ଫ୍ୟାକ୍ଟ ଚେକ୍: ମହିଳାଙ୍କ ବେକରୁ ସୁନାଚେନ ଲୁଟିବା ଭିଡିଓଟି ପଞ୍ଜାବର ନୁହେଁ, ହରିୟାଣାର ଅଟେ

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ପଞ୍ଜାବର ନୁହେଁ ୨୦୨୪ ମସିହାରେ ହରିୟାଣାରେ ଘଟିଥିବା ଘଟଣାର ସିସିଟିଭି ଭିଡିଓ ଅଟେ । ଉକ୍ତ ଘଟଣା ସହ ପଞ୍ଜାବର କୌଣସି ସମ୍ପର୍କ ନଥିବା ଜଣାଯାଇଛି ।

Update: 2025-08-01 12:14 GMT

The video showing a woman’s gold chain being snatched from her neck is not from Punjab, but from Haryana

ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ କିଏ ରାଜନେତାଙ୍କ ମିଛ ଫଟୋ ଭାଇରାଲ କରୁଛି ତ କେତେବେଳେ କେଉଁ ଅଞ୍ଚଳର ଘଟଣାକୁ ଅନ୍ୟ କେଉଁ ଅଞ୍ଚଳର ଘଟଣା ଲେଖି ସେୟାର କରାଯାଉଛି । ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।

ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ଏକ ସିସିଟିଭିଫୁଟେଜ ଭଳି ଦେଖା ଯାଉଥିବା ବେଳେ, ଭିଡିଓରେ ଜଣେ ଯୁବକ ଏବଂ ଜଣେ ମହିଳା ଦୁଇଟି ଛୁଆ ସହ ବାଇକରେ ବସିଥିବାର ଦେଖିବାକୁ ମିଳିଛି । କିଛି ସମୟପରେ ଏକ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ଏକ ଚେନ ଲୁଟିନେଉଥିବାର ଦେଖିବାକୁ ମିଳିଛି । ଚୋରଟି ଦଉଡ଼ିକି ପଳାଉଥିବା ବେଳେ ଉକ୍ତ ଯୁବକ ଜଣଙ୍କ ବାଇକରେ ତାଙ୍କୁ ଗୋଡ଼ାଇଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟି ପଞ୍ଜାବର ବୋଲି ଦାବି ହୋଇଛି ।


Full View


ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । 





ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ପଞ୍ଜାବର ନୁହେଁ ବହୁ ବର୍ଷ ପୂର୍ବେ ହରିୟାଣାରେ ଘଟିଥିବାର ଅଟେ ।

ତଦନ୍ତ କରିବାକୁ ଯାଇ ଉକ୍ତ କିୱାର୍ଡ ଗୁଡ଼ିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ମିଳିନଥିଲା । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।

ଭିଡିଓର ସତ୍ୟତା ଜାଣିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ସର୍ଚ୍ଚ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ୟୁଟ୍ୟୁବ ଭିଡିଓଟି ୨୨ ଜୁନ ୨୦୨୪ରେ ସିର୍ଷା ତାଜା ଖବର ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଉକ୍ତ ଭିଡିଓଟି ବର୍ତ୍ତମାନ ସୁଦ୍ଧା ୫୦୫ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓରେ ଉଲ୍ଲେଖ ରହିଛି, ଏହା ହେଉଛି ସିର୍ଷା ମେଡିକାଲ ନିକଟରେ ଥିବା କାଳୀ ମନ୍ଦିରର ସିସିଟିଭି ଭିଡିଓ ଯେଉଁଥିରେ ଏକ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଉଥିବାର ଭିଡିଓ କଏଦ ହୋଇଛି ।


Full View


ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓଟି ସମାନତା ଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୪ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ୟୁଟ୍ୟୁବ ଭିଡିଓର ତଥ୍ୟ ଅନୁଯାୟୀ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।

ଅନୁସନ୍ଧାନରୁ ଭାସ୍କର ନ୍ୟୁଜର ଡିଜିଟାଲ ମିଡିଆରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।

ଉକ୍ତ ଖବରରେ ଉଲ୍ଲେଖ ରହିଛି, ହରିୟାଣାର ସିରସା ସହରର ଆଇଟିଆଇ ରୋଡରେ ଥିବା କାଳୀ ମନ୍ଦିର ବାହାରେ ଜଣେ ଯୁବକ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଥିଲା। ମହିଳା ଜଣକ ତାଙ୍କ ପଛରେ ଗୋଡାଇବାର ପ୍ରୟାସ କରିଥିଲେ କିନ୍ତୁ ରାସ୍ତାରେ ପଡ଼ି ଯାଇଥିଲେ। ପରେପରେ ମହିଳାଙ୍କ ସ୍ୱାମୀ ଯୁବକଙ୍କୁ ବାଇକ୍ ରେ ପିଛା କରିଥିଲେ କିନ୍ତୁ ଯୁବକ ଜଣକ ତାଙ୍କ ବନ୍ଧୁମାନଙ୍କ ସହିତ କାରରେ ପଳାଇ ଯାଇଥିଲେ। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି ।

ଉକ୍ତ ଖବରରେ ମଧ୍ୟ ଭାଇରାଲ ହେଉଥିବା ଭିଡିଓର କିଛି ଅଂଶ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।


ଉକ୍ତ ଖବରକୁ ସମାନ ସୂଚନା ସହ ଅମର ଉଜାଲା ମଧ୍ୟ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ପଞ୍ଜାବର ନୁହେଁ ୨୦୨୪ ମସିହାରେ ହରିୟାଣାରେ ଘଟିଥିବା ଘଟଣାର ସିସିଟିଭି ଭିଡିଓ ଅଟେ । ଉକ୍ତ ଘଟଣା ସହ ପଞ୍ଜାବର କୌଣସି ସମ୍ପର୍କ ନଥିବା ଜଣାଯାଇଛି ।


Claim :  ବାଇକରେ ବସିଥିବା ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ, ଭାଇରାଲ ଭିଡିଓଟି ପଞ୍ଜାବର ଅଟେ
Claimed By :  Social Media User
Fact Check :  Unknown
Tags:    

Similar News