ଫ୍ୟାକ୍ଟ ଚେକ୍: ନୀତିଶ ଏବଂ ଲାଲୁଙ୍କ ପୁରୁଣା ଫଟୋକୁ ବର୍ତ୍ତମାନର ଫଟୋ ଲେଖି କରାଯାଇଛି ସେୟାର
ବିହାର ବିଧାନସଭା ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ଏହାରି ଭିତରେ ଚାଲିଛି ଦଳଡିଆଁ ପର୍ବ । ପୂର୍ବତନ ସାଂସଦ ଏବଂ ଚାରିଥରର ବିଧାୟକ ସର୍ଫରାଜ ଆଲମ୍ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ୍ ପାର୍ଟିରେ ଯୋଗଦେଇଛନ୍ତି । ସେହିପରି ଆରଜେଡି ଛାଡ଼ିଥିବା ସଙ୍ଗୀତା କୁମାରୀ ବିଜେପିରେ ସାମିଲ ହୋଇଛନ୍ତି । ଯୋଗଦେବା ପରେ ସଙ୍ଗୀତାଙ୍କୁ ମୋହନିଆ ଆସନରୁ ଟିକେଟ୍ ଦେଇଛି ବିଜେପି । ଆରଜେଡିର ୪ଜଣ ପୂର୍ବତନ ବିଧାୟକଙ୍କୁ ଜେଡିୟୁ ଟିକେଟ୍ ଦେଇଛି । ଏହା ବ୍ୟତୀତ ଅନନ୍ତ ସିଂହଙ୍କୁ ପ୍ରାର୍ଥୀ କରିଛି ଜେଡିୟୁ । ଅନନ୍ତ ବର୍ତ୍ତମାନର ଆରଜେଡି ବିଧାୟକ ନୀଲମ ଦେବୀଙ୍କ ସ୍ୱାମୀ । ସେହିପରି ସିଦ୍ଧାର୍ଥ ସୌରଭ ବିଜେପି ଟିକେଟରେ ବିକ୍ରମରୁ ନିର୍ବାଚନ ଲଢ଼ୁଛନ୍ତି । ରାଷ୍ଟ୍ରୀୟ ଲୋକ ସମତା ପାର୍ଟି -ଆରଏଲଏସପି ଛାଡ଼ିଥିବା ସୁରଜ ଭାନ ସିଂଙ୍କ ପତ୍ନୀ ବିନା ଦେବୀଙ୍କୁ ମୋକାମାରୁ ଆରଜେଡି ପ୍ରାର୍ଥୀ ଘୋଷଣା କରିଛି ।
ଇତିମଧ୍ୟରେ ଏକ ରୋଚକ ଫଟୋ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକାଠିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋରେ ନୀତିଶ ଏବଂ ଲାଲୁ ଏକ ଫୁଲତୋଡା ଧରି ଫଟୋପୋଜ ଦେଉଥିବାର ଦେଖାଯାଇଛି ।
ଉକ୍ତ ଫଟୋଟି ବର୍ତ୍ତମାନ ଦିନର ବୋଲି ଦାବି କରିଛନ୍ତି ୟୁଜର୍ସ । ୨୦୨୫ ନିର୍ବାଚନରେ ନୀତିଶ ପୁଣି ଲାଲୁଙ୍କ ଆଡ଼କୁ ଢଳିବାକୁ ଯାଉଛନ୍ତି ବୋଲି ୟୁଜର୍ସ ଲେଖିଛନ୍ତି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଫଟୋଟି ଅନ୍ୟୁନ୍ୟ ୨୦୨୩ ମସିହାର, ୨୦୨୫ ବିହାର ନିର୍ବାଚନ ସହ ଉକ୍ତ ଫଟୋର କୌଣସି ସମ୍ପର୍କ ନାହିଁ ।
ଉକ୍ତ ଫଟୋର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ନିକଟ ଦିନରେ ନୀତିଶ ଏବଂ ଲାଲୁ ଭେଟାଭେଟି ହୋଇଥିବାର କୌଣସି ଖବର ପାଇ ନଥିଲୁ । ସେହିପରି ଉଭୟଙ୍କ ସୋସିଆଲ ମିଡିଆରେ ମଧ୍ୟ ଏଭଳି କୌଣସି ଫଟୋ ନିକଟ ଦିନରେ ପୋଷ୍ଟ ହୋଇନାହି । ଯଦି ଏଭଳି କୌଣସି ଭେଟ ହୋଇଥାନ୍ତା ତେବେ ଏହା ପ୍ରତ୍ୟକଟି ଗଣମାଧ୍ୟମରେ ନିଶ୍ଚିତଭାବେ ଏହି ଖବର ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ହେଉଥିବା ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କିଛି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କିଛି ଫଟୋ ହସ୍ତଗତ ହୋଇଥିଲା ।
ଯେଉଁଥିରେ ନୀତିଶ ଏବଂ ଲାଲୁଙ୍କ ଭାଇରାଲ ହେଉଥିବା ଫଟୋ ମଧ୍ୟ ସ୍ଥାନ ପାଇଥିଲା ।
୧୧ ଅପ୍ରେଲ ୨୦୨୩ରେ ଏକ ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ପହଞ୍ଚି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଥିରେ ସେମାନେ ୨୦୨୪ ସଂସଦୀୟ ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀ ଏକତାକୁ ମଜବୁତ କରିବା ପାଇଁ ପ୍ରୟାସ ମଧ୍ୟରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିବା ଜଣାପଡିଛି। ଶ୍ରୀ କୁମାରଙ୍କ ଉପ-ପ୍ରଧାନମନ୍ତ୍ରୀ ଏବଂ ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ୱୀ ଯାଦବ ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଏଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବା ଦିନ ଦୁଇ ବିହାର ରାଜନୀତିର ମହାନ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା।
୧୨ ଅପ୍ରେଲ ୨୦୨୩ରେ ଇଣ୍ଡିଆଟୁଡେ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଥିରେ ସେମାନେ ୨୦୨୪ ସଂସଦୀୟ ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀ ଏକତାକୁ ମଜବୁତ କରିବା ପ୍ରୟାସ ମଧ୍ୟରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିବା ଜଣାପଡିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଲାଲୁ ଯାଦବ ଏବଂ ନୀତିଶ କୁମାରଙ୍କ ଭାଇରାଲ ହେଉଥିବା ଫଟୋଟି ଅନ୍ୟୁନ୍ୟ ୨୦୨୩ ମସିହାର ଅଟେ । ତେଣୁ ଆଗକୁ ହେବାକୁ ଥିବା ୨୦୨୫ ବିହାର ନିର୍ବାଚନ ସହ ଉକ୍ତ ଫଟୋର କୌଣସି ସମ୍ପର୍କ ନାହିଁ ।