ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ବହୁ ପୁରୁଣା ସେସମୟରେ ଦିଲ୍ଲୀରେ ନଥିଲା ବିଜେପି ସରକାର
ଦାବିଟି ବିଭ୍ରାନ୍ତିକର ଅଟେ । ପିଇବା ପାଣି ସମସ୍ୟାକୁ ନେଇ ହୋଇଥିବା ଭିଡିଓଟି ଦିଲ୍ଲୀର ଅଟେ । ହେଲେ ସେସମୟରେ ଦିଲ୍ଲୀରେ ଶାସକ ଦଳରେ ବିଜେପି ନଥିଲା । ଉକ୍ତଭିଡିଓରେ ମଧ୍ୟ ଉପସ୍ଥାପନ କରୁଥିବା ସ୍ୱାତି ସିଧାସଳଖ ଅରବିନ୍ଦ କେଜ୍ରିବାଲଙ୍କୁ ଟାର୍ଗେଟ କରିଥିଵାର ଦେଖିବାକୁ ମିଳିଛି । ତେଣୁ ବିଜେପି ସରକାର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
The viral video is very old; the BJP was not in power in Delhi at that time
ଦେଶର ଅନେକ ସ୍ଥାନରେ ପୁଣି ଥରେ କରୋନା କାୟା ବିସ୍ତାର କଲାଣି। ଅନେକ ଲୋକଙ୍କ ଠାରେ କରୋନା ସଂକ୍ରମଣର ସ୍ପଷ୍ଟ ହୋଇଛି। ଦିଲ୍ଲୀ ନିକଟବର୍ତ୍ତୀ ଏନସିଆରରେ ମଧ୍ୟ କରୋନା ମାମଲା ସାମ୍ନାକୁ ଆସିଛି। ଏ ମଧ୍ୟରେ ଏବେ ଦିଲ୍ଲୀର ରେଖା ଗୁପ୍ତା ସରକାର ସତର୍କ ହୋଇଛନ୍ତି। କରୋନାର ମାମଲା ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ଆଡଭାଇଜରୀ ଜାରି କରିଛନ୍ତି,ଯେଉଁଥିରେ ହସ୍ପିଟାଲ ଗୁଡ଼ିକରେ ବେଡ୍ , ଅକ୍ସିଜେନ , ଔଷଧ ଓ ଭାକ୍ସିନର ଉପଲବ୍ଧତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାସହ ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିନୋମ ସିକ୍ୱେନ୍ସିଭ୍ ପାଇଁ ସବୁ ପଜିଟିଭ୍ କୋଭିଡ-୧୯ ସାମ୍ପଲ ଲୋକ ନାୟକ ହସ୍ପିଟାଲ ପଠାଇବାକୁ କୁହାଯାଇଛି ।
ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ଉପରେ ନାଖୁସ ଥିବା ବିରୋଧୀ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ଘେରିବାରେ ଲାଗିପଡିଛନ୍ତି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଟ୍ୟାପରୁ ପାଣି ସଂଗ୍ରହ କରୁଥିବା ବେଳେ । ଟ୍ୟାପରୁ ବହୁ ଦୂଷିତ ପାଣି ବାହାରୁଥିବାର ଦେଖିବାକୁ ମିଳିଛି । ସେଠାରେ ଥିବା ଆଉ ଜଣେ ଯୁବତୀ ତାସ୍ତଲ୍ୟ କରି କହିଛନ୍ତି ଏହା ଦିଲ୍ଲୀ ସରକାରଙ୍କ ଯୋଜନା ଘରେ ଘରେ ଟ୍ୟାପରେ ବିଅର ପହଁଚାଉଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ଭିଡିଓଟି ପୁରୁଣା ଏବଂ ଦିଲ୍ଲୀ ବିଜେପି ସରକାରଙ୍କ ସହ ସମ୍ପର୍କିତ ନୁହେଁ । ଉକ୍ତ ଭିଡିଓଟି ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅନଲାଇନରେ ଉପଲବ୍ଧ ।
ଭାଇରାଲ୍ ଭିଡିଓର ତଦନ୍ତ କରିବା ପାଇଁ, ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଯାହାଦ୍ୱାରା ଏକ ଟ୍ୱିଟରରେ ଅପଲୋଡ଼ ହୋଇଥିବା ଭିଡିଓ ହସ୍ତଗତ ହୋଇଥିଲା । ୨୦ ଜାନୁଆରୀ ୨୦୨୫ରେ ଉକ୍ତ ଭିଡିଓକୁ ସ୍ବାତି ମାଲିୱାଲ ନାମକ ଜଣେ ୟୁଜର୍ସ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ୟୁଜର୍ସ ଜଣଙ୍କ ନିଜ ଆକାଉଣ୍ଟରେ ସିଏ ଜଣେ ସାମାଜିକ କର୍ମୀ ଏବଂ ପୁର୍ବତନ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି ।
ଭିଡିଓ ଅପଲୋଡ଼ କରି ସ୍ୱାତି ଉଲ୍ଲେଖ କରିଛନ୍ତି, ଦିଲ୍ଲୀର ମଦ୍ୟପଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମଦ 1+1 ପାଇବା ପରେ, ଏବେ @ArvindKejriwal ସିଧାସଳଖ ଟ୍ୟାପରୁ ମଦ ଭଳି ପାଣି ଯୋଗାଇ ଦେଉଛନ୍ତି । ଏହି ବିୟର ଭଳି ପାଣି ପିଇବା ପରେ, ଆପଣ ସିଧାସଳଖ ହସ୍ପିଟାଲରେ ପହଞ୍ଚିଯିବେ....ଚିନ୍ତା କରନ୍ତୁ ନାହିଁ, ସେମାନେ ଏହାକୁ ବିଶ୍ୱସ୍ତରୀୟ କରିଦେଇଛନ୍ତି (ସୋସିଆଲ ମିଡିଆରେ) ଲେଖିଛନ୍ତି ସ୍ୱାତି । ଏପରିକି ଉକ୍ତଭିଡିଓରେ ମଧ୍ୟ ଉପସ୍ଥାପନ କରୁଥିବା ସ୍ୱାତି ସିଧାସଳଖ ଅରବିନ୍ଦ କେଜ୍ରିବାଲଙ୍କୁ ଟାର୍ଗେଟ କରିଥିଵାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ୧ ମିନିଟ ୫୬ ସେକେଣ୍ଡର ହୋଇଥିବା ବେଳେ ଏଥିରେ କିଛି ଅଂଶ ଭାଇରାଲ ଭିଡିଓ ପରି ଦୃଶ୍ୟମାନ ହୋଇଛି । ତେଣୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ଏବଂ ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ଜଣାଯାଏ ଯେ, ଦିଲ୍ଲୀର ପିଇବା ପାଣି ସମସ୍ୟା ନେଇ ହୋଇଥିବା ଉକ୍ତ ଭିଡିଓରେ ସତ୍ୟତା ରହିଛି । ହେଲେ ସୂଚନା ଅନୁଯାୟୀ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ୨୦୨୫ରେ ୫ ଏବଂ ୮ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା । ଯେତେବେଳେ ସେସମୟର ଦିଲ୍ଲୀରେ ଶାସକ ଦଳରେ ବିଜେପି ସରକାର ନଥିଲା ।
ସେହିପରି ୨୦ ଜାନୁଆରୀ ୨୦୨୫ରେ ଉକ୍ତ ଖବରକୁ ଇଟିଭି ଭାରତ ନିଜ ଡିଜିଟାଲ ମିଡିଆରେ ସ୍ଥାନ ଦେଇ ପ୍ରକାଶିତ କରିଛି । ଯେଉଁଥିରେ ଉଲ୍ଲେଖ ରହିଛି, ରାଜ୍ୟସଭା ସାଂସଦ ଏବଂ ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ପୁଣି ଥରେ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଏଥର ସେ ମଇଳା ପାଣି ଯୋଗାଣ ସମ୍ପର୍କରେ ଏକ ଭିଡିଓ ଜାରି କରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଦିଲ୍ଲୀର ବାଦଲି ବିଧାନସଭାର ଏକ ଅଞ୍ଚଳରେ ପହଁଞ୍ଚିଥିଲେ ସେଠାକାର ଲୋକମାନେ ତାଙ୍କୁ ମଇଳା ପାଣି ସମସ୍ୟା ବିଷୟରେ କହିଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପିଇବା ପାଣି ସମସ୍ୟାକୁ ନେଇ ହୋଇଥିବା ଭିଡିଓଟି ଦିଲ୍ଲୀର ଅଟେ । ହେଲେ ସେସମୟରେ ଦିଲ୍ଲୀରେ ଶାସକ ଦଳରେ ବିଜେପି ନଥିଲା । ଉକ୍ତଭିଡିଓରେ ମଧ୍ୟ ଉପସ୍ଥାପନ କରୁଥିବା ସ୍ୱାତି ସିଧାସଳଖ ଅରବିନ୍ଦ କେଜ୍ରିବାଲଙ୍କୁ ଟାର୍ଗେଟ କରିଥିଵାର ଦେଖିବାକୁ ମିଳିଛି । ତେଣୁ ବିଜେପି ସରକାରସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।