ଫ୍ୟାକ୍ଟ ଚେକ୍: ବିଭ୍ରାନ୍ତିକରକ ଦାବି ସହ ଭାଇରାଲ ହେଉଛି ଭିଡିଓ, ହତ୍ୟାକାଣ୍ଡ ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ସମ୍ପର୍କ

ଉକ୍ତ ହତ୍ୟାକାଣ୍ଡ ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ଘଟଣା । ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ।

Update: 2025-03-03 04:55 GMT

Viral Video Circulates with Misleading Claims; No Communal Angle in the Incident


ଖବରର ବାହକ ସାଜିଛି ସୋସିଆଲ ମିଡିଆ । କେତେବେଳେ ସୁପ୍ରଭାତର ଫଟୋ ନେଇ, ତ କେତେବେଳେ କୌଣସି ଅଲୌକିକ ଘଟଣା ନେଇ, ତ କେତେବେଳେ ସ୍ଥାନୀୟ କୌଣସି ଖବର ନେଇ । ଛୋଟରୁ ଛୋଟ ବଡ଼ରୁ ବଡ଼ ଖବର ଏବେ ସୋସିଆଲ ମିଡିଆରେ ଖୁବଶୀଘ୍ର ମିଳିପାରିଛି । ଅନ୍ୟପଟେ କିଛି କୁଚକ୍ରି ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଫେକ୍ ଖବର ମଧ୍ୟ ସେୟାର କରିବାରେ ଲାଗିଛନ୍ତି । ବିଭିନ୍ନ ଫଟୋ ଭିଡିଓ ସହ କିଛି ବିଭ୍ରାନ୍ତିକରକ ଲେଖା ସେୟାର ହେଉଥିବାର ବହୁମାତ୍ରାରେ ଦେଖିବାକୁ ମିଳିଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଗୋଟିଏ ସ୍ଥାନରେ ବହୁ ବ୍ୟକ୍ତି ଏକାଠି ହୋଇ ଯୁକ୍ତିତର୍କ ହେଉଥିବାର ଶୁଣିବାକୁ ମିଳିଛି । ମଝିରେ ଏକ ନୀଳ ରଙ୍ଗର ସୁଟକେସ୍ ଥୁଆ ହୋଇଥିବା ବେଳେ କିଛି ସମୟ ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଉକ୍ତ କେସ୍ ଟିକୁ ଖୋଲିଛନ୍ତି । ଏବଂ ତାଭିତରେ ଜଣେ ମୁଣ୍ଡ ବିହୀନ ଖଣ୍ଡବିଖଣ୍ଡିତ ଶବ ଥିବାର ଦେଖିବାକୁ ମିଳିଛି ।

ଉକ୍ତ ଶବଟି ଜଣେ ମହିଳାଙ୍କ ହୋଇଥିବା ବେଳେ ଉକ୍ତ ମହିଳା ଜଣଙ୍କ ସାମ୍ପ୍ରଦାୟିକ ସମ୍ପର୍କ ହେତୁ ମୃତ୍ୟୁର ଶିକାର ହୋଇଥିବା ଦାବି ହୋଇଛି ।

ଉକ୍ତ ଭିଡିଓ ଉପରେ ହିନ୍ଦୀରେ ଉଲ୍ଲେଖ ରହିଛି, बंगाल में फिर हिंदू लड़की को अकरम के साथ रहना पड़ा भारी किया सूटकेश में पैक । ଯାହାର ଓଡ଼ିଆ ଅନୁବାଦ ହେଉଛି, ବଙ୍ଗାଳରେ ଅକ୍ରମ ସହ ଜଣେ ହିନ୍ଦୁ ଝିଅକୁ ରହିବାର ପରିଣାମ ଭୋଗିବାକୁ ପଡିଛି, ସୁଟକେସ୍ ଭିତରେ ହେଲେ ପ୍ୟାକ୍ ।

ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଉକ୍ତ ହତ୍ୟାକାଣ୍ଡ ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପାରିବାରିକ କଳହରୁ ଜଣେ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରିଥିବା ସୂଚନା ।


ଭାଇରାଲ ହେଉଥିବା କିୱାର୍ଡକୁ ବ୍ୟବହାର କରି ଆମେ ଯେତେବେଳେ ସର୍ଚ୍ଚ କରିଥିଲୁ, ନିକଟରେ ସେଭଳି କୌଣସି ହତ୍ୟାକାଣ୍ଡ ଘଟିଥିବାର ଖବର ଆମର ହସ୍ତଗତ ହୋଇନଥିଲା ।

ଉକ୍ତ ଭିଡିଓରେ ପଶ୍ଚିମବଙ୍ଗ ବିଷୟରେ ଲେଖା ଥିବାରୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଏନେଇ ପଚାରିବାରୁ ସିଏ ସୂଚନା ଦେଇ କହିଥିଲେ, ନିକଟରେ ଏଭଳି କୌଣସି ଘଟଣା ପଶ୍ଚିମବଙ୍ଗରେ ଘଟିନାହିଁ । ଉକ୍ତ ଘଟଣାଟି ବହୁ ପୁରୁଣା ଏବଂ ଅନ୍ୟ କୌଣସି ସ୍ଥାନର ହୋଇଥାଇପାରେ କିମ୍ବା ଉକ୍ତ ଘଟଣା ଅନ୍ୟ କିଛି ବିଷୟବସ୍ତୁ ନେଇ ହୋଇଥାଇପାରେ ।

ଭାଇରାଲ ହେଉଥିବା ଭିଡିଓର କିଛି ଅଂଶକୁ ନେଇ ଯେତେବେଳେ ଆମେ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ, ଇଣ୍ଡିଆନ ଏକ୍ସପ୍ରେସର ସୋସିଆଲ ମିଡିଆ ପେଜ୍ ରେ ସେୟାର ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓ ସେୟାର କରି ଇଣ୍ଡିଆନ ଏକ୍ପପ୍ରେସ ଉଲ୍ଲେଖ କରିଛି, In a shocking case from Kolkata, two women, Aarti and Falguni Ghosh, were caught trying to dispose of a dead body at the Ganga Ghat in Kumartuli. The mother-daughter duo from Madhyamgram attempted to pass off the body of an elderly woman, Sumita Ghosh, as a dog's carcass. However, locals grew suspicious and insisted on checking the trolley, leading to their arrest. Police have recovered the body and are investigating whether they aimed to destroy evidence in the river.

ଯାହାର ଓଡ଼ିଆ ଅନୁବାଦ ହେଉଛି, କୋଲକାତାର ଏକ ଆଶ୍ଚର୍ଯ୍ୟଜନକ ଘଟଣା, ଆରତୀ ଏବଂ ଫାଲଗୁନି ଘୋଷ ନାମକ ଦୁଇ ମହିଳା କୁମାରତୁଲିର ଗଙ୍ଗା ଘାଟରେ ଏକ ମୃତଦେହକୁ ଫିଙ୍ଗି ଦେବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି । ମଧ୍ୟମଗ୍ରାମର ମା-ଝିଅ ଦୁଇଜଣ ଜଣେ ବୃଦ୍ଧା ମହିଳା ସୁମିତା ଘୋଷଙ୍କ ମୃତଦେହକୁ କୁକୁରର ମୃତଦେହ ବୋଲି କହି ସେଠାରେ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ଟ୍ରଲି ଯାଞ୍ଚ କରିବାକୁ ଜିଦ୍ ଧରିଥିଲେ, ପରେପରେ ପୋଲିସ୍ ଆସି ସେମାନଙ୍କୁ ଗିରଫ କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରିଛି ଏବଂ ନଦୀରେ ପ୍ରମାଣ ନଷ୍ଟ କରିବାକୁ ସେମାନଙ୍କର ଲକ୍ଷ୍ୟ ଥିଲା କି ନାହିଁ ସେନେଇ ତଦନ୍ତ କରୁଛି ।

Full View


ସେହିପରି ବିଭିନ୍ନ ଗଣମାଧ୍ୟମ ସମାନ ସୂଚନା ସହ ଉକ୍ତ ଭିଡିଓ ସେୟାର କରିଥିବାର ମଧ୍ୟ ଦେଖିବାକୁ ମିଳିଛି ।


Full View


Full View
Full View
Full View


ସେହିପରି ୨୬ ଫେବୃଆରୀ ୨୦୨୫ ରେ ଏକ ସ୍ଥାନୀୟ ଗଣମାଧ୍ୟମର ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓର ଅନ୍ୟ ଏକ କୋଣରୁ ସୁଟ୍ ହୋଇଥିବା ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଉପସ୍ଥାପକ କହିଛନ୍ତି, କଲିକତାରେ ଘଟିଛି ଏଭଳି ଘଟଣା । ମୃତଦେହକୁ ସୁଟକେସ୍ ଭିତରେ ପୁରାଇ ନଦୀରେ ଫିଙ୍ଗୁଥିବା ବେଳେ ସ୍ଥାନୀୟ ବାସୀଙ୍କ ଦ୍ୱାରା ଅଟକ ହୋଇଥିଲେ ଏହି ଦୁଇ ମହିଳା ।

Full View

 

ଯେତେବେଳେ ଉକ୍ତ କିୱାର୍ଡ ଗୁଡିକ ବ୍ୟବହାର କରି ଏନେଇ ସର୍ଚ୍ଚ କରିଥିଲୁ, ଇଣ୍ଡିଆ ଟୁଡେରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।

୨୫ ଫେବ୍ରୁଆରୀ ୨୦୨୫ରେ ଖବର ପ୍ରସାରିତ କରି ଇଣ୍ଡିଆ ଟୁଡେ ଉଲ୍ଲେଖ କରିଛି, ମୃତ ସୁମିତା, ଫାଲଗୁନି ଘୋଷଙ୍କ ଶ୍ୱଶୁରଙ୍କ ଭଉଣୀ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଆସାମର ଜୋରହାଟର ବାସିନ୍ଦା ସୁମିତା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଫେବୃଆରୀ ୧୧ ତାରିଖରୁ ମା'-ଝିଅଙ୍କ ସହ ସେମାନଙ୍କ କୋଲକାତା ବାସଭବନରେ ରହୁଥିଲେ । କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଫାଲଗୁନିଙ୍କ ସହ ଏକ ଉଗ୍ର ବିବାଦ ସମୟରେ ସୁମିତାଙ୍କୁ ହତ୍ୟା କରାଯାଇଥିଲା ।

"ଫାଲଗୁନି ତାଙ୍କ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ରଖୁ ନାହାଁନ୍ତି ଏବଂ ସେ ଅଲଗା ରୁହନ୍ତି । ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଝଗଡ଼ା ହୋଇଥିଲା । ଫାଲଗୁନି ମୃତକଙ୍କୁ କାନ୍ଥରେ ଠେଲି ଦେଇଥିଲେ ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଯେତେବେଳେ ସେ ଚେତା ଫେରି ପାଇଲେ, ପୁଣି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହି ସମୟରେ ଫାଲଗୁନି ତାଙ୍କ ମୁହଁ ଏବଂ ବେକକୁ ଇଟାରେ ଆଘାତ କରିଥିବା ଅଭିଯୋଗ ହୋଇଛି, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା," ପୋଲିସ ଅଧିକାରୀ କହିଛନ୍ତି । ତା'ପରେ ମା'-ଝିଅ ଉଭୟ ମୃତଦେହକୁ ଏକ ଟ୍ରଲି ବ୍ୟାଗରେ ରଖି ନଦୀରେ ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ ।

ଉପରୋକ୍ତ ପ୍ରସାରିତ ହୋଇଥିବା କୌଣସି ଗଣମାଧ୍ୟମର କୌଣସି ଖବରରେ ଆମେ ସମ୍ପ୍ରଦାୟୀକ ଘଟଣା ନେଇ କୌଣସି ସୂଚନା ପାଇନଥିଲୁ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ । ଉକ୍ତ ହତ୍ୟାକାଣ୍ଡ ପଛରେ ନାହିଁ କୌଣସି ସାମ୍ପ୍ରଦାୟିକ ଘଟଣା । ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ପାରିବାରିକ କଳହରୁ ଉକ୍ତ ହତ୍ୟାକାଣ୍ଡ ଘଟିଥିବା ସୂଚନା । 


Claim :  ପୁଣି ଉପୁଜିଲା ସାମ୍ପ୍ରଦାୟିକ ପରିସ୍ଥିତି, ପତ୍ନୀକୁ ହତ୍ୟାକରିବା ପରେ ସୁଟକେସ୍ ଭିତରେ ଶବକୁ ପ୍ୟାକ କଲା ସ୍ୱାମୀ । ନଦୀରେ ଫିଙ୍ଗିବା ବେଳେ ସ୍ଥାନୀୟ ବାସୀଙ୍କ ଦ୍ୱାରା ଅଟକ ।
Claimed By :  Social Media User
Fact Check :  Unknown
Tags:    

Similar News