ଦୈନିକ ଭାସ୍କର ନାଁରେ ଫେକ୍ ପୋଲ୍ ସର୍ଭେ ହେଲା ଭାଇରାଲ, ଇଣ୍ଡିଆ ମେଣ୍ଟ ଅତିକ୍ରମ କରିବ ୨୦୦ ସିଟ୍

Update: 2024-05-04 13:49 GMT


ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଫେକ୍ ସୂଚନା ସେୟାର କରାଯାଉଛି । ଦୈନିକ ଭାସ୍କର ର ଲୋଗୋ ଥାଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସର୍ଭେ ରିପୋର୍ଟ ପ୍ରସାରିତ ହୋଇଛି । ଯାହାକୁ ବିଭିନ୍ନ ସୋସିଆଲ ମିଡିଆରେ ୟୁଜର୍ସ ନିଜ ମତାମତ ଦେଇ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଫଟୋଟିକୁ ସେୟାର କରି ୟୁଜର୍ସ ଲେଖିଛନ୍ତି ,ଦୈନିକ ଭାସ୍କର- ନେଲସନ ସର୍ଭେ: ୧୦ ଟି ରାଜ୍ୟରେ, ଇଣ୍ଡିଆ ମେଣ୍ଟ ଆଗୁଆ ଅଛି ଏବଂ ଏହା ୨୦୦ ଅତିକ୍ରମ କରିପାରେ । ବିଜେପି ର ଭୋଟ ମୋଦିଙ୍କ ଭାବ ମୂର୍ତ୍ତିକୁ ରକ୍ଷା କରିବାକୁ ପର୍ଯ୍ୟନ୍ତ ନୁହେଁ । ବିହାର, ବେଙ୍ଗଲ, ମହାରାଷ୍ଟ୍ର ରେ ଏନଡିଏ ସଫା ହୋଇଯିବ। କେବଳ ଜନସାଧାରଣ ନୁହେଁ କିଛି ରାଜନେତା ମଧ୍ୟ ଏହି ପୋଷ୍ଟ ଟିକୁ ସେୟାର କରିଛନ୍ତି ।





ସତ୍ୟାସତ୍ୟ : ଭାଇରାଲ ହେଇଥିବା ଖବର କାଗଜ କପିଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଏଭଳି କୌଣସି ସର୍ଭେ ରିପୋର୍ଟ ପ୍ରକାଶ କରିନାହିଁ ଦୈନିକ ଭାସ୍କର ଖବର କାଗଜ ।


ଯେତେବେଳେ ଆମେ ୧୩ ଏପ୍ରିଲ୍ ଦୈନିକ ଭାସ୍କର ଭୋପାଳ ସଂସ୍କରଣ ସନ୍ଧାନ କରିଥିଲୁ, ସେତେବେଳେ ଆମେ ସେହି ନିର୍ଦ୍ଦିଷ୍ଟ ପୃଷ୍ଠାରେ କୌଣସି ସର୍ଭେ ରିପୋର୍ଟ ପାଇନଥିଲୁ ।





ଗୁଗୁଲ୍ ରିଭର୍ସ ଇମେଜ୍ ସନ୍ଧାନ ଅନୁଯାୟୀ, ଅପ୍ରେଲ ୧୩. ୨୦୨୪ ରେ ଦୈନିକ ଭାସ୍କର ର ନିଜ ସୋସିଆଲ ମିଡ଼ିଆ ରେ ଏହି ଭାଇରାଲ ଫଟୋ ସେୟାର କରି ଉଲ୍ଲେଖ କରିଛି ଯେ " #FakeNews : यह सर्वे फेक है, जिसे कुछ असामाजिक तत्वों ने तैयार किया है... दैनिक भास्कर ऐसे किसी भी कंटेंट का दावा नहीं करता है... ऐसे लोगों पर सख्त कार्रवाई होनी चाहिए”

ଯାହାର ଓଡ଼ିଆ ଅନୁବାଦ କରି ଜଣାଯାଏଜେ " ଏହା ହେଉଛି ଏକ ଫେକ୍ ସର୍ଭେ, ଯାହାକୁ କିଛି ଅସାମାଜିକ ବ୍ୟକ୍ତି ଏଡିଟ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏଭଳି ବ୍ୟକ୍ତିଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ" ।



ଦୈନିକ ଜାଗରଣ ଡିଜିଟାଲ ର ରାଜସ୍ଥାନ ରାଜ୍ୟ ସମ୍ପାଦକ କିରଣ ରାଜପୁରୋହିତ ମଧ୍ୟ ଏହି କାଗଜ କ୍ଲିପକୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ,भास्कर के नाम से लोकसभा चुनाव का FAKE सर्वे वायरल:* सर्वे के नतीजों में I.N.D.I.A गठबंधन 10 राज्यों में आगे; जानिए पूरी सच्चाई 

ଏହାକୁ ଓଡ଼ିଆରେ ଅନୁବାଦ କରି ଜଣାଯାଏ ଯେ , ଭାସ୍କର ନାମରେ ଲୋକସଭା ନିର୍ବାଚନର ନକଲି ସର୍ଭେ ଭାଇରାଲ ହୋଇଛି: ସର୍ଭେ ଫଳାଫଳରେ ୧୦ଟି ରାଜ୍ୟରେ ଇଣ୍ଡିଆ ମେଣ୍ଟ ଆଗରେ ଅଛି; ହେଲେ ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ସତ୍ୟ ଖବର :




ଯେତେବେଳେ ଆମେ କିରଣ ରାଜ ପୁରୋହିତଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଲିଙ୍କକୁ କ୍ଲିକ୍ କଲୁ, ସେତେବେଳେ ଆମେ ଦୈନିକ ଭାସ୍କର ଦ୍ୱାରା ପ୍ରକାଶିତ ଏକ ବିସ୍ତୃତ ଆର୍ଟିକିଲ୍ ପାଇଲୁ ଯେଉଁଥିରେ ଭାଇରାଲ୍ ହେଇଥିବା ଖବର କାଗଜ ଟି ନକଲି ବୋଲି ଉଲ୍ଲେଖ ରହିଛି ।



 

ତେଣୁ, ଏହା ପ୍ରମାଣିତ ହୋଇଛି ଯେ ଭାଇରାଲ୍ ପେପର କ୍ଲିପ୍ ଟି ସମ୍ପୂର୍ଣ୍ଣ ଫେକ୍ଏ, ଏଭଳି କୌଣସି ସର୍ଭେ ରିପୋର୍ଟ ପ୍ରକାଶିତ କରି ନାହିଁ ଦୈନିକ ଭାସ୍କର ।  


Claim :  ଦୈନିକ ଭାସ୍କର- ନେଲସନ ସର୍ଭେ: ୧୦ ଟି ରାଜ୍ୟରେ, ଇଣ୍ଡିଆ ମେଣ୍ଟ ଆଗୁଆ ଅଛି ଏବଂ ଏହା ୨୦୦ ଅତିକ୍ରମ କରିପାରେ, ଏପରିକି ହିନ୍ଦୀ ପ୍ରିୟ ରାଜ୍ୟରେ ମଧ୍ୟ ମୋଦିଙ୍କ ଭାବମୂର୍ତ୍ତି ସୁରକ୍ଷା କରିବାକୁ ପର୍ଯ୍ୟାପ୍ତ ନୁହେଁ ଭାଜପା ଭୋଟ୍
Claimed By :  Social Media Users
Fact Check :  False
Tags:    

Similar News