ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ ଖଡ଼ଗେ ରାହୁଲ ଏବଂ ତେଜସ୍ୱୀଙ୍କୁ ସମାଲୋଚନା କରି ନାହାନ୍ତି

Update: 2025-10-24 02:45 GMT


ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ ବିଧିବଦ୍ଧ ଭାବେ ଆସନ ବୁଝାମଣା ହୋଇପାରି ନାହିଁ। ମେଣ୍ଟର ଅଂଶୀଦାର ଦଳଗୁଡିକ ନିଜ ପସନ୍ଦ ମୁତାବକ ଆସନରେ ପ୍ରାର୍ଥୀ ଦେଇଛନ୍ତି । ପ୍ରସାରିତ ଖବର ଅନୁଯାୟୀ, ଆରଜେଡି ସର୍ବାଧିକ ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬୧ଟି ଆସନରେ ପ୍ରାର୍ଥୀ ଦେଇଛି। ବାମଦଳ ସିପିଆଇ-ଏମଏଲ୍, ସିପିଆଇ ଓ ସିପିଏମ୍ ୩୦ଟି ଏବଂ ମୁକେଶ ସୈନିଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୧୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏଥିରୁ ଜଣାପଡିଛି ଯେ ମହାମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ ୧୨ଟି ଆସନରେ ଲଢେଇ ହେବ। ଏପରି କି କଂଗ୍ରେସ ଓ ଆରଜେଡି ମଧ୍ୟରେ ୬ଟି ଆସନରେ ଲଢେଇ ହେବ ବୋଲି ଜଣାପଡିଛି। ସେହିପରି ସିପିଆଇ ଓ କଂଗ୍ରେସ ମଧ୍ୟରେ ୪ଟି ଆସନ ଓ ଭିଆଇପି ଓ ଆରଜେଡି ମଧ୍ୟରେ ୨ଟି ଆସନରେ ଲଢେଇ ହେବ। କଂଗ୍ରେସ ଓ ଆରଜେଡି ମଧ୍ୟରେ ଯେଉଁସବୁ ଆସନରେ ଲଢେଇ ହେବ ସେଗୁଡିକ ହେଲା ବୈଶାଳୀ, ସିକନ୍ଦ୍ରା, କହଲଗାଓଁ, ସୁଲତାନଗଞ୍ଜ, ନରକାଟିଆଗଞ୍ଜ ଓ ୱାରସାଲିଗଞ୍ଜ।

ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱି ଜାଦବଙ୍କୁ କଟାକ୍ଷ କରୁଥିବାର ଶୁଣିବାକୁ ମିଳିଛି ।

ଯଦି ଆପଣ ସତର୍କ ନ ରହିବେ ତେବେ ରାହୁଲ ଜୀ ଏବଂ ତେଜସ୍ୱି ଯାଦବ ଆପଣଙ୍କୁ ବୁଡାଇଦେବେ ବୋଲି କହିଥିବାର ଜଣାଯାଇଛି । ଯାହାକି ବିହାର ନିର୍ବାଚନ ସହ ଯୋଡ଼ିଛନ୍ତି ୟୁଜର୍ସ । ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, ଜାହେଉ ଖଡ଼ଗେ ଲୋକଙ୍କୁ ଆଗୁଆ ସଚେତନ କରିଦେଉଛନ୍ତି । 



ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟିକୁ ଏଡିଟ କରି ଭାଇରାଲ କରାଯାଇଛି । ବୁଡାଇବା କଟାକ୍ଷଟି ଖଡ଼ଗେ ପ୍ରକୃତରେ ମୋଦି ଏବଂ ସାହାଙ୍କୁ ଆକ୍ଷେପ କରି କହିଛନ୍ତି ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଖଡ଼ଗେ ଏଭଳି କୌଣସି ମନ୍ତବ୍ୟ ଦେବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳିମନ୍ତବ୍ୟ ଖଡଗେ ଦେଇଥାନ୍ତେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ସେହିପରି ଦେଖିବାକୁ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଭଳିମନ୍ତବ୍ୟ ଯେ ସେହି ଦଳର ଅଧ୍ୟକ୍ଷ ଦେବେ ତାହା ଅସମ୍ବବ ପ୍ରାୟ ।

ଅଧିକ ଅନୁସନ୍ଧାନ ନିମନ୍ତେ ଖଡ଼ଗେଙ୍କ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।

ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

୧୬ ସେପ୍ଟେମ୍ବର ୨୦୨୫ରେ କଂଗ୍ରେସ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖାଯାଇଛି ।

ଉକ୍ତ ଭିଡିଓର ୧ ମିନିଟ ୩୬ ସେକେଣ୍ଡ ସମୟରେ ଖଡ଼ଗେ କହିଛନ୍ତି, ଭୋଟ ଚୋରି କରି ମୋଦିଜି ବିହାରରେ ଜିତିବାର ପ୍ରୟାସ କରୁଛନ୍ତି । ତେଣୁ ଆପଣ ମାନଙ୍କୁ ସତର୍କ ରହିବାକୁ ପଡ଼ିବ । 


୧ ମିନିଟ ୫୨ ସେକେଣ୍ଡରେ ଖଡ଼ଗେ କହିଛନ୍ତି, ଯଦି ଆପଣ ସତର୍କ ନରହିବେ ତେବେ ମୋଦିଜି ଓ ସାହା ଆପଣଙ୍କୁ ବୁଡାଇଦେବେ ।

ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ ତାହା ଗୋଟିଏ ଦିନର ଗୋଟିଏ ସମୟର ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।

୧ ସେପ୍ଟେମ୍ବର ୨୦୨୫ରେ ଉକ୍ତ ଖବରକୁ ପ୍ରସାରିତ କରି ଟାଇମ୍ସ ଅଫ୍ ଅଣ୍ଡିଆ ଉଲ୍ଲେଖ କରିଛି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ "ଭୋଟ୍ ଚୋରି" ମାଧ୍ୟମରେ ବିହାର ବିଧାନସଭା ନିର୍ବାଚନ ଜିତିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏନଡିଏର ଡବଲ ଇଞ୍ଜିନ୍ ସରକାର ଖୁବ୍ ଶୀଘ୍ର ଭୋଟ ଦେଇ ଗାଦିଚ୍ୟୁତ ହେବ ଏବଂ ଗରିବ, ପଛୁଆ ଏବଂ ଦଳିତଙ୍କ ସରକାର ଗଠନ କରାଯିବ ।

ପ୍ରସାରିତ ଖବରରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଖଡ଼ଗେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ସତର୍କ ନରହିବେ ତେବେ ମୋଦିଜି ଓ ସାହା ଆପଣଙ୍କୁ ବୁଡାଇଦେବେ ।


ଏଥିରୁ ଜଣାଯାଏ ଯେ, ଭାଇରାଲ ଭିଡିଓଟି ଏଡିଟ କରାଯାଇଛି । ପ୍ରକୃତ ଭିଡିଓରେ ଖଡ଼ଗେ ମୋଦୀ ଏବଂ ସାହା ଙ୍କୁ ସମାଲୋଚନା କରିଛନ୍ତି । 


Claim :  ଲୋକଙ୍କୁ ସାବଧାନ କରିଦେଲେ କଂଗ୍ରେସର ବରିଷ୍ଠ ନେତା, ସଜାଗ ନହେଲେ ଆପଣମାନଙ୍କୁ ରାହୁଲ ଏବଂ ତେଜସ୍ୱି ବୁଡାଇଦେବେ
Claimed By :  Social Media User
Fact Check :  Unknown
Tags:    

Similar News