ସୋସିଆଲ ମିଡିଆରେ ଘୁରି ବୁଲୁଛି ଫେକ୍ ନୋଟିସ, ଜିମେଲ ବନ୍ଦ୍ କରିବାକୁ ଯାଉଛି ଗୁଗୁଲ

୨୦୨୪ ମସିହା ଅଗଷ୍ଟ-୧ ରୁ ଗୁଗୁଲ ବନ୍ଦ କରିବାକୁ ଯାଉଛି ଗୁଗୁଲ, ଏଭଳି ଏକ ଇମେଲ ନୋଟିସ ର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Update: 2024-02-29 12:26 GMT

 ୨୦୨୪ ମସିହା ଅଗଷ୍ଟ-୧ ରୁ ଗୁଗୁଲ ବନ୍ଦ କରିବାକୁ ଯାଉଛି ଗୁଗୁଲ, ଏଭଳି ଏକ ଇମେଲ ନୋଟିସ ର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଭଳି ନୋଟିସ ପାଇ ଚିନ୍ତାରେ ଜିମେଲ ବ୍ୟବହାର କାରି, ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ପୋଷ୍ଟ କରି ନିଜର ଦୁଃଖ ଜଣାଇଛନ୍ତି ।





ସତ୍ୟାସତ୍ୟ : ଏହି ଘଟଣା ରେ ନାହିଁ କୌଣସି ସତ୍ୟାସତ୍ୟ । ନିଜର ଏଚଟିଏମଏଲ ଭିୟୁ କୁ ବନ୍ଦ କରିବାକୁ ଯାଉଥିବା ଗୁଗୁଲ ନୋଟିସ କୁ ଏଡିଟିଙ୍ଗ କରାଯାଇ ଏଭଳି ମିଛ ଖବର ପ୍ରସାରଣ କରାଯାଇଛି ।

୨୦୨୪ ରୁ ଆଉ ମିଳିବନି ଏଚଟିଏମଏଲ ଭିୟୁ । ଯାହାକୁ ପୁରୁଣା କ୍ରୋମ ବ୍ୟବହାର କାରୀ ଏବଂ ନିମ୍ନ ମାନର ଇଣ୍ଟରନେଟ ଥିବା ବ୍ୟକ୍ତିଙ୍କ ପାଇଁ ଥିଲା ଉପଯୋଗୀ । ତେବେ ଏହାକୁ ଗୁଗୁଲ ବନ୍ଦ କରିବାକୁ ଏକ ଇମେଲ ଯୋଗେ ସୂଚନା ଦେଇଛି । 

ସୂଚନା : ଏଚଟିଏମଏଲ ଭିୟୁ ରୁ ଗୁଗୁଲ ଏବେ ଅତ୍ୟାଧିକ ଉଚ୍ଚ ମାନର ସେବା ଯୋଗାଇବାକୁ ଯାଉଛି ।

ଜିମେଲ ନେଇ ଫେକ୍ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜ ସୋସିଆଲ ମିଡିଆରେ ଜିମେଲ ରଖିଛି ନିଜ ମତ ।


Full View

ଏନଡିଟିଭି ରେ ପ୍ରସାରିତ ଖବର ଅନୁଯାୟୀ " ଜିମେଲ ବନ୍ଦ ହେବାକୁ ଯାଉଥିବା ଇମେଲ ଫଟୋ ଟି ସମ୍ପୂର୍ଣ୍ଣ ଭୁଲ୍ "

ଏବିପି ଲାଇଭ ରେ ପ୍ରସାରିତ ଖବର ଅନୁଯାୟୀ " ଏକ୍ସରେ ପୋଷ୍ଟ ହେଉଥିବା ଜିମେଲ ର ଖବରଟିରେ କୌଣସି ସତ୍ୟାସତ୍ୟ ନାହିଁ, ଯାହାକୁ ଗୁଗୁଲ ନିଜେ ପ୍ରତ୍ୟାଖ୍ୟାନ କରିଛି " ।

ଜିମେଲ ବନ୍ଦ କରିବା ଖବରକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ଖବର ପ୍ରସାରଣ କରିଛି ବିବିସି ।

ଟାଇମ୍ସ ଅଫ ଇଣ୍ଡିଆ ମଧ୍ୟ ଏନେଇ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ଉଲ୍ଲେଖ ରହିଛି " ଜିମେଲ ବନ୍ଦ କରିବା ଖବରକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ " ।

ତେଣୁ ଏହି ଇମେଲ ସ୍କ୍ରିନସଟ ଟି ସମ୍ପୂର୍ଣ୍ଣ ଭୁଲ୍ । ଏଚଟିଏମଏଲ ଭିୟୁ କୁ ବନ୍ଦ କରିବାକୁ ଯାଉଥିବା ଗୁଗୁଲର ଇମେଲ କୁ ଏଡିଟିଙ୍ଗ କରି ଏଭଳି ଭୁଲ୍ ଖବର ପ୍ରଚାର କରାଯାଇଛି ।



Claim :  Email message on Google sunsetting Gmail is hoax
Claimed By :  Social Media Users
Fact Check :  False
Tags:    

Similar News