ଫ୍ୟାକ୍ଟ ଚେକ୍: ମନ୍ଦିର ଭିତରେ କ୍ୟାମେରା ଲଗାଇ ନଥିଲେ ଏହି ସାଧୁଗଣ
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ର ଅଟେ । ଯେଉଁଥିରେ କିଛି ସାଧୁ ଏବଂ ଜଣେ ନାବାଳିକା ମଧ୍ୟରେ ଭୁଲ୍ ବୁଝାମଣା ଯୋଗୁଁ ଘଟିଥିଲା । ଉକ୍ତ ଭିଡିଓ ସହ ଉତ୍ତର ପ୍ରଦେଶର ଗାଜିଆବାଦରେ ଘଟିଥିବା ଘଟଣା ସହ କୌଣସି ସମ୍ପର୍କ ନାହିଁ ।
ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ କିଏ ରାଜନେତାଙ୍କ ମିଛ ଫଟୋ ଭାଇରାଲ କରୁଛି ତ କେତେବେଳେ କେଉଁ ଅଞ୍ଚଳର ଘଟଣାକୁ ଅନ୍ୟ କେଉଁ ଅଞ୍ଚଳର ଘଟଣା ଲେଖି ସେୟାର କରାଯାଉଛି । ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ବ୍ୟକ୍ତି ଯିଏକି ସାଧୁଙ୍କ ପରି ଦୃଶ୍ୟମାନ ହେଉଛନ୍ତି ତାଙ୍କୁ ଆଉ କିଛି ବ୍ୟକ୍ତି ମାଡ଼ ମାରୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୁରାଦନଗର ଅଞ୍ଚଳରେ ଥିବା ମନ୍ଦିରର ଏକ କୋଠରୀରେ ଏକ କ୍ୟାମେରା ଲାଗିଥିବାର ଦେଖିବାକୁ ମିଳିଛି । ଯାହାର ଲାଇଭ ଫିଡ଼ ଉକ୍ତ ସାଧୁଙ୍କ ମୋବାଇଲରେ ଥିଲା । ଉକ୍ତ କ୍ୟାମେରାରେ କଏଦ ହୋଇଥିବା କିଛି ଦୃଶ୍ୟ ସାଧୁଙ୍କ ମୋବାଇଲରେ ଥିବାର ଦେଖିବାକୁ ମିଳିଛି । କିଛି ଭିଡିଓରେ ମହିଳା ମାନେ ବସ୍ତ୍ର ବଦଳାଉଥିବାର ଦେଖିବାକୁ ମିଳିଛି ।
ସାଧୁଙ୍କ ନାଁରେ ଏତଲା ହେବାରୁ ସିଏ ଫେରାର ହୋଇଥିବାର ଜଣାଯାଇଛି ।
ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଦାବି ସହ ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ପଶ୍ଚିମବଙ୍ଗ ର ଅଟେ ଯାହାକି ଏକ ଭୁଲ୍ ବୁଝାମଣା ହେତୁ ଉପୁଜିଥିଲା ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
ସେହିପରି ଅଧିକ ସୂଚନା ପାଇଁ ଉତ୍ତର ପ୍ରଦେଶର ସାମ୍ବାଦିକ ଯୋଗେଶ କୁମାରଙ୍କୁ ଯୋଗାଯୋଗ କରିବାରୁ । ଉକ୍ତ ଭିଡିଓଟି ଉତ୍ତରପ୍ରଦେଶର ହୋଇନଥାଇ ପାରେ ବୋଲି ସିଏ କହିଛନ୍ତି ।
ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିଲେ ଆମେ ଉକ୍ତ ଖବରକୁ ପ୍ରସାରିତ କରିଥାନ୍ତୁ ବୋଲି ଜଣାଇଛନ୍ତି ।
ଅନ୍ୟପଟେ ୨୦୨୪ ମସିହାରେ ଏଭଳି ଏକ ଘଟଣା ଘଟିଥିବାର କହିଥିଲେ ଯୋଗେଶ । ହେଲେ ଉକ୍ତ ଘଟଣାରେ ଏଭଳି ସାଧୁଙ୍କ କୌଣସି ଭିଡିଓ ଭାଇରାଲ ହୋଇନଥିବାର କହିଛନ୍ତି । ଉକ୍ତ ଘଟଣାରେ ଜଣେ କେୟାରଟେକରକୁ ଗିରଫ କରାଯାଇଥିଲା ଏବଂ ପରେପରେ ସିଏ ଜେଲ ରୁ ମୁକୁଳିଥିଲେ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୧୩ ଜାନୁଆରୀ ୨୦୨୪ରେ ରିପବ୍ଲିକ ୱାର୍ଲଡ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓ କୁ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।
ଭିଡିଓରେ ଉଲ୍ଲେଖ ରହିଛି, ପଶ୍ଚିମବଙ୍ଗର ପୁରୁଲିଆରେ ସାଧୁଙ୍କୁ ଦୁର୍ବ୍ୟବହାର କରି ୧୨ ଗିରଫ ।
ସମାନ ସୂଚନା ସହ ଆଉ କିଛି ଗଣମାଧ୍ୟମ ମଧ୍ୟ ଉକ୍ତ ଖବରକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଲାଇଭ ମିଣ୍ଟ ଉକ୍ତ ଘଟଣାକୁ ନେଇ ଏକ ବିସ୍ତୃତ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି ।
ସୂଚନା ପ୍ରକାଶ କରି ଲାଇଭ ମିଣ୍ଟ ଉଲ୍ଲେଖ କରିଛି, ପଶ୍ଚିମବଙ୍ଗର ପୁରୁଲିଆର ଗଙ୍ଗାଶାଗର ଅଞ୍ଚଳକୁ କିଛି ସାଧୁ ଯାଉଥିବା ସମୟରେ ଜଣେ ନାବାଳିକା ସହ କଥୋପକଥନ ନେଇ ଭୁଲ୍ ବୁଝାମଣା ହୋଇଥିଲା ।
ଉକ୍ତ ଘଟଣାକୁ ଏକ ଅପହରଣର ରୂପଦେଇ କିଛି ସ୍ଥାନୀୟ ବାସିନ୍ଦା ସାଧୁଙ୍କୁ ଆକ୍ରମଣ କରିଥିଲେ ।
ଉକ୍ତ ଘଟଣାକୁ ନେଇ ଜଣେ ସାଧୁ ମଧ୍ୟ ମିଡିଆରେ ପ୍ରତିକ୍ରିୟା ଦେଇଥିଲେ ଯାହାକୁ ୧୩ ଜାନୁଆରୀ ୨୦୨୪ରେ ଏଏନଆଇ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।
ପୂର୍ବରୁ ଉକ୍ତ ଘଟଣାର ଭିଡିଓକୁ ଭୁଲ୍ ଅର୍ଥରେ ସେୟାର କରାଯିବାରୁ ଏନେଇ ପୁରୁଲିଆ ପୋଲିସ୍ ମଧ୍ୟ ଏକ ସ୍ପଷ୍ଟୀକରଣ ଦେଇଥିବାର ଦେଖାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ର ଅଟେ । ଯେଉଁଥିରେ କିଛି ସାଧୁ ଏବଂ ଜଣେ ନାବାଳିକା ମଧ୍ୟରେ ଭୁଲ୍ ବୁଝାମଣା ଯୋଗୁଁ ଘଟିଥିଲା । ଉକ୍ତ ଭିଡିଓ ସହ ଉତ୍ତର ପ୍ରଦେଶର ଗାଜିଆବାଦରେ ଘଟିଥିବା ଘଟଣା ସହ କୌଣସି ସମ୍ପର୍କ ନାହିଁ ।