ଫ୍ୟାକ୍ଟ ଚେକ୍: ନୀତିଶଙ୍କ ବିରୋଧରେ ବିଜୟଙ୍କ ମତାମତ ଭିଡିଓଟି ବହୁ ପୁରୁଣା ଅଟେ

ଦାବିଟି ବିଭ୍ରାନ୍ତିକର ଅଟେ । ବିଜୟ ସିହ୍ନା ଦେଇଥିବା ମନ୍ତବ୍ୟଟି ବହୁ ବର୍ଷ ପୁରୁଣା ଅଟେ । ସେସମୟରେ ବିଜୟ ବିରୋଧୀ ଦଳର ନେତା ଥିଲେ ।

Update: 2025-09-01 09:48 GMT


ବିହାର ରାଜନୀତିରେ  ବଡ଼ ହଲଚଲ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ଚାଲିଛି । ଆରାରେ ଆୟୋଜିତ ସଭାରେ ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ । ଏଥିରେ ତେଜସ୍ୱୀ ଯାଦବ ନିଜକୁ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି । ମଞ୍ଚରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ ଉପସ୍ଥିତ ଥିଲେ । କିଛି ଦିନ ତଳେ ହିଁ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ ପଚରାଯାଇଥିଲା ଇଣ୍ଡି ମେଣ୍ଟ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ । ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି । ଏହାର ଉତ୍ତରରେ ରାହୁଲ ଗାନ୍ଧି କିଛି ଉତ୍ତର ଦେଇନଥିଲେ । ଏବେ ତେଜସ୍ୱୀ ଯାଦବ ନିଜକୁ ଇଣ୍ଡିମେଂଟର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେଜସ୍ୱୀ କହିଛନ୍ତି, ବିହାରକୁ ଅସଲି ନା ନକଲି ମୁଖ୍ୟମନ୍ତ୍ରୀ ଦରକାର । ଜନତା ବିହାରରେ ପରିବର୍ତ୍ତନ ଚାହୁଁଛନ୍ତି ଓ ଏହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ । ଆଜି ପାଟନାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ ଅଖିଳେଶ ଯାଦବ । ଏହାପରେ ତେଜସ୍ୱୀ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ଆଜି ତେଜସ୍ୱୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ବିହାର ରାଜନୀତି ସରଗରମ ହୋଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ବିହାର ରାଜନୀତିର ଜଣେ ବରିଷ୍ଠ ନେତା ବିଜୟ ସିହ୍ନା କିଛି କହୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ବିଜୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ ଅଣ୍ଟିମ ସମୟ ଆସିଯାଇଛି । ବିହାରରେ ଏହି ଶାସନ ଏହି ଗୁଣ୍ଡାରାଜ୍ ର ଅନ୍ତ ଘଟିବ ଏବଂ ସେପର୍ଯ୍ୟନ୍ତ ମୁଁ ଲଢ଼ୁଥିବି ଯେଉଁପର୍ଯ୍ୟନ୍ତ ଆପଣଙ୍କ ସାମ୍ରାଜ୍ୟକୁ ଭାଙ୍ଗି ନଦେଇଛି ।

ଯାହାର ଏକ ଲିଙ୍କ ଏଠାରେ ଏବଂ  ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।




ସତ୍ୟାସତ୍ୟ:

ଭାଇରାଲ ଭିଡିଓଟି ବହୁ ପୁରୁଣା ଅଟେ । ସେସମୟରେ ବିଜୟ ସିହ୍ନା ଶାସକ ନୁହେଁ ବିରୋଧୀ ଦଳରେ ଥିଲେ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ନିକଟ ଦିନରେ ବିଜୟ ଏଭଳିକୌଣସି ବିବାଦୀୟ ମନ୍ତବ୍ୟ ଦେଇଥିବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳିମନ୍ତବ୍ୟ ବିଜୟ ଦେଇଥାନ୍ତେ ତେବେ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ନଚେତ ପ୍ରକାଶିତ ହୋଇଥାନ୍ତା ।

ଅଧିକ ଅନୁସନ୍ଧାନ କରିବାକୁ ଯାଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ ହିମାଂଶୁ । ଏଭଳି କୌଣସି ମନ୍ତବ୍ୟ ବିଜୟ ସିହ୍ନା ନିକଟରେ ଦିନରେ ଦେଇ ନାହାଁନ୍ତି ବୋଲି ହିମାଂଶୁ କହିଥିଲେ । ଅନ୍ୟପଟେ ଉକ୍ତ ଭିଡିଓଟି ବହୁ ବର୍ଷ ପୂର୍ବର ଭିଡିଓ ବୋଲି ହିମାଂଶୁ ଜଣାଇଥିଲେ ।

ତେଣୁ ଭାବିରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟରରେ ଅପଲୋଡ଼ ହୋଇଥିବା ଭିଡିଓ ହସ୍ତଗତ ହୋଇଥିଲା । 

ଭିଡିଓଟି ବିଜେପି ବିହାରର ସୋସିଆଲ ମିଡିଆରେ ୧୨ ସେପ୍ଟେମ୍ବର ୨୦୨୨ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ମେଳ ଖାଉଥିବା ବେଳେ ଉଭୟ ଭିଡିଓଜୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ୨୦୨୨ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ଉକ୍ତ ଘଟଣାନେଇ ଅନୁସନ୍ଧାନ କରିବାରୁ ୯ ଅଗଷ୍ଟ ୨୦୨୨ରେ ପ୍ରସାରିତ ଖବର ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିଠାରୁ ଅଲଗା ହୋଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱାଧୀନ ମହା ଗଠବନ୍ଧନରେ ଯୋଗ ଦେଇଥିଲେ ।

ନୀତିଶଙ୍କ ଦୁର୍ନୀତି ପ୍ରସଙ୍ଗରେ ସେ ୨୦୧୭ ମସିହାରେ ଆରଜେଡି ଛାଡିଥିଲେ ।

ଅନ୍ୟପଟେ ଜାନୁଆରୀ ୨୯ ୨୦୨୪ରେ ପ୍ରସାରିତ ଖବର ଅନୁଯାୟୀ, ନୀତିଶ କୁମାର ପୁଣି ଥରେ ଆରଜେଡି ଛାଡ଼ି ବିଜେପି ସହିତ ମିସି ସରକାର ଗଠନ କଲେ । ଏହି ସମୟରେ ବିଜୟ କୁମାର ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ବିଜୟ ସିହ୍ନା ଦେଇଥିବା ମନ୍ତବ୍ୟଟି ବହୁ ବର୍ଷ ପୁରୁଣା ଅଟେ । ସେସମୟରେ ବିଜୟ ବିରୋଧୀ ଦଳର ନେତା  I

Claim :  ନୀତିଶଙ୍କୁ କଡ଼ା ଜବାବ ଦେଲେ ଶାସକ ଦଳର ନେତା ବିଜୟ ସିହ୍ନା
Claimed By :  Social Media User
Fact Check :  Unknown
Tags:    

Similar News