ଫ୍ୟାକ୍ଟ ଚେକ୍: ବିମାନରେ ଘଟିଥିବା ଘଟଣାରେ ନାହିଁ କୌଣସି ସାମ୍ପ୍ରଦାୟିକ ପରିସ୍ଥିତି

ଦାବିଟି ବିଭ୍ରାନ୍ତିକର ଅଟେ । ଇଣ୍ଡିଗୋ ବିମାନରେ ଘଟିଥିବା ଘଟଣାରେ ଉଭୟ ଯାତ୍ରୀ ଗୋଟିଏ ସମ୍ପ୍ରଦାୟର ଅଟନ୍ତି । ସ୍ୱାସ୍ଥ୍ୟ ଗତ କାରଣରୁ ଏହି ଘଟଣା ଘଟିଥିବା ବେଳେ ଉକ୍ତ ଘଟଣାରେ କୌଣସି ସାମ୍ପ୍ରଦାୟିକ ବିବାଦ ନଥିବାର ଦେଖିବାକୁ ମିଳିଛି ।

Update: 2025-08-11 04:13 GMT


ବିମାନରେ ହଠାତ ବିଚଳିତ ହୋଇପଡ଼ିଲେ ଜଣେ ଯାତ୍ରୀ, ପରେପରେ ଦୁଇ ପରିଚାଳିକାଙ୍କ ଦ୍ୱାରା ସୁରକ୍ଷିତ ଭାବେ ବିମାନରୁ ଓଲ୍ହାଇଥିଲେ ।

ଆସାମର କଛାରର ବାସିନ୍ଦା ହୁସେନ ଅହମ୍ମଦ ମଜୁମଦାର (୩୨) ମୁମ୍ବାଇରୁ କୋଲକାତା ଦେଇ ସିଲଚର ଯାଉଥିବା ସମୟରେ ହଠାତ ବିଚଳିତ ହୋଇପଡ଼ିଥିଲେ। ଦୁଇଜଣ କର୍ମଚାରୀ ତାଙ୍କୁ ବିମାନରୁ ଓହ୍ଲାଇବାରେ ସାହାଯ୍ୟ କରୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ତାଙ୍କୁ ଚାପୁଡ଼ା ମାରିଥିଲେ। ତେବେ ପ୍ରସାରିତ ଖବର ଅନୁଯାୟୀ କୋଲକାତାରେ ଅବତରଣ କରିବା ପରେ ତାଙ୍କୁ ଅଟକ ରଖାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେପରେ ତାଙ୍କୁ ଛାଡି ଦିଆଯାଇଥିଲା ।

ଇତିମଧ୍ୟରେ ଉକ୍ତ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଘଟଣାକୁ ଏକ ସାମ୍ପ୍ରଦାୟିକ ଦାବି ସହ ସେୟାର କରାଯାଇଥିବାର ଦେଖିବାକୁ ମିଳିଛି । ବିଚଳିତ ହୋଇ ପଡିଥିବା ଯାତ୍ରୀ ହୁସେନ ଅହମ୍ମଦ ମଜୁମଦାର ହୁସେନ ଅହମ୍ମଦ ମଜୁମଦାର ଏକ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଆଉଏକ ସମ୍ପ୍ରଦାୟର ବୋଲି ଦାବି ହୋଇଛି ।

ଉକ୍ତ ଘଟଣାକୁ ଏକ ସାମ୍ପ୍ରଦାୟିକ ଘଟଣା ବୋଲି ସେୟାର କରିଛନ୍ତି ୟୁଜର୍ସ।  



ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟିରେ ଚାପୁଡ଼ା ମାରୁଥିବା ଏବଂ ଚାପୁଡ଼ା ଖାଉଥିବା ଉଭୟ ବ୍ୟକ୍ତି ଗୋଟିଏ ସମ୍ପ୍ରଦାୟର ଅଟନ୍ତି ବୋଲି ସୂଚନା ।

ଯେତେବେଳେ ଆମେ ଉକ୍ତ ଘଟଣାକୁ ନେଇ ଅନୁସନ୍ଧାନ କରିଥିଲୁ ଉକ୍ତ ଘଟଣାରେ ପ୍ରସାରିତ କୌଣସି ପ୍ରକାଶନରେ ସାମ୍ପ୍ରଦାୟିକ ସ୍ଥିତି ନେଇ ପ୍ରସାରିତ ହୋଇଥିବାର ଦେଖିବାକୁ ପାଇନଥିଲୁ ।

୪ ଅଗଷ୍ଟ ୨୦୨୫ରେ ଦ ଲଜିକାଲ ଇଣ୍ଡିଆନ ଉକ୍ତ ଘଟଣାକୁ ନେଇ ଏକ ଖବର ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି ।

ପ୍ରସାରିତ ଖବର ଅନୁଯାୟୀ, ୧ ଅଗଷ୍ଟ, ୨୦୨୫ରେ ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନରେ ହୁସେନ ଅହମ୍ମଦ ମଜୁମଦାର ନାମକ ଜଣେ ଯାତ୍ରୀ ହଠାତ ଭୟବିତ ହୋଇପଡିଥିଲେ । ତେଣୁ ତାଙ୍କୁ ବିମାନରୁ ଜରୁରୀକାଳୀନ ଭାବେ ଓଲ୍ହାଇ ଦିଆଯାଇଥିଲା । ଇତିମଧ୍ୟରେ ବିମାନ ଯାତ୍ରାରେ ବିଲମ୍ବ ମଧ୍ୟ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ସେହି ବିମାନରେ ଥିବା ଆଉଜଣେ ଯାତ୍ରୀ, ହାଫିଜୁଲ ରହମାନ, ଭୟବିତ ହୋଇପଡିଥିବା ଯାତ୍ରୀ ହୁସେନ ଅହମ୍ମଦ ମଜୁମଦାରଙ୍କୁ ଚାପୁଡ଼ା ମାରିଥିଲେ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସେହିପରି ଉକ୍ତ ବିମାନରୁ ହାଫିଜୁଲଙ୍କୁ ମଧ୍ୟ ଓଲ୍ହାଇ ଦିଆଯାଇଥିଲା । ଉଡ଼ାଣ ପରେ ରହମାନକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା, ପଚରାଉଚରା ପରେ ଛାଡି ଦିଆଯାଇଥିଲା ।


ଉକ୍ତ ଘଟଣା ନେଇ ଇଣ୍ଡିଗୋ ହାଫିଜୁଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ହାଫିଜୁଲ ଇଣ୍ଡିଗୋର କୌଣସି ବିମାନରେ ଯାତ୍ରା କରିପାରିବେ ନାହିଁ ବୋଲି ଇଣ୍ଡିଗୋ ସୂଚନା ଦେଇଥିଲା ।

ଟ୍ୱିଟରରେ ଏନେଇ ଏକ ପୋଷ୍ଟ କରି ଇଣ୍ଡିଗୋ ସୂଚନା ଦେଇଛି, ଆମର ଏକ ବିମାନରେ ଘଟିଥିବା ଏହି ଘଟଣା ବିଷୟରେ ଆମେ ଅବଗତ ଅଛୁ। ଇଣ୍ଡିଗୋରେ, ଆମର ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ।

ଉପଯୁକ୍ତ ସତର୍କତା ପରେ, ଜଣେ ଅବ୍ୟବସ୍ଥିତ ଗ୍ରାହକଙ୍କ ସହିତ ଜଡିତ ଘଟଣା ବିଷୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆନୁଷ୍ଠାନିକ ଭାବରେ ରିପୋର୍ଟ କରାଯାଇଛି। ବିମାନରେ ଏପରି ଅବ୍ୟବସ୍ଥିତ ଆଚରଣକୁ ନିରୁତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ, ନିୟାମକ ବ୍ୟବସ୍ଥା ଅନୁଯାୟୀ, ବ୍ୟକ୍ତିଙ୍କୁ ଇଣ୍ଡିଗୋର ସମସ୍ତ ବିମାନରେ ଉଡ଼ାଣରୁ ନିଲମ୍ବିତ କରାଯାଇଛି।ଆମେ ସମସ୍ତ ବିମାନରେ ଥିବା ଲୋକଙ୍କ ପାଇଁ ଏକ ନିରାପଦ, ସମ୍ମାନଜନକ ଏବଂ ଆରାମଦାୟକ ପରିବେଶ ପ୍ରତିପାଳନ କରିବାକୁ ପ୍ରତିବଦ୍ଧ। ଆପଣଙ୍କ ନିରନ୍ତର ବିଶ୍ୱାସ ପାଇଁ ଧନ୍ୟବାଦ।

ଆମର ସମସ୍ତ ଉଡ଼ାଣରେ ଏକ ନିରାପଦ ଏବଂ ସମ୍ମାନଜନକ ପରିବେଶ ବଜାୟ ରଖିବା ପାଇଁ ଆମେ ପ୍ରତିବଦ୍ଧ।



ଉକ୍ତ ଘଟଣାନେଇ ବିଭିନ୍ନ ଗଣମାଧ୍ୟମରେ ସମାନ ସୂଚନା ସହ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଇଣ୍ଡିଗୋ ବିମାନରେ ଘଟିଥିବା ଘଟଣାରେ ଉଭୟ ଯାତ୍ରୀ ଗୋଟିଏ ସମ୍ପ୍ରଦାୟର ଅଟନ୍ତି । ସ୍ୱାସ୍ଥ୍ୟ ଗତ କାରଣରୁ ଏହି ଘଟଣା ଘଟିଥିବା ବେଳେ ଉକ୍ତ ଘଟଣାରେ କୌଣସି ସାମ୍ପ୍ରଦାୟିକ ବିବାଦ ନଥିବାର ଦେଖିବାକୁ ମିଳିଛି ।


Claim :  ଇଣ୍ଡିଗୋ ବିମାନରେ ସାମ୍ପ୍ରଦାୟିକ ଘଟଣା, ମୁସଲମାନ ପାସେଞ୍ଜରଙ୍କୁ ଆକ୍ରମଣ କଲେ ଜଣେ ହିନ୍ଦୁ ବ୍ୟକ୍ତି
Claimed By :  Social Media User
Fact Check :  Unknown
Tags:    

Similar News