ଫ୍ୟାକ୍ଟ ଚେକ୍: ସେନା ଗାଡ଼ି ଉପରକୁ ପଥର ଫିଙ୍ଗୁଥିବା ଭିଡିଓଟି ଭାରତର ନୁହେଁ

ଦାବିରେ ନାହିଁ ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି କେନିଆର ଥିକା ରୋଡ଼ରେ ଏକ ପ୍ରତିବାଦ ସମୟର ଭିଡିଓ ଅଟେ । ଉକ୍ତ ଭିଡିଓ ସହ ଭାରତ କିମ୍ବା ଭାରତୀୟ ସେନାର କୌଣସି ସମ୍ପର୍କ ନାହିଁ ।

Update: 2025-08-06 08:06 GMT

The video showing stones being thrown at an army vehicle is not from India


ପହଲଗାମ ନରସଂହାର ପରେ ଭାରତୀୟ ସେନା ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରିଛନ୍ତି। ଏହି ଅପରେସନ ଜରିଆରେ ଭାରତୀୟ ସେନା ୧୦୦ ଦିନ ମଧ୍ୟରେ ୧୨ କୁଖ୍ୟାତ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ନିହତ ୧୨ ଜଣଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ପାକିସ୍ତାନ ଆତଙ୍କୀ। ବାକି ହେଉଛନ୍ତି ସ୍ଥାନୀୟ ଆତଙ୍କବାଦୀ ଯେଉଁମାନେ ଜମ୍ମୁ-କଶ୍ମୀରରେ ହୋଇଥିବା ବଡ଼ବଡ଼ ହମଲାରେ ସାମିଲ ଥିଲେ।

ଏହା ବ୍ୟତୀତ ଭାରତୀୟ ସେନା ମେ’ ୭ ତାରିଖରେ ପାକିସ୍ତାନରେ କରିଥିବା ଅପରେସନ ସିନ୍ଦୂରରେ ୧୦୦ରୁ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମେ’ ମାସ ଠାରୁ ବିଭିନ୍ନ ଏଜେନ୍ସିକୁ ନେଇ ଆତଙ୍କବାଦୀ ନିରୋଧ ଅପରେସନ ଆରମ୍ଭ ହୋଇଛି। ଏହା ମଧ୍ୟରୁ ସବୁଠାରୁ ବଡ଼ ଥିଲା ଅପରେସନ ମହାଦେବ। ଏହି ଅପରେସନ ଜରିଆରେ ପହଲଗାମ ନରସଂହାରରେ ସାମିଲ ଥିବା ୩ ଆତଙ୍କବାଦୀଙ୍କୁ ଖତମ କରାଯାଇଥିଲା।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ବ୍ୟକ୍ତି ଏକ ଗାଡ଼ି ଉପରକୁ ପଥର ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଗାଡ଼ିଟି ଏକ ସେନାବାହିନୀର ଗାଡ଼ି ଭଳି ଦୃଶ୍ୟମାନ ହେଉଥିବା ବେଳେ, ଉକ୍ତ ଘଟଣାଟି ଭାରତର ବୋଲି ଦାବି ହୋଇଛି ।

ଭାରତୀୟ ସେନା ଗାଡ଼ିକୁ ଏହି ବ୍ୟକ୍ତି ମାନେ ପଥର ଫିଙ୍ଗୁଛନ୍ତି ଏମାନଙ୍କୁ ଯଥାଶୀଘ୍ର ଦଣ୍ଡଦେବା ଆବଶ୍ୟକ ବୋଲି ଭିଡିଓ ଉପରେ ହିନ୍ଦୀରେ ଲେଖା ହୋଇଛି ।




ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଦାବିରେ ନାହିଁ ସତ୍ୟତା । ଭାଇରାଲ ଭିଡିଓଟି କେନିଆର ଏକ ପ୍ରତିବାଦ ସମୟର ଅଟେ । ଭାରତ ଏବଂ ଭାରତୀୟ ସେନା ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

ତଦନ୍ତ କରିବାକୁ ଯାଇ ଉକ୍ତ କିୱାର୍ଡ ଗୁଡ଼ିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ମିଳିନଥିଲା । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।

ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ସର୍ଚ୍ଚ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓଟି ୨୫ ଜୁନ ୨୦୨୫ରେ ୟୁଟ୍ୟୁବରେ ମୁଟେମ୍ବେଇ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ବେଳେ ଉକ୍ତ ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୨୧୭୬ ଭିୟୁ ମିଳିପାରଥିବାର ଦେଖିବାକୁ ମିଳିଛି ।


Full View



ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ ଘଟଣାଟି କେନିଆର ଥିକା ରୋଡ଼ ରେ ଏକ ପ୍ରତିବାଦ ସମୟର ଭିଡିଓ ବୋଲି ଉକ୍ତ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶାଯାଇଛି ।


ସେହିପରି ଉକ୍ତ ଭିଡିଓ ଅପଲୋଡ଼ କରି ଏହା କେନିଆ ଅଞ୍ଚଳର ବୋଲି ଉଲ୍ଲେଖ କରିଛନ୍ତି ୟୁଜର୍ସ । 

ଉକ୍ତ ଭାଷାରେ କିୱାର୍ଡ ଗୁଡ଼ିକ ଅନୁସନ୍ଧାନକରିବାରୁ ଆଉ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓଟି ୭ ଜୁଲାଇ ୨୦୨୫ରେ ଅପଲୋଡ଼ ହୋଇଥିବା ବେଳେ । ଉକ୍ତ ଭିଡିଓରେ ମଧ୍ୟ ଏକ ପ୍ରତିବାଦ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ଏହା କେନିଆର ଥିକା ରୋଡ଼ ବୋଲି ଦର୍ଶାଯାଇଛି ।

ଉକ୍ତ ଭିଡିଓ ଏବଂ ଭାଇରାଲ ଭିଡିଓର ଦୁଇଟି ଯାକ ସ୍ଥାନ ସମାନ ଦିଶୁଥିବାର ଦେଖିବାକୁ ମିଳିଛି ।

ତେଣୁ ଏଥିରୁ ପ୍ରମାଣିତ ହୋଇଛି ଯେ, ଦାବିରେ ନାହିଁ ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି କେନିଆର ଥିକା ରୋଡ଼ରେ ଏକ ପ୍ରତିବାଦ ସମୟର ଭିଡିଓ ଅଟେ । ଉକ୍ତ ଭିଡିଓ ସହ ଭାରତ କିମ୍ବା ଭାରତୀୟ ସେନାର କୌଣସି ସମ୍ପର୍କ ନାହିଁ ।


Tags:    

Similar News