ଭାଇରାଲ ହେଉଛି ଭାରତୀୟ ଡାକସେବାର ଅନଲାଇନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଯାହାକି ସମ୍ପୂର୍ଣ୍ଣ ଫେକ୍

ଭାରତୀୟ ଡାକସେବା ଅରମ୍ଭ କରିଛି ଅନଲାଇନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଯେଉଁଥିରେ ଭାଗ ନେଇ ଆପଣ ପାଇପାରିବେ ' ଭାରତୀ ଡାକସେବା ଜାତୀୟ ରିହାତି ' ।

Update: 2024-03-05 07:33 GMT


ଭାରତୀୟ ଡାକସେବା ଅରମ୍ଭ କରିଛି ଅନଲାଇନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଯେଉଁଥିରେ ଭାଗ ନେଇ ଆପଣ ପାଇପାରିବେ ' ଭାରତୀ ଡାକସେବା ଜାତୀୟ ରିହାତି ' ।

ତଳେ ଦିଆଯାଇଥିବା ଫଟୋ ରେ ସୂଚନା ରହିଛି

ଭାରତୀୟ ଡାକସେବା ଜାତୀୟ ରିହାତି ବ୍ୟବସ୍ଥା

ଅଭିନନ୍ଦନ, ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗନେଇ ଜିତି ପାରିବେ ୬୫.୪୦୨.୪୦ ଟଙ୍କାଏବଂ ଏଥିରେ ଆସୁଛି କିଛି ପ୍ରଶ୍ନ ଯେପରିକି ଆପଣ ଜାଣିଛନ୍ତି କି ଭାରତୀୟ ଡାକସେବା କଣ ? ହଁ / ନା ଉତ୍ତର ଦେବା ପରେ ଆରମ୍ଭ ହୋଇଥାଏ ଆଉ ନୂଆଁ ପ୍ରଶ୍ନ

ଏବଂ ଶେଷରେ ଆସିଥାଏ ଏକ ଅଭିନନ୍ଦନ ବାର୍ତ୍ତା, ଯେଉଁଥିରେ ଉଲ୍ଲେଖ ରହିଥାଏ ନିଜର ସମ୍ପୂର୍ଣ୍ଣ ପରିଚୟ, ଦେବା ସହ ଏହି କାର୍ଯ୍ୟକ୍ରମ କୁ ୨୦ ଟି ବ୍ୟକ୍ତିଙ୍କ ପାଖକୁ ପଠାନ୍ତୁ କିମ୍ବା ୫ ଟି ଗ୍ରୁପ ରେ ସେୟାର କରନ୍ତୁ । ଆପଣଙ୍କ ପାଖକୁ ୫ ରୁ ୭ ଦିନ ମଧ୍ୟରେ ଉପହାର ଆସି ପହଁଚିଯିବ ।



ସତ୍ୟାସତ୍ୟ : ଭାରତୀୟ ଡାକସେବା ର ସୋସିଆଲ ମିଡିଆ ପୋଷ୍ଟ ରୁ ଜଣାପଡିଛି ଯେ ଏହା ଏକ ଫେକ୍ ଲିଙ୍କ ବାରମ୍ବାର ଏହି ଲିଙ୍କ ସେୟାର ହେବା ଫଳରେ ବାରମ୍ବାର ଠକାମୀର ଶିକାର ହୋଇଥାନ୍ତି ସାଧାରଣ ଲୋକେ । ଜନତାଙ୍କୁ ସତର୍କ କରିବାକୁ ଯାଇ ନିଜ ଏକ୍ସ ଆକାଉଣ୍ଟ ( ପୂର୍ବରୁ ଟ୍ୱିଟର କୁହାଯାଉଥିବା ) ରେ ଫେବ୍ରୁଆରୀ୨୮. ୨୦୨୪ ରେ ଏକ ପୋଷ୍ଟ କରିଛି । ଯେଉଁଥିରେ ଏହି ଲିଙ୍କ ନେଇ ସୂଚନା ରହିଛି । ଏହି ଲିଙ୍କ ସହ ଭାରତୀୟ ଡାକସେବାର କୌଣସି ଲିଙ୍କ ନାହିଁ ହୋଲି ସୂଚନା ଦେଇଛି ଡାକସେବା ।

ଏପରିକି ଏଭଳି ଲିଙ୍କ ରେ ନିଜର କୌଣସି ବ୍ୟକ୍ତିଗତ ପରିଚୟ ପତ୍ର କିମ୍ବା ତଥ୍ୟ ନଦେବାକୁ ସତର୍କ ମଧ୍ୟ କରାଯାଇଛି

 


ଭାଇରାଲ ହେଉଥିବା ଲିଙ୍କ କୁ ଯଦି ଆପଣ ତନଖି ଦେଖିବେ ତାହା .buzz ରେ ସମାପ୍ତ ହେଉଛି ହେଲେ ସମସ୍ତ ସରକାରୀ ୱେବସାଇଟ .gov.in ରେ ସମାପ୍ତ ହୋଇଥାଏ ।

ସେହିପରି ଲିଙ୍କ ଟି Indiapost.gov.in ରୁ ଆରମ୍ଭ ମଧ୍ୟ ହେଉ ନାହିଁ ।

ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାପଡେ ଯେ ଏହି ଫଟୋଟିକୁ ପିଆଇବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡଡିଆ ଆକାଉଣ୍ଟ ରେ ୨୦୨୪ ମସିହା ୨ମାର୍ଚ୍ଚ ରେ ପୋଷ୍ଟ କରି ଏହି ଲିଙ୍କ ଠାରୁ ଦୂରେଇ ରହିବାକୁ ଜନ ସାଧାରଣ ଙ୍କୁ ସତର୍କ କରାଇଛି ।ଏହା ଏକ ସ୍କାମ ଏହି ଲିଙ୍କ ସହ ଡାକସେବାର କୌଣସି ସମ୍ବନ୍ଧ ନାହିଁ ବୋଲି ମଧ୍ୟ ପୋଷ୍ଟ ରେ ସୂଚନା ରହିଛି ।



ଢେଙ୍କାନାଳ ଅପଡେଟ୍ ନାମକ ଗୋଟିଏ ଡିଜିଟାଲ ମିଡିଆରେ ମଧ୍ୟ ଏନେଇ ଖବର ପ୍ରସାରଣ କରାଯାଇଛି । ପ୍ରସାରିତ ଖବର ଅନୁଯାୟୀ ,ଏହି ଲକିଡ୍ର ଉଠାଣ ସମ୍ପୂର୍ଣ୍ଣ ଫେକ୍ ଏଭଳି ଲିଙ୍କ ଠାରୁ ଦୁରେଇ ରୁହନ୍ତୁ ।


ତେଣୁ ଉପୋରକ୍ତ ଅନୁସନ୍ଧାନ ଏବଂ ଖବର ପ୍ରସାରଣ ରୁ ଜଣାଯାଏ ଏହି ଲିଙ୍କ ସହ ଭାରତୀୟ ଡେକାସେବାର କୌଣସି ସମ୍ବନ୍ଧ ନାହିଁ , ଏହା ଏକ ଫେକ୍ ଲିଙ୍କ ।


Claim :  By answering questionnaires, you will have a chance to get Rs 65,402.40 from India Post
Claimed By :  Social Media Users
Fact Check :  False
Tags:    

Similar News