ବିଜେପିର ଦଳୀୟ ଚିହ୍ନ ଆଙ୍କିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟ କୌଣସି ଦଳର ନୁହେଁ

ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି ।

Update: 2024-02-11 04:30 GMT

ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି । ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଗାଁ ଗାଁରେ ମୋଦି ଗ୍ୟାରେଣ୍ଟି ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହେବା ସହ କାନ୍ଥଲିଖନ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି।

" ଆଉଥରେ ମୋଦି ସରକାର " , " ଆଉଥରେ ଭାଜପା ସରକାର " ଏଭଳି ନାରା ସହ ଦଳୀୟ ଚିହ୍ନ ଆଙ୍କିବେ ବିଜେପି ନେତା , ଏପରିକି ୧୦.୭୨ ଲକ୍ଷ ସ୍ଥାନ ରେ ଏଭଳି କାନ୍ଥ ଲିଖନ କାର୍ଯ୍ୟକ୍ରମ ଦେଶବ୍ୟାପୀ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ।

ତେବେ ଏହା କଣ ସମ୍ଭବ କି ଜଣେ ବିଜେପି ନେତା ଅନ୍ୟ କୌଣସି ଦଳର ଚିହ୍ନ ଏକ କାନ୍ଥରେ ଆଙ୍କିଥିବେ ?

ହେଲେ ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଶାସକ ଦଳର ଚିହ୍ନ ଏକ କାନ୍ଥରେ ଆଙ୍କୁଛନ୍ତି ।

ଫଟୋ ସେୟାର କରିଥିବା ବ୍ୟକ୍ତି ' ବେଷ୍ଟ ପିକଚର ଅଫ ଦ ଡେ' ବୋଲି ମଧ୍ୟ ଲେଖିଛନ୍ତି। 


Full View


Full View

ସତ୍ୟାସତ୍ୟ :

ଯେତେବେଳେ ଏନେଇ ଅନୁସନ୍ଧାନ କରାଯାଏ, ଗୁଗୁଲ ଇମେଜ ସର୍ଚ୍ଚ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ଏହା ଏକ ଭୁଲ୍ ତଥ୍ୟ । ପ୍ରକୃତ ଫଟୋ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ କାନ୍ଥରେ ପଦ୍ମଚିହ୍ନ ଆଙ୍କୁଛନ୍ତି । ଏପରିକି ମଳିଥିବା ତଥ୍ୟ ଅନୁଯାୟୀ ଶ୍ରୀ ପ୍ରଧାନ ଭିନ୍ନଭିନ୍ନ ଅଞ୍ଚଳରେ ଥିବା କାନ୍ଥରେ ବିଜେପିର ଦଳୀୟ ଚିହ୍ନ ଆଙ୍କୁଛନ୍ତି ।

ମକର ସଂକ୍ରାନ୍ତି ଅବସରରେ ୧୫ ଜାନୁଆରୀ ଦିନ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାନ୍ଥଲିଖନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକୁ ନେଇ ଆମ ଦଳ ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବୋଲି ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବୁଥ ନମ୍ବର ୫୯ ହାଉସିଂ ବୋର୍ଡ କଲୋନୀରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହେଲି । ଏଭଳି ପୋଷ୍ଟ ସହ କେନ୍ଦ୍ରମନ୍ତ୍ରୀ ଉକ୍ତ ଫଟୋଟିକୁ ନିଜ ସୋସିଆଲ ମିଡିଆ ଏକ୍ସ ରେ ଜାନୁଆରୀ ୨୮ ତାରିଖ ଦିନ ପୋଷ୍ଟ କରିଛନ୍ତି ।


ଏପରିକି ଭାଇରାଲ ହେଉଥିବା ଫଟୋ ସହ ପ୍ରକୃତ ଫଟୋଟିକୁ ସେୟାର କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ତେବେ ଏକ ଦଳର ଆଇଟିସେଲ ଏଭଳି ଫଟୋ ଏଡିଟ କରି ଓଡ଼ିଶା ବାସୀଙ୍କ ଭ୍ରମିତ କରୁଛି ବୋଲି ମଧ୍ୟ ଫଟୋରେ ଲେଖିଛନ୍ତି ।

ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାମଲ ତାଙ୍କ ଏକ୍ସ ର ପୋଷ୍ଟରେ ଲେଖିଛନ୍ତି " ଏତେ ଡର କାହିଁକି ? ପଦ୍ମ ଏକ ବିକାଶର ଚିହ୍ନ ଯାହାକି ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟାପିବ, ଏଭଳି ଫେକ୍ ଫଟୋ ସେୟାର କରିବା ଏକ ଘୃଣ୍ୟ କାମ ।


ସେହିପରି ଢେଙ୍କାନାଳର ବିଜେପି ଯୁବମୋର୍ଚ୍ଚା ର ଅଧ୍ୟକ୍ଷ ଶ୍ରୀ ଏମ.ଜେ ମହିମା ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି " କେନ୍ଦ୍ରରେ ନରେନ୍ଦ୍ର ଓଡ଼ିଶାରେ ଧର୍ମେନ୍ଦ୍ର ନାରାରେ ଭୟବିତ ହୋଇ ଏକ ନିର୍ଦ୍ଦିଷ୍ଟ ଦଳର ଆଇଟିସେଲ ଆକାଉଣ୍ଟ ରେ ଏଭଳି ଫେକ୍ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଉଛନ୍ତି ।


ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାର ଆଇଟିସେଲ୍ ମୁଖ୍ୟ ରମ୍ୟ ମହାପାତ୍ର ନିଜ ଏକ୍ସ ପୋଷ୍ଟ ରେ ଲେଖିଛନ୍ତି " ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଢୁଥିବା ଲୋକପ୍ରିୟତା ଦେଖି  ବିଚଳିତ ହୋଇଉଠିଛନ୍ତି କିଛି ଦଳର କର୍ମୀ, ଏପରିକି ଏଭଳି ନକଲି ଫଟୋ ର ସହାୟତା ନବାକୁ ମଧ୍ୟ ପଛାଉ ନାହାନ୍ତି , ୟେ ଡର ହମେ ଅଚ୍ଛା ଲଗା" ।


ନିୟୁଜ ଇନସାଇଟ ରେ ପ୍ରସାରିତ ହୋଇଥିବା ଖବର ଅନୁଯାୟୀ "ସୋସିଆଲ ମିଡିଆରେ ଟାର୍ଗେଟ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ " ।

ଉପୋରକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ଭାଇରାଲ ହେଉଥିବା ଫଟୋ ଟି ପ୍ରକୃତ ଫଟୋ ନୁହେଁ ,  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ କୌଣସି ଦଳର ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ଚିହ୍ନ କୁ ଏକ କାନ୍ଥରେ ଆଙ୍କୁଛନ୍ତି ।

Claim :  Union Minister painting another party’s logo on a wall
Claimed By :  Social Media Users
Fact Check :  False
Tags:    

Similar News