ଫ୍ୟାକ୍ଟ ଚେକ: ଦାବିଟି ବିଭ୍ରାନ୍ତିକର ଅଟେ, ପପୁ ଯାଦବ କାନ୍ଦୁଥିବା ଭିଡିଓ ସହ ମହା ଗଠବନ୍ଧନର ବିହାର ବନ୍ଦ ସହ ନାହିଁ କୌଣସି ସମ୍ପର୍କ

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ସେପ୍ଟେମ୍ବର ୨୦୧୮ ମସିହାର ଅଟେ । ଯେତେବେଳେ ଏକ ବନ୍ଦ୍ ଡାକରା ସମୟରେ ସାଂସଦ ପପୁ ଯାଦବ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ ଆଣି କାନ୍ଦିଥିଲେ । ଉକ୍ତ ଭିଡିଓ ଏବଂ ଘଟଣା ସହ ମହାଗଠବନ୍ଧନର ବିହାର ବନ୍ଦ ସହ କୌଣସି ସମ୍ପର୍କ ନାହିଁ ।

Update: 2025-07-10 09:30 GMT


ମହାଗଠବନ୍ଧନର ବିହାର ବନ୍ଦ। ବନ୍ଦରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବନ୍ଦ ପରିପ୍ରେକ୍ଷୀରେ ଗିରଫ ହୋଇଛନ୍ତି ବହୁ ନେତା। ପ୍ରକାଶିତ ଖବର ଅନୁଯାୟୀ, ରାହୁଲ କହିଛନ୍ତି ବିହାରର ଗରିବମାନଙ୍କ ଭୋଟ ଅଧିକାର ଛଡ଼ାଇନେବା ଲାଗି ଚାଲିଛି ଷଡ଼ଯନ୍ତ୍ର। ଏହି ପ୍ରକ୍ରିୟା ବନ୍ଦ ହେଉ ବୋଲି ସେ ଦାବି କରିଛନ୍ତି। ଆନ୍ଦୋଳନ ଅବସରରେ ପାଟନାର ଏନଏଚ ୩୦ରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ବିହାରରେ ଚାଲିଥିବା ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।

ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିବା ସହ ଏସଆଇଆର ବିରୋଧରେ ସ୍ଲୋଗାନ ଦେଇଥିଲେ। ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ବନ୍ଦ ପାଳନ ବି କରାଯାଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା କରାଯାଉଥିବାରୁ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ। ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ଆଳରେ ୨ କୋଟି ଭୋଟର ମତାଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରାଯାଇଛି ।

ପ୍ରତିବାଦ ସମୟରେ ପପୁ ଯାଦବ ଭ୍ୟାନର ସିଡ଼ି ଚଢ଼ିବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କିଛି ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ ଯାହକୁ ନେଇ ତେଜିଛି ରାଜନୀତି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପପୁ ଯାଦବ ଏକ ଗାଡ଼ି ଭିତରେ ବସିଥିବା ବେଳେ, କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଛି । ପ୍ରତିକ୍ରିୟା ଦେଉଥିବା ବେଳେ ଶ୍ରୀ ଯାଦବ କାନ୍ଦୁଥିବାର ଦେଖିବାକୁ ମିଳିଛି, ତେବେ ଉକ୍ତ ଘଟଣାଟି ମହା ଗଠବନ୍ଧନ ଦ୍ୱାରା ବିହାର ବନ୍ଦ୍ ସମୟର ବୋଲି ଦାବି ହୋଇଛି ।

ଗାଡ଼ିରେ ଚଢୁଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇବା ପରେ ପପୁ ଯାଦବ କାନ୍ଦୁଛନ୍ତି ବୋଲି ଦାବି କରିଛନ୍ତି ୟୁଜର୍ସ । ଉକ୍ତ ଭିଡିଓଟି ବିହାର ବନ୍ଦ୍ ହାସଟ୍ୟାଗ ସହ ସେୟାର ହୋଇଥିବାର ଦେଖିବାକୁ ମିଳିଛି । 

ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରିନ ସଟ  ତଳେ ଉପଲବ୍ଧ ରହିଛି I




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ପପୁ ଯାଦବ ଭାବ ବିହ୍ଵଳ ହୋଇ କାନ୍ଦୁଥିବା ଭିଡିଓଟି ବହୁ ପୁରୁଣା ଅଟେ । ନିକଟରେ ହୋଇଥିବା ବିହାର ବନ୍ଦ୍ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

ଭାଇରାଲ ଭିଡିଓକୁ ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ ଆଜିର ଦିନରେ ଉକ୍ତ ଭିଡିଓକୁ ପ୍ରସାରିତ କିମ୍ବା ପ୍ରକାଶିତ କରିଥିଵାର ଦେଖିବାକୁ ପାଇନଥିଲୁ ।

ଅଧିକ ସୂଚନା ନିମନ୍ତେ ବିହାର ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ ସିଏ କୁହନ୍ତି, ସାଂସଦ ପପୁ ଯାଦବ ଏଭଳି ଭାବବିହ୍ଵଳ ହୋଇ କୌଣସି ପ୍ରତିକ୍ରିୟା ଆଜି ଦେଇ ନାହାନ୍ତି । ଯଦି ଏଭଳି କୌଣସି ପ୍ରତିକ୍ରିୟା ଦେଇଥାନ୍ତେ ତେବେ ଉକ୍ତ ଖବରକୁ ଆମେ ନିଶ୍ଚିତ ପ୍ରସାରିତ କରିଥାନ୍ତୁ । ହିମାଂଶୁ ଏହା ମଧ୍ୟ ଜଣାଇଛନ୍ତି ଏଭଳି ଏକ ପ୍ରତିକ୍ରିୟା ଭିଡିଓ ବହୁ ବର୍ଷ ପୂର୍ବେ ଶ୍ରୀ ଯାଦବ ଦେଇଥିଲେ, ଏହା ସେହି ଭିଡିଓ ପରି ଦୃଶ୍ୟମାନ ହେଉଛି ।

ରିଭର୍ସ ଇମେଜ ଅନୁସନ୍ଧାନରୁ ସେ ସମୟର ୟୁଟ୍ୟୁବ ଚ୍ୟାନେଲ କୁଇଣ୍ଟ ହିନ୍ଦୀ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ୬ ସେପ୍ଟେମ୍ବର ୨୦୨୮ରେ ଉକ୍ତ ଭିଡିଓ ଅପଲୋଡ଼ କରି କୁଇଣ୍ଟ ଉଲ୍ଲେଖ କରିଛି, କାନ୍ଦିଲେ ପପୁ ଯାଦବ । କହିଲେ ଅପଭ୍ରଂଶ ଭାଷା ବ୍ୟବହାର କରି ତାଙ୍କୁ କରାଗଲା ଅସମ୍ମାନ ।

Full View



ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ ।


 

ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ସେହିପରି ଉକ୍ତ କିୱାର୍ଡ ବ୍ୟବହାର କରିବାରୁ ଏନଡିଟିଭି ଦ୍ୱାରା ୭ ସେପ୍ଟେମ୍ବର ୨୦୧୮ରେ ପ୍ରକାଶିତ ଏକ ଖବର ହସ୍ତଗତ ହୋଇଥିଲା ।

ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି, କିଛି ଉଚ୍ଚଜାତିର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନକୁ ପ୍ରଭାବିତ କରିଥିଲା ​​ଏବଂ ପାଟନା, ରାଜଗିର ସହର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଟ୍ରେନ୍ ସେବା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।

ଏହି ସମୟରେ ପପୁ ଯାଦବ ମଧୁବନି ଯାଉଥିଲେ, ଯେଉଁଠାରେ ସେ ମହିଳା ସୁରକ୍ଷା ଉପରେ ଆୟୋଜିତ ଏକ 'ପଦଯାତ୍ରା'ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ସେହି ସମୟରେ ମୁଜାଫରପୁର ଜିଲ୍ଲାର ଖାବରା ନିକଟରେ ତାଙ୍କୁ ଟ୍ରାଫିକ ଅବରୋଧର ସମ୍ମୁଖୀନ ହେବାକୁ ପଡିଲା ।

ପରେ ମଧୁବନି ଅଭିମୁଖେ ଯାତ୍ରା କରିଥିବା ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀ ମାନେ ପିସ୍ତଲ ଦେଖାଇ କିଛି ଦୂର ପର୍ଯ୍ୟନ୍ତ ସେମାନଙ୍କ କାରକୁ ପିଛା କରିଥିଲେ । "ମୁଁ ଉତ୍ତେଜିତ ଭାବରେ ମୁଜାଫରପୁର ଏସପି ଏବଂ ସମ୍ପୃକ୍ତ ଜୋନର ଆଇଜିଙ୍କ ନମ୍ବର ଡାଏଲ୍ କରିଥିଲି କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। ତା'ପରେ ମୁଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜଣେ ନିକଟ ସହଯୋଗୀଙ୍କୁ ଫୋନ୍ କରିଥିଲି ଯିଏ କହିଥିଲେ ଯେ, ସେ ମୋର ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ"।

"ମୁଁ ସଂସଦର ମହଲାରେ ମୁଜାଫରପୁର ଆଶ୍ରୟସ୍ଥଳ ଯୌନ କାଣ୍ଡ ପ୍ରସଙ୍ଗ ଉଠାଇବା ପରଠାରୁ ମୋତେ ଧମକ ମିଳୁଥିଲା। ମୁଁ ସନ୍ଦେହ କରୁଛି ଯେ ଆକ୍ରମଣକାରୀମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ନିକଟତର ଗୁଣ୍ଡାମାନେ ମଧ୍ୟ ସାମିଲ ଥିଲେ," ଶ୍ରୀ ଯାଦବ ଆହୁରି କହିଛନ୍ତି ।

ଉକ୍ତ ଖବରରେ ଭାଇରାଲ ଭିଡିଓର ଏକ ଅଂଶ ଫଟୋ ଭାବେ ପ୍ରକାଶିତ ହୋଇଥିବାର ଦେଖିବାକୁ ମିଳିଛି । 




ସମାନ ସୂଚନା ସହ ଆଉ କିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଘଟଣାକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଦେଖିବାକୁ ମିଳିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ସେପ୍ଟେମ୍ବର ୨୦୧୮ ମସିହାର ଅଟେ । ଯେତେବେଳେ ଏକ ବନ୍ଦ୍ ଡାକରା ସମୟରେ ସାଂସଦ ପପୁ ଯାଦବ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ ଆଣି କାନ୍ଦିଥିଲେ । ଉକ୍ତ ଭିଡିଓ ଏବଂ ଘଟଣା ସହ ମହାଗଠବନ୍ଧନର ବିହାର ବନ୍ଦ ସହ କୌଣସି ସମ୍ପର୍କ ନାହିଁ ।


Claim :  ରାହୁଲ ଗାନ୍ଧୀଙ୍କ ସୁରକ୍ଷା କର୍ମୀଙ୍କ ଠାରୁ ଧକ୍କା ଖାଇବା ପରେ କାନ୍ଦିଲେ ସାଂସଦ ପପୁ ଯାଦବ
Claimed By :  Social Media User
Fact Check :  Unknown
Tags:    

Similar News