ମାଙ୍କଡ଼ ଯାଞ୍ଚ କରୁଛି ଅଫିସ୍ ର କାଗଜପତ୍ର, ହେଲେ ଭିଡିଓ ଟି ନୁହେଁ ଅଯୋଧ୍ୟା ର

ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପରେପରେ ସରଗରମ ହୋଇ ଉଠିଛି ଅଯୋଧ୍ୟା । ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହେତୁ ଟିଟିଡି ର କାର୍ଯ୍ୟଶୈଳୀ କୁ ଅନୁସରଣ କରୁଛି ରାମ୍ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ।

Update: 2024-02-02 07:00 GMT

ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପରେପରେ ସରଗରମ ହୋଇ ଉଠିଛି ଅଯୋଧ୍ୟା । ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହେତୁ ଟିଟିଡି ର କାର୍ଯ୍ୟଶୈଳୀ କୁ ଅନୁସରଣ କରୁଛି ରାମ୍ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ।

ପ୍ରାଣପ୍ରତିଷ୍ଠା ପରେପରେ ସୋସିଆଲ ମିଡିଆରେ ବହୁ ଗୁଜବ ସହ ମିଥ୍ୟା ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ମାଙ୍କଡ଼ ଟିଏ ଅଫିସ୍ ରେ ଫାଇଲ ଯାଞ୍ଚ କରୁଥିବା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କ ତେଲୁଗୁ ଭାଷାରେ କିଛି ପୋଷ୍ଟ କରିଛନ୍ତି ଯେଉଁଥିରୁ ଜଣାଯାଏ ଯେ " ଅଯୋଧ୍ୟା ରାମ ମନ୍ଦିର ସ୍ୱୀକୃତି ପ୍ରାପ୍ତ କିମ୍ବା ନୁହେଁ ଏହି ମାଙ୍କଡ଼ ଟି ଯାଞ୍ଚ କରୁଛି । "


Full View

 


Full View


Full View


ସତ୍ୟାସତ୍ୟ :

ତେବେ ସୂଚନା ରେ ନାହିଁ କୌଣସି ସତ୍ୟାସତ୍ୟ, ଭିଡିଓ ଟି ବହୁ ପୁରୁଣା ହୋଇଥିବା ବେଳେ ଏହା ଅଯୋଧ୍ୟା ର ନୁହେଁ ବୋଲି ଜଣାଯାଇଛି ।

ୟୁଟ୍ୟୁବ ରେ ଏହି ଭିଡିଓ ଟି ଅକ୍ଟୋବର ୨୦୨୩ ରେ ଅପଲୋଡ଼ ହୋଇଛି ଯେଉଁଥିରେ ଉଲ୍ଲେଖ ରହିଛି ଏହା ବନାରସ ର ଏବଂ ମାଙ୍କଡ଼ ଟି ଏକ ସରକାରୀ କାର୍ଯ୍ୟାଳୟ ରେ ପସି ଆସିଛି ।


Full View

 

ଇଣ୍ଡିଆଟୁଡେ ରେ ପ୍ରସାରିତ ଖବର ଅନୁଯାୟୀ ,ଉତ୍ତରପ୍ରଦେଶ ର ସାହାରନପୁର ଅଞ୍ଚଳର ଯେଉଁଥିରେ ମାଙ୍କଡ଼ ଟିଏ ଗୋଟିଏ ଟେବୁଲ ଉପରେ ବସି ଅଫିସ୍ ପେପର ସବୁ ଆଡ଼ାଉଛି । ଭିଡିଓ ରେ ଥିବା କିଛି ବ୍ୟକ୍ତି ମାଙ୍କଡ଼କୁ କଦଳୀ ମଧ୍ୟ ଦେଉଛନ୍ତି ହେଲେ ମାଙ୍କଡ଼ଟି ନେଉଁନାହିଁ ।

ଏହା ମଧ୍ୟ ଗୁଜବ ରହିଛି ଯେ , ଏହା ବେହତ ତହସିଲ ଅଞ୍ଚଳର । ମାଙ୍କଡ଼ ଟି ଏକ ସରକାରୀ ଏଜେନ୍ସି ମଧ୍ୟ କୁ ପସି ଆସିଛି । ହେଲେ ସହାରନପୁର ଏଡିଏମ ଦୀପକ କୁମାର ଙ୍କ ସୂଚନା ଅନୁଯାୟୀ ,ଏହା କୌଣସି ସରକାରୀ କାର୍ଯ୍ୟାଳୟର ନୁହେଁ । ବେହତ ତହସିଲ ଅଞ୍ଚଳରେ ଥିବା ଜଣେ ଆଇନଜୀବୀଙ୍କ କାର୍ଯ୍ୟାଳୟ ର । ତାଙ୍କ ସୂଚନା ଅନୁଯାୟୀ ମାଙ୍କଡଟି ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ଆସୁଥିବା ରୁ ଵନ ବିଭାଗ ଏବଂ ପୋଲିସ କୁ ଏନେଇ ସୂଚନା ଦିଆଯାଇଛି ।

ନିୟୁଜ ୧୮ ରେ ପ୍ରସାରିତ ଖବର ଅନୁଯାୟୀ ଘଟଣା ଟି ଉତ୍ତରପ୍ରଦେଶ ର ସାହାରନପୁର ଅଞ୍ଚଳର ଯାହାକି ଅକ୍ଟୋବର ମାସ ୨୦୨୩ ମସିହାରେ କଏଦ ହୋଇଛି ।

ଏଥିରୁ ଜଣାଯାଏ ଯେ , ଭିଡଓ ଟି ଚଳିତ ବର୍ଷର ନୁହେଁ କିମ୍ବା ଅଯୋଧ୍ୟା ରାମ୍ ମନ୍ଦିରର ନୁହେଁ, ବରଂ ଭିଡିଓ ଟି ବହୁପୁରାତନ ଏବଂ ସହାରନପୁରର ଜଣେ  ଆଇନଜୀବୀଙ୍କ କାର୍ଯ୍ୟାଳୟର ।

Claim :  A monkey is checking the registration files in Ayodhya to know if the Ram Temple is registered or not
Claimed By :  Facebook User
Fact Check :  False
Tags:    

Similar News