରାପତରିଆ ବାଘ, ତାହା ଫୁଣି ଭୁବନେଶ୍ୱର ଚନ୍ଦକା ସଂରକ୍ଷିତ ନିକଟରେ ଥିବା ଏକ ଘରୋଇ ମେଡିକାଲ ନିକଟରେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସୋସିଆଲ ମିଡିଆ ନୁହେଁ କିଛି ଡିଜିଟାଲ କ୍ରିଏଟର ଏବଂ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ର ସୋସିଆଲ ମିଡିଆ ପେଜ ରେ ଏହି ଭିଡ଼ିଓ ସ୍ଥାନ ପାଇଛି । ହସ୍ପିଟାଲ ଟି ଚନ୍ଦକା ସଂରକ୍ଷିତ ଅଞ୍ଚଳର ନିକଟରେ ହୋଇଥିବାରୁ ଲୋକେ ଏହି ଭିଡ଼ିଓ କୁ ଖୁବଶୀଘ୍ର ଗ୍ରହଣ କରି ନେଉଛନ୍ତି । 


Full View


Full View


Full View

ସତ୍ୟାସତ୍ୟ :

ଭାଇରାଲ ହେଉଥିବା ଭିଡ଼ିଓ ଟି ଭୁବନେଶ୍ୱର ନୁହେଁ ବରଂ ବାଙ୍ଗାଲୋର ଅଞ୍ଚଳର । ଯାହାକି ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଗତ ବର୍ଷ ପ୍ରସାରିତ ହୋଇ ସାରିଛି । 

ଓଡ଼ିଶାର ଜଣେ ବରିଷ୍ଠ ଆଇଟି ଏକ୍ସପର୍ଟ ପ୍ରଶାନ୍ତ ସାହୁ ତାଙ୍କ ଟ୍ୱିଟର ଆକାଉଣ୍ଟ ରେ ଏହି ଭିଡ଼ିଓକୁ ପୋଷ୍ଟ କରି ଲେଖିଛନ୍ତି " ଏହା ହେଉଛି ଏକ ଫେକ୍ ଭିଡ଼ିଓ ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥାନ୍ତା, କିନ୍ତୁ ଏଭଳି କୌଣସି ଘଟଣା ଘଟିନାହିଁ ତେଣୁ ନିଶ୍ଚିତ ଭାବରେ ଏହା ଭୁବନେଶ୍ୱର ଅଞ୍ଚଳର ନୁହେଁ ।

ଆମ ଓଡ଼ିଆ ଫ୍ୟାକ୍ଟଚେକ୍ ଟିମ୍ ସହ ଶ୍ରୀ ସାହୁଙ୍କ ଆଲୋଚନା ଅନୁଯାୟୀ ସିଏ କହିଛନ୍ତି " ଏଭଳି ଭିଡ଼ିଓ କୁ ନ ଜାଣି ସମସ୍ତଙ୍କୁ ପଠାଇବା ଅନୁଚିତ୍, ସ୍ଥାନୀୟ ଅଞ୍ଚଳରେ ଏଭଳି ଭିଡ଼ିଓ ହେତୁ ଭୟର ବାତାବରଣ ସୃଷ୍ଟି ହୋଇପାରେ । ତେଣୁ ନିଜେ ନ ପରଖି ଏଭଳି ଭିଡ଼ିଓ କୁ ସମସ୍ତଙ୍କ ପାଖକୁ ପଠାଇବା କିମ୍ବା ସୋସିଆଲ ମିଡିଆରେ ଅପଲୋଡ଼ କରିବା ଅନୁଚିତ୍ " ।


ଏନଡିଟିଭି ରେ ପ୍ରସାରିତ ଖବର ଅନୁଯାୟୀ : ଭିଡ଼ିଓ ଟି ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ତାସହ ଏକ ନୋଟିସ ମଧ୍ୟ ଦେଖାଦେଇଛି ଯେଉଁଥିରେ ଲେଖା ହୋଇଛି " କଲେଜ କ୍ୟାମ୍ପସ ପ୍ରାଙ୍ଗଣ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖା ଦେଇଛି, ତେଣୁ ରାତିରେ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ । 

ସେହିପରି ଟାଇମ୍ସନାଓ ନିଜର ୟୁଟ୍ୟୁବ ଚାନେଲ ରେ ଏହି ଭିଡ଼ିଓ ଟି ପ୍ରସାରିତ କରି କଲେଜ କ୍ୟାମ୍ପସ ପ୍ରାଙ୍ଗଣ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବାର କ୍ୟାପସନ ଦେଇଛି ।

ସତ୍ୟାସତ୍ୟ : ଉପୋରକ୍ତ ସୂଚନା ଅନୁଯାୟୀ ଜଣାଯାଉଛି ଯେ ଏହି ଭିଡ଼ିଓ ଭୁବନେଶ୍ୱର ଅଞ୍ଚଳର ନୁହେଁ ବରଂ ଗତବର୍ଷ କଏଦ ହୋଇଥିବା ବେଙ୍ଗାଲୁର ବିଶ୍ୱବିଦ୍ୟାଳୟ ଅଞ୍ଚଳର । 

Claim :  Viral video showing a leopard moving in the night is from Bengaluru University.
Claimed By :  Facebook User
Fact Check :  Misleading
Tags:    

Similar News