ଫ୍ୟାକ୍ଟଚେକ୍: ବିହାରରେ ଦିନ ଦୁଇପହରେ ଗୁଳିକରି ଯୁବକଙ୍କୁ ହତ୍ୟାର ଭିଡିଓଟି ପ୍ରକୃତରେ ବ୍ରାଜିଲର ଅଟେ

ଦାବିଟି ବିଭ୍ରାନ୍ତିକର ଅଟେ । ୨୦୨୪ ମସିହାରେ ବ୍ରାଜିଲରେ ଘଟିଥିବା ଏକ ହତ୍ୟାକାଣ୍ଡର ଭିଡିଓକୁ ବିହାରରେ ଘଟିଥିବା ହତ୍ୟାକାଣ୍ଡ ଦର୍ଶାଇ ସେୟାର କରାଯାଇଛି ।

Update: 2025-07-07 17:14 GMT


ବିହାରର ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଶୁକ୍ରବାର (୪ ଜୁଲାଇ) ବିଳମ୍ବିତ ରାତିରେ ଗାନ୍ଧୀ ମୈଦାନ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା । ଯାହା ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରସାରିତ ଖବର ଅନୁଯାୟୀ, ଏହି ହତ୍ୟା ମାମଲାର ତଦନ୍ତ ବେଉର ଜେଲରେ ପହଞ୍ଚିବା ପରେ ସେହି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅଜୟ ବର୍ମାଙ୍କ ପଚରାଉଚରା ତାଙ୍କର ଅପରାଧିକ ଇତିହାସକୁ ପୁଣି ଥରେ ଲୋକଲୋଚନକୁ ଆଣିଥିଲା। ପ୍ରକୃତରେ, କୁଖ୍ୟାତ ଅଜୟ ବର୍ମାଙ୍କ ନାମ ବିହାର ଏବଂ ଦିଲ୍ଲୀର ଅପରାଧ ଜଗତରେ ଆତଙ୍କର ଅନ୍ୟ ନାମ। ତାଙ୍କ ବିରୁଦ୍ଧରେ ହତ୍ୟା, ବଟି ଆଦାୟ, ଅପହରଣ, ଡକାୟତି ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ୨୮ ରୁ ଅଧିକ ଗୁରୁତର ମାମଲା ରୁଜୁ ହୋଇଛି। ଗୋପାଳ ଖେମକାଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଅଜୟ ବର୍ମାଙ୍କ ନାମ ଆସିବା ପରେ ପୋଲିସ ବେଉର ଜେଲରେ ଚଢାଉ କରି ମୋବାଇଲ ଫୋନ୍ ସମେତ ଅନେକ ଜିନିଷ ଜବତ କରିଛି ଯାହା ଜେଲରୁ ହୋଇଥିବା ଏକ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି। ପ୍ରକୃତରେ, ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀ ଅଜୟ ବର୍ମାଙ୍କ ଅପରାଧିକ ରେକର୍ଡ ଆଶ୍ଚର୍ଯ୍ୟଜନକ ଏବଂ ଏହା ବହୁତ ବିପଜ୍ଜନକ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଜଣେ ବ୍ୟକ୍ତି ବାଇକ ଯୋଗେ ଯାଉଥିବା ବେଳେ ଆଉଜଣେ ହେଲମେଟ ପିନ୍ଧି ବ୍ୟକ୍ତି ବାଇକରେ ତାଙ୍କ ନିକଟକୁ ଆସୁଛନ୍ତି । ପରେପରେ ଉକ୍ତ ହେଲମେଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଗୁଳିକରି ହତ୍ୟା କରୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଘଟଣାଟି ବିହାର ର ଦାବି ହେଉଥିବା ବେଳେ ମଙ୍ଗଲ ରାଜ୍ ରେ ଜଙ୍ଗଲ ରାଜ୍ ଲେଖି ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରିଥିଵାର ଦେଖିବାକୁ ମିଳିଛି । ସେହିପରି ଆଉକିଛି ୟୁଜର୍ସ ଏହାକୁ ରାଜନୈତିକ ହତ୍ୟାକାଣ୍ଡ ଦର୍ଶାଇ ସେୟାର କରିଥିଵାର ଦେଖିବାକୁ ମିଳିଛି ।

( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )

ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ଥିବା ବେଳେ ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ, ଗୁଳିକାଣ୍ଡର ଭିଡିଓଟି ବ୍ରାଜିଲର ଅଟେ । ବିହାର ଏବଂ ଭାରତ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ  ନାହିଁ ।

ତଦନ୍ତ କରିବାକୁ ଯାଇ 'ବିହାରରେ ହିଂସାକାଣ୍ଡ' ନେଇ ଅନୁସନ୍ଧାନ କରିଥିଲୁ କିନ୍ତୁ ଭାଇରାଲ ଭିଡିଓ କୌଣସି ଖବରରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇ ନଥିଲୁ ।

ଅନ୍ୟପଟେ ଏନେଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଦାବିକୁ ସିଏ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ଇତିମଧ୍ୟରେ ଏଭଳି ଏକ ଘଟଣା ଘଟିଛି ହେଲେ ଭାଇରାଲ ଭିଡିଓ ଉକ୍ତ ଘଟଣା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଭାଇରାଲ ଭିଡିଓ ଭଳି କୌଣସି ଘଟଣା ଘଟିନାହିଁ ନଚେତ ଆମେ ନିଶ୍ଚିତ ପ୍ରସାରଣ କରିଥାନ୍ତୁ ବୋଲି ଜଣାଇଛନ୍ତି ହିମାଂଶୁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଫେସବୁକ ଲିଙ୍କ୍ ହସ୍ତଗତ ହୋଇଥିଲା । ଯେଉଁଥିରେ ଅନ୍ୟ ଦେଶର ଏକ ଭାଷାରେ କିଛି ସୂଚନା ରହିଥିଲା ।


Full View

ହେଲେ ଉକ୍ତ ଲିଙ୍କରେ ଯେଉଁ ଫଟୋ ଥିଲା ତାହା ଭାଇରାଲ ଭିଡିଓପରି ଦୃଶ୍ୟମାନ ହୋଇଥିଲା । ଉଭୟକୁ ତୁଳନା କରିବାରୁ, ଉଭୟ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ପ୍ରମାଣିତ ହୋଇଥିଲା ।

ଲିଙ୍କରେ ଥିବା ଲେଖା ଗୁଡିକୁ ନେଇ ଅନୁସନ୍ଧାନ କରିବାରୁ ଏହା ବ୍ରାଜିଲର ଏକ ଘଟଣା ବୋଲି ସୂଚନା ମିଳିଥିଲା ।

ଆଉ ଏକ ଗଣମାଧ୍ୟମ ଉକ୍ତ ଘଟଣାକୁ ଏହା ବ୍ରାଜିଲରେ ଘଟିଥିବା ଏକ ଘଟଣା ବୋଲି ସୂଚନା ଦେଇଥିବାର ଦେଖିବାକୁ ମିଳିଥାଏ ।

ହେଲେ ଉକ୍ତ ଲିଙ୍କରେ ଯେଉଁ ଫଟୋ ଥିଲା ତାହା ଭାଇରାଲ ଭିଡିଓପରି ଦୃଶ୍ୟମାନ ହୋଇଥିଲା । ଉଭୟକୁ ତୁଳନା କରିବାରୁ, ଉଭୟ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ପ୍ରମାଣିତ ହୋଇଥିଲା ।

ଲିଙ୍କରେ ଥିବା ଲେଖା ଗୁଡିକୁ ନେଇ ଅନୁସନ୍ଧାନ କରିବାରୁ ଏହା ବ୍ରାଜିଲର ଏକ ଘଟଣା ବୋଲି ସୂଚନା ମିଳିଥିଲା ।

ଆଉ ଏକ ଗଣମାଧ୍ୟମ ଉକ୍ତ ଘଟଣାକୁ ଏହା ବ୍ରାଜିଲରେ ଘଟିଥିବା ଏକ ଘଟଣା ବୋଲି ସୂଚନା ଦେଇଥିବାର ଦେଖିବାକୁ ମିଳିଥାଏ ।




 ସେହିପରି ଏକ ବ୍ରାଜିଲର ସ୍ଥାନୀୟ ଡିଜିଟାଲ ପୋର୍ଟାଲ ଉକ୍ତ ଘଟଣାକୁ ୪ ଅକ୍ଟୋବର ୨୦୨୪ରେ ବିସ୍ତୃତ ଭାବେ ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି ।

( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )

ଯେଉଁଥିରେ ଉଲ୍ଲେଖ ରହିଛି, ଘଟଣାଟି ମାଣ୍ଡାକାରୁ ପଡ଼ୋଶୀରେ ଘଟିଥିଲା, ଯେଉଁଠାରେ ଜଣେ ୨୨ ବର୍ଷୀୟ ଯୁବକ ମୋଟରସାଇକେଲ ଚଲାଉଥିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। "ଅପରାଧୀମାନେ ଯୁବକଙ୍କଙ୍କ ମୋଟର ସାଇକଲକୁ ଅଟକାଇଥିଲେ, ଏବଂ ଗୁଳି ଚଳାଇଥିଲେ, ଫଳରେ ମୋଟରସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।


ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ୨୦୨୪ ମସିହାରେ ବ୍ରାଜିଲରେ ଘଟିଥିବା ଏକ ହତ୍ୟାକାଣ୍ଡର ଭିଡିଓକୁ ବିହାରରେ ଘଟିଥିବା ହତ୍ୟାକାଣ୍ଡ ଦର୍ଶାଇ ସେୟାର କରାଯାଇଛି I


Claim :  ୬ ସେକେଣ୍ଡର ଭିଡିଓ ହେଲା ଭାଇରାଲ, ବିହାରରେ ଯୁବକଙ୍କୁ ଦିନ ଦୁଇପହରେ ଗୁଳିକରି ହତ୍ୟା
Claimed By :  Social Media User
Fact Check :  Unknown
Tags:    

Similar News