ଫ୍ୟାକ୍ଟ ଚେକ୍:ଭାଇରାଲ ଭିଡିଓଟି ଗୁଜରାଟର ଅଟେ, ଦିଲ୍ଲୀରେ ଘଟିଥିବା ହତ୍ୟାକାଣ୍ଡ ସହ ନାହିଁ କୌଣସି ସମ୍ପର୍କ

Update: 2026-04-05 18:00 GMT


ହୋଲିରେ ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ସମୟରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରେ ଉତ୍ତେଜନା ପ୍ରକାଶ ପାଇଥିଲା । ହିନ୍ଦୁ ଧର୍ମର ବିଭିନ୍ନ ସଂଗଠନ ପ୍ରତିବାଦ କରିବା ସହ ମୃତ୍ୟୁବରଣ କରିଥିବା ଯୁବକ ତରୁଣଙ୍କ ହତ୍ୟାରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଜଡିତ ଏକ ଘରକୁ ନିଆଁ ଲଗାଇ ଦେଇଥିଲେ । ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ପୋଲିସ ମୁତୟନ ପରେ ହିଁ ସ୍ୱାଭାବିକ ଅବସ୍ଥା ଫେରି ଆସିଥିଲା ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଉକ୍ତ ଭିଡିଓରେ ଏକ ଜନ ସମୁଦ୍ର ଭିତରେ କିଛି ବ୍ୟକ୍ତିଙ୍କୁ ଦଉଡ଼ିରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତିଙ୍କୁ ଆଉ କିଛି ବ୍ୟକ୍ତି ଏକ ବାଡ଼ି ଦ୍ୱାରା ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ମାଡ଼ ମାରୁଥିବା ବ୍ୟକ୍ତିଙ୍କ ପଛପଟେ ଆଉକିଛି ବ୍ୟକ୍ତି ପୋଲିସ ପୋଷାକରେ ଚାଲୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟିକୁ ଦିଲ୍ଲୀର ଉତ୍ତମ ନଗରର ଘଟଣା ସହ ଯୋଡ଼ା ଯାଉଥିବାର ଦେଖିବାକୁ ମିଳିଛି । ଉକ୍ତ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କୁ ପୋଲିସ ଶାସ୍ତି ଦେଉଥିବାର ଏହି ଭିଡିଓ ବୋଲି ଦାବି କରିଛନ୍ତି ୟୁଜର୍ସ ।

ସେହିପରି ଭିଡିଓ ଉପରେ ଉଲ୍ଲେଖ ରହିଚି, ଉତ୍ତମ ନଗରରେ ଯେଉଁ ଦଙ୍ଗା ହେଉଥିଲା । ଉକ୍ତ ଘଟଣାରେ ଜଡ଼ିତ ଦଙ୍ଗାକାରୀଙ୍କୁ ପୋଲିସ ଗିରଫ କରି ସର୍ବସାଧାରଣ ସ୍ଥାନରେ ଉତ୍ତମ ମଧ୍ୟମ ଦେଉଛି ।


Full View


ଯାହାର ଏକ ଲିଙ୍କ ଏଠାରେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଗୁଜରାଟର ଅଟେ । ଉକ୍ତ ଭିଡିଓ ସହ ଦିଲ୍ଲୀ ଉତ୍ତମ ନଗରରେ ଘଟିଥିବା ଘଟଣା ସହ ନାହିଁ କୌଣସି ସମ୍ପର୍କ ।

ଉକ୍ତ ଦାବିର ସତ୍ୟତା ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ଅନୁସନ୍ଧାନରୁ ଦିଲ୍ଲୀ ପୋଲିସ ଏଭଳି କୌଣସି ଦଣ୍ଡ ଦେବାର ସୂଚନା ଆମର ହସ୍ତଗତ ହୋଇ ନଥିଲା । ଯଦି ଏଭଳିକୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ଭାଇରାଲ ହେଉଥିବା ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।



ଅଭିମନ୍ୟୁ ସିଂହ ନାମକ ଜଣେ ସାମ୍ବାଦିକ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ୧୯ ମାର୍ଚ୍ଚ ୨୦୨୬ରେ ଉକ୍ତ ଭିଡିଓକୁ ଅପଲୋଡ଼ କରି ଅଭିମନ୍ୟୁ ଉଲ୍ଲେଖ କରିଛନ୍ତି, "ଭିଡିଓଟି ଗୁଜରାଟର ଅଟେ । ୧୫ ମାର୍ଚ୍ଚ, ୨୦୨୬ ରାତିରେ, ପାଟନ ଜିଲ୍ଲାର ଜିଲିଆ ଗ୍ରାମସ୍ଥିତ ଏକ ଫାର୍ମହାଉସରେ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଏବଂ ପଥର ବ୍ୟବହାର କରି ଆକ୍ରମଣ କରିଥିଲେ; ସେମାନେ ଅନେକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ଏବଂ ଭଙ୍ଗାରୁଜା ମାଧ୍ୟମରେ ବ୍ୟାପକ କ୍ଷତି କରିଥିଲେ। ମନ୍ଦିର ଦାନ ସମ୍ପର୍କିତ ଏକ ପୁରୁଣା ଶତ୍ରୁତା ଯୋଗୁଁ ଏହି ଆକ୍ରମଣ କରାଯାଇଥିଲା। କିଛି ସଂଗଠନ ଏବଂ ପ୍ରମୁଖ ରାଜନୈତିକ ଦଳ ସହିତ ଜଡିତ ବ୍ୟକ୍ତିମାନେ ଏହି ଘଟଣାରେ ସାମିଲ ଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ​​ଏବଂ ମାର୍ଚ୍ଚ ୧୮ ରେ ସେମାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିବା ପାଇଁ ସାର୍ବଜନୀନ ଭାବରେ ପରେଡ କରିଥିଲା । "

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁ ମାତ୍ରାରେ ସମାନତା ଦେଖା ଯିବାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ କିୱାର୍ଡ ଗୁଡିକ ଅନୁସନ୍ଧାନ କରିବାରୁ ଆଉ ଏକ ଭିଡିଓ ହସ୍ତଗତ ହୋଇଥିଲା ।

୧୯ ମାର୍ଚ୍ଚ ୨୦୨୬ରେ ଆଇବିଏନ ୨୪× ୭ ନିୟୁଜ ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆ ପେଜରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ଅପଲୋଡ଼ କରି ଆଇବିଏନ ଉଲ୍ଲେଖ କରିଛି, ଝିଲ୍ଲୀଆ ଗ୍ରାମରେ ଥିବା ଫାର୍ମ ହାଉସରେ ଘଟିଥିବା ଅଘଟଣ ପାଇଁ ଦୁର୍ବୃତ୍ତଙ୍କୁ ପୋଲିସ ସର୍ବସାଧାରଣରେ ଏଭଳି ଚଲାଇ ଚଲାଇ ନେଉଛି ।


Full View


ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଗୁଜରାଟର ଏକ ଫାର୍ମହାଉସରେ ଅଘଟଣ ଘଟାଇଥିବା ଦୁର୍ବୃତ୍ତଙ୍କୁ ପୋଲିସ ଚଲାଇ ଚଲାଇ ନେଉଥିବାର ଭିଡିଓ ଅଟେ। ଉକ୍ତ ଭିଡିଓ ସହ ଦିଲ୍ଲୀ ଉତ୍ତମ ନଗରୀରେ ଘଟିଥିବା ହତ୍ୟାକାଣ୍ଡ ସହ ନାହିଁ କୌଣସି ସମ୍ପର୍କ । 

Claim :  ଭାଇରାଲ ହେଲା ଭିଡିଓ, ଉତ୍ତମ ନଗରରେ ଆତଙ୍କ ଖେଳାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲା ଦିଲ୍ଲୀ ପୋଲିସ
Claimed By :  Social Media User
Fact Check :  Unknown
Tags:    

Similar News