ମିଛ ଖବର ହେଲା ଭାଇରାଲ : ନର ଲୋକେଶ ଙ୍କ ଗାଡ଼ି ଯାଞ୍ଚ ସମୟରେ ଟଙ୍କା ବିଡ଼ା ଜବତ

ନିର୍ବାଚନ ପାଇଁ ଜାରି ହୋଇଛି ଆଦର୍ଶ ଆଚରଣ ବିଧି ଏକ କଳା ଏକ୍ସୟୁଭି ଗାଡିକୁ ଯାଞ୍ଚ କରୁଛି ପୋଲିସ୍ ।

Update: 2024-03-30 12:57 GMT


ନିର୍ବାଚନ ପାଇଁ ଜାରି ହୋଇଛି ଆଦର୍ଶ ଆଚରଣ ବିଧି ଏକ କଳା ଏକ୍ସୟୁଭି ଗାଡିକୁ ଯାଞ୍ଚ କରୁଛି ପୋଲିସ୍ ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଦେଖାଦେଇଛି । ସୋସିଆଲ ମିଡିଆରେ ସେୟାର କରୁଥିବା ବ୍ୟକ୍ତି ତେଲୁଗୁ ଭାଷାରେ " నోట్ల కట్టలతో పట్టుబడ్డ నారా లోకేష్ పప్పు నాయుడు” ଲେଖି ଏହି ଭିଡିଓ କୁ ସେୟାର କରିଛନ୍ତି । ଯାହାକୁ ଓଡ଼ିଆ ରେ ଅନୁବାଦ କରିବାରୁ ଜଣାଯାଏ ଯେ ," ଟଙ୍କା ବିଡ଼ା ସହ ଧରାପଡିଲେ ନର ଲୋକେଶ ପପ୍ପୁ ନାଇଡୁ "  


Full View



 

ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ଯାଞ୍ଚ ବେଳେ ମିଳିନଥିଲା କୌଣସି ଟଙ୍କା ବିଡ଼ା ଯାଞ୍ଚ ଅଧିକାରୀ ଙ୍କ ସୂଚନା ।

ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ, ଏହି ଭିଡିଓ ଟିକୁ ଏଏନଆଇ ମାର୍ଚ୍ଚ୨୦ ୨୦୨୩ ରେ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଛି ହେଲେ ଟଙ୍କା ବିଡ଼ା ମିଳିବାର କୌଣସି ସୂଚନା ଦେଇ ନାହିଁ ।



ଏହି ଘଟଣା ନେଇ ଟାଇମ୍ସ ଅଫ ଇଣ୍ଡିଆ ୨୧ ମାର୍ଚ୍ଚ ୨୦୨୪ରେ ଏକ ଖବର ପ୍ରସାରଣ କରିଛି । ପ୍ରସାରିତ ଖବର ଅନୁଯାୟୀ " କ୍ରୀଷ୍ଣ କରକତ୍ତାରେ ନର ଲୋକେଶ ଙ୍କ ଗାଡି ଯାଞ୍ଚ କଲା ତେଡ଼େପାଲ୍ଲୀ ପୋଲିସ ।

ହେଲେ ଯାଞ୍ଚ ବେଳେ କୌଣସି ଟଙ୍କା କିମ୍ବା ଅନ୍ୟ ଜିନିଷ ଜବତ ହୋଇନଥିବା ଜଣାଇଛନ୍ତି ପୋଲିସ୍


ଏହି ଭିଡିଓ କୁ ବିଭିନ୍ନ ଡିଜିଟାଲ ମିଡିଆ ନିଜ ୟୁଟ୍ୟୁବ ରେ ମଧ୍ୟ ଅପଲୋଡ କରିଛନ୍ତି ହେଲେ ଟଙ୍କା ଜବତ ନେଇ କୌଣସି ସୂଚନା ଦେଇ ନାହାନ୍ତି ।

  

Full View

 


Full View

ଏବିପି ଲାଇଭ ତେଲୁଗୁରେ ପ୍ରସାରିତ ଖବର ଅନୁଯାୟୀ , " ନର ଲୋକେଶ ଙ୍କ ଗାଡି ଯାଞ୍ଚ କଲା ପୋଲିସ୍ "  

ତେଲୁଗୁ ବୁଲେଟିନ ଅନୁଯାୟୀ , " ଲୋକେଶ ଙ୍କ ଗାଡି ତୃତୀୟ ଥର ଅଟକାଇ କରାଗଲା ଯାଞ୍ଚ

ତେଣୁ ଦାବିରେ ସମ୍ପୂର୍ଣ୍ଣ ଅସତ୍ୟ ହୋଇଥିବା ବେଳେ, ପୋଲିସ୍ ଦ୍ୱାରା ଟଙ୍କା କିମ୍ବା ଅନ୍ୟ କୌଣସି ଜିନିଷ ଜବତ ହୋଇନଥିବା ଜଣାଯାଇଛି ।

Claim :  Senior TDP leader Nara Lokesh caught with bundles of notes by police
Claimed By :  Social Media Users
Fact Check :  False
Tags:    

Similar News