ଫ୍ୟାକ୍ଟ ଚେକ୍: ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ଭିଡିଓଟି ପାଟନାର ଅଟେ

ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଭିଡିଓଟି ମଇ ୨୦୨୫ର ଅଟେ । ଉକ୍ତ ଭିଡିଓ ସହ ନେପାଳର ନାହିଁ କୌଣସି ସମ୍ପର୍କ ।

Update: 2025-10-06 04:02 GMT

Viral Claim of PM Modi’s Visit to Pokhara is Misleading; Video Shows Patna Roadshow


ନେପାଳରେ ଦୁର୍ନୀତି ଏବଂ ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ବିରୋଧରେ ଜେନ୍‍-ଜି ବିରୋଧ ଆରମ୍ଭ ହୋଇଥିଲା । ୮ ସେପ୍ଟେମ୍ବରରେ ସକାଳୁ ଏହା ଛୋଟ ପ୍ରତିବାଦ ଧୀରେ ଧୀରେ ଏହା ତୀବ୍ର ହୋଇଥିଲା । ପ୍ରଦର୍ଶନକାରୀମାନେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୨୦ଜଣଙ୍କ ଜୀବନ ଯାଇଥିଲା । ଫଳରେ ଚାପରେ ଚେପା ହୋଇ ସରକାର ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟାଇଥିଲେ । ହେଲେ ତା’ପର ଦିନ ହିଁ ଆନ୍ଦୋଳନ ଆହୁରି ଉଗ୍ର ହୋଇଥିଲା । ନେତାଙ୍କ ବାସଭବନ ସହିତ ରାଜନୈତିକ ଦଳଙ୍କ କାର୍ଯ୍ୟାଳୟ, ସରକାରୀ କୋଠାକୁ ଜାଳି ପୋଡି ଛାରଖାର କରିଥିଲେ ଆନ୍ଦୋଳନକାରୀ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ଅଟକି ନଥିଲେ ଆନ୍ଦୋଳନକାରୀ ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଗାଡ଼ି ଯୋଗେ ଯାଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ନେପାଳର ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ ବୋଲି ଉଲ୍ଲେଖ କରିଛନ୍ତି ୟୁଜର୍ସ ।



ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ବିହାରର ଅଟେ, ଉକ୍ତ ଭିଡିଓ ସହ ନେପାଳର ନାହିଁ କୌଣସି ସମ୍ପର୍କ ।

ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ ନେଇ ଅନୁସନ୍ଧାନ କରିବାରୁ ଏନେଇ କୌଣସି ସୂଚନା କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ ।

ଯଦି ପ୍ରଧାନମନ୍ତ୍ରୀ ନିକଟରେ ନେପାଳ ଗସ୍ତରେ ଯାଇଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଙ୍କ ବ୍ୟକ୍ତିଗତ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୋସିଆଲ ମିଡିଆ ଗୁଡ଼ିକ ଅନୁସନ୍ଧାନ କରିବାରୁ ନେପାଳ ଗସ୍ତ ନେଇ କୌଣସି ଫଟୋ ଭିଡିଓ କିମ୍ବା କୌଣସି ଲେଖା ଅପଲୋଡ଼ ହୋଇଥିବାର ପାଇ ନଥିଲୁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡ଼ିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଟ୍ୱିଟରରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଭିଡିଓଟିକୁ ବିହାର କ୍ୟାବିନେଟ ମନ୍ତ୍ରୀ ତଥା ଛତିଶଗଡ଼ ବିଜେପି ପ୍ରଭାରୀ ଶ୍ରୀ ନିତିନ ନବୀନ ନିଜ ସୋସିଆଲ ମିଡିଆରେ ୩୧ ମଇ ୨୦୨୫ରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।

ଯେଉଁଥିରେ ଉଲ୍ଲେଖ ରହିଛି ଏହା ମୋଦିଙ୍କ ବିହାରର ପାଟନା ଗସ୍ତ ସମୟର ଭିଡିଓ ।



ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ । ଉଭୟ ଭିଡିଓ ଗୋଟିଏ ଦିନର ଏବଂ ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ ।

ଯେହେତୁ ଉକ୍ତ ଭିଡିଓକୁ ଜଣେ ବରିଷ୍ଠ ବିଜେପି ନେତା ସେୟାର କରିଛନ୍ତି । ଏଥିରୁ ଅନୁମାନ କରାଯାଇପାରେ ଯେ, ଭାଇରାଲ ଭିଡିଓଟି ପ୍ରଧାନମନ୍ତ୍ରୀଙ୍କ ପାଟନା, ବିହାର ଗସ୍ତର ଭିଡିଓ ହୋଇଥାଇ ପାରେ ।

ଅନ୍ୟପଟେ ଭିଡିଓକୁ ଯଦି ତର୍ଜମା କରି ଦେଖାଯାଏ ତେବେ ଭିଡିଓର ଏକ ଅଂଶରେ ପଛପଟେ ଏକ ବୋର୍ଡ଼ରେ ଵୈଲି ରୋଡ ପାଟନା ଲେଖା ହୋଇଥିବାର ଦେଖିବାକୁ ମିଳିଛି ।




ଯେତେବେଳେ ଆମେ ଗୁଗଲରେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ଏହା ବିହାରର ପାଟନା ଅଞ୍ଚଳରେ ବୋଲି ମ୍ୟାପରେ ଦର୍ଶାଯାଇଥିବାର ଦେଖିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ପାଟନା ଅଞ୍ଚଳର ଅଟେ ।

ସେହିପରି ୨୯ ମଇ ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ପାଟନା ରୋଡ଼ ସୋ ର ଏକ ଭିଡିଓ ସେୟାର ହୋଇଥିବାର ଦେଖିବାକୁ ମିଳିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଭିଡିଓଟି ମଇ ୨୦୨୫ର ଅଟେ । ଉକ୍ତ ଭିଡିଓ ସହ ନେପାଳର ନାହିଁ କୌଣସି ସମ୍ପର୍କ ।


Claim :  ନେପାଳ, ପୋଖରାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Claimed By :  Social Media User
Fact Check :  Unknown
Tags:    

Similar News