ଫ୍ୟାକ୍ଟ ଚେକ୍: ଟ୍ରେନ୍ ରୁ ଉଭାନ ହୋଇଯିବା ଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଦାବିଟି ବିଭ୍ରାନ୍ତିକର ଅଟେ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଟ୍ରେନରୁ କେହି ଅପହରଣ କରିନଥିଲେ । ମନ୍ତ୍ରୀ ଗୋଟିଏ ଷ୍ଟେସନରେ ଓଲ୍ହାଇଥିବା ବେଳେ ଟ୍ରେନଟି ଛାଡିବା ଆରମ୍ଭ କରିଥିଲା ହେଲେ ସିଏ ଟ୍ରେନରେ ଚଢିପାରିନଥିଲେ ଏବଂ ପରେପରେ ଅନ୍ୟଏକ ଟ୍ରେନରେ ଯାତ୍ରା ଆରମ୍ଭ କରିଥିଲେ ।

Update: 2025-05-15 09:08 GMT


ଓଡ଼ିଶାର ବିଭିନ୍ନ ସ୍ଥାନ ବିଶେଷ କରି ସୁନ୍ଦରଗଡ଼ରେ ଖଣି ଚୋରି ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ବିଭିନ୍ନ ସ୍ତରରେ ତଦନ୍ତ ଚାଲିଛି । ତଦନ୍ତରେ ପ୍ରମାଣ ଆସିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତେ ବର୍ଷ ଖଣି ଚୋରି ଚାଲିଥିଲା, ସାମ୍ନାକୁ ଆସିନଥିଲା। ଗଣମାଧ୍ୟମ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ। ସେ ଆହୁରି କହିଛନ୍ତି, ସରକାର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ । ଆବଶ୍ୟକ ପଡ଼ିଲେ ମୁଁ କୋଇଲା ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିବି ।

ତେବେ ଇତିମଧ୍ୟରେ ଓଡ଼ିଶା ବାହାରକୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ବେଳେ ୩ ମଇ ୨୦୨୫ରେ ଦିଲ୍ଲୀରୁ ଜବଲପୁର ଟ୍ରେନ ଯୋଗେ ଯାତ୍ରା କରୁଥିବା ବେଳେ ହଠାତ ଟ୍ରେନ ରୁ ଉଭାନ ହୋଇଯିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଉକ୍ତ ଘଟଣା ପଦାକୁ ଆସିବା ପରେ ଜଙ୍ଗଲରେ ନିଆଁ ଲାଗିବା ଭଳି କ୍ଷଣିକ ମଧ୍ୟରେ ଚତୁର୍ଦିଗ ବ୍ୟପିଯାଇଥିଲା । ଏନେଇ ସୋସିଆଲ ମିଡିଆରେ ବହୁମତାମତ ସହ ବିଭିନ୍ନ ପ୍ରକାରର ଦାବିନେଇ ୟୁଜର୍ସ ସେୟାର କରିଥିଵାର ଦେଖିବାକୁ ମିଳିଛି ।

ଜଣେ ୟୁଜର୍ସ ଉକ୍ତ ଘଟଣାକୁ ନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରେଳରୁ ଅନ୍ତର୍ଦ୍ଧାନ ,ରେଳ ପୋଲିସ ଓ ଅଧିକାରୀଙ୍କ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ଓ ଖୋଜାଖୋଜି ପରେ ଆଉ ଏକ ରେଳରୁ ଆହତ ଅଵସ୍ଥାରେ ଠାବ ।

ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି, "ଟ୍ରେନରୁ ଗାୟବ ହୋଇଗଲେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ । ଧନ୍ଯ ତୁମ ଡବଲ ଇଞ୍ଜିନ ସରକାର ।"

ଯାହାର ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି  I



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ, ଟ୍ରେନରୁ ଗାୟବ ହୋଇନଥିଲେ କେନ୍ଦ୍ରମନ୍ତ୍ରୀ, ଏହାକୁ ଖଣ୍ଡନ କରିବା ସହ ଏହା ଏକ ଗୁଜବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଯେତେବେଳେ ଏନେଇ ଆମେ ଅନୁସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବହୁ ଖବର ପ୍ରସାରିତ ହୋଇଥିବାର ପାଇଥିଲୁ ।

୬ ମଇ ୨୦୨୫ରେ ଏକ ଖବର ପ୍ରସାରଣ କରି କନକ ନିୟୁଜ ସୂଚନା ଦେଇଛି, ଦିଲ୍ଲୀରୁ ମଧ୍ୟ ପ୍ରଦେଶର ଜବଲପୁର ଯାତ୍ରା କରୁଥିବା ବେଳେ ଦୋମହା ରେଳ ଷ୍ଟେସନରେ ତାଙ୍କର ବର୍ଥ ଖାଲିଥିବାର ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ନିଜ ବର୍ଥରେ ନଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଖାପାଖି ୩ଘଣ୍ଟା ଖୋଜାଖୋଜି କରିବା ପରେ ସିଏ ୬୨ କିମି ଦୂରରୁ ସାମାନ୍ୟ ଆହତ ଅବସ୍ଥାରେ ମିଳିଥିଲେ । 

 

Full View


ଓଟିଭି ଉକ୍ତ ଗୁଜବକୁ ନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଖବର ଗୁଜବ, ମୁଁ ସୁସ୍ଥ: ଜୁଏଲ୍ ଓରାମ । ସ୍ବାସ୍ଥ୍ୟବସ୍ଥାକୁ ନେଇ ପ୍ରଚାରିତ ଖବର ଗୁଜବ କହିଲେ ଜୁଏଲ ଓରାମ୍ । ‘ମୁଁ ସମ୍ପୂର୍ଣ ସୁସ୍ଥ ଅଛି, ସତ୍ୟ ଖବର ଉପରେ ବିଶ୍ବାସ କରନ୍ତୁ'। ‘ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ଯକ୍ଷତା କରିଛି'। 'ମୁଁ ପୂରା ଫିଟ୍ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ' ।


Full View


ଉକ୍ତ ଘଟଣାକୁ ନେଇ ଓଡ଼ିଶା ସମ୍ବାଦ ନିଜ ଡିଜିଟାଲ ମିଡିଆରେ ଏକ ବିଶୃତ ଖବର ପ୍ରସାରଣ କରିଥିଵାର ଦେଖିବାକୁ ମିଳିଛି । ଖବରରେ ଓଡ଼ିଶା ସମ୍ବାଦ ଉଲ୍ଲେଖ କରିଛି,

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ୩ ମଇ ଦିନ ଜବଲପୁର ଯାଉଥିଲେ। ଭୋର ୩:୪୫ ରେ ଦାମୋହ ଷ୍ଟେସନରେ ଓହ୍ଲାଇଥିବା ବେଳେ ସେହି ସମୟରେ ତାଙ୍କର ସୁଗାର ସ୍ତର ହ୍ରାସ ପାଇଥିଲା। ଅଚାନକ ତାଙ୍କ ଟ୍ରେନ୍ ଛାଡିବାକୁ ଲାଗିଲା ଏବଂ ସେ ସେଥିରେ ଚଢ଼ିବାକୁ ଯାଇ ତାଙ୍କ ଗୋଡ଼ ଖସିଗଲା, ତେଣୁ ସିଏ ଆଉ ଟ୍ରେନରେ ଚଢିପାରିନଥିଲେ। ଠିକ୍ ସେହି ସମୟରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଲା ଏବଂ ସ୍ଥାନୀୟ ଅଧିକାରୀ ମନ୍ତ୍ରୀଙ୍କୁ ସେଥିରେ ବସାଇଥିଲେ ।

ମନ୍ତ୍ରୀଙ୍କ ପିଏ କହିଛନ୍ତି ଯେ ସେ ହରଦୁଆରୁ ନିଖୋଜ ଥିଲେ । ପରେ ଜଣାପଡିଲା ଯେ ଟ୍ରେନଟି ସେଠାରେ ଅଟକି ନଥିଲା। ସକାଳ ୬:୫୫ ରେ ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଉଦ୍ଧାର କରାଗଲା। ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଜବଲପୁର ଅଣାଯାଇଥିଲା। ମନ୍ତ୍ରୀ ଜବଲପୁରରେ ପହଞ୍ଚିବା ମାତ୍ରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।


ଅନ୍ୟପଟେ ନିଜେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, : 'ମୋ ଅପହରଣ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି । 




ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଟ୍ରେନରୁ କେହି ଅପହରଣ କରିନଥିଲେ । ମନ୍ତ୍ରୀ ଗୋଟିଏ ଷ୍ଟେସନରେ ଓଲ୍ହାଇଥିବା ବେଳେ ଟ୍ରେନଟି ଛାଡିବା ଆରମ୍ଭ କରିଥିଲା ହେଲେ ସିଏ ଟ୍ରେନରେ ଚଢିପାରିନଥିଲେ ଏବଂ ପରେପରେ ଅନ୍ୟଏକ ଟ୍ରେନରେ ଯାତ୍ରା ଆରମ୍ଭ କରିଥିଲେ ।


Claim :  ଟ୍ରେନରୁ ଉଭାନ ହୋଇଗଲେ କେନ୍ଦମନ୍ତ୍ରୀ ଜୁଏଲ ଓରାମ
Claimed By :  Social Media User
Fact Check :  Unknown
Tags:    

Similar News